Hindi News >>Home >>Puri

Rath Yatra 2023: ଆଜି ଖଳିଲାଗି ଏକାଦଶୀ, ଜାଣନ୍ତୁ କେମିତି ପ୍ରସ୍ତୁତି ହୋଇଥାଏ ବିଶ୍ବ ନିୟନ୍ତାଙ୍କ ଖଳି ପ୍ରସାଦ

Rath Yatra: ଅଣସର ପିଣ୍ଡିରେ କେବଳ ଦୀପ ଆଲୁଅ ଜଳୁଥିବା ବେଳେ ଠାକୁରଙ୍କ ନିକଟରେ ଖାଲି ପଥିଭୋଗ ବ୍ଯତୀତ ଆଉ କିଛି ଲାଗି ହେଉନାହିଁ। ଆଜି ଅଣସରର ଏକାଦଶୀ ତିଥିରେ ସୁଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରରେ ବିଜେ ହେବ ଖଳି ପ୍ରସାଦ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 14, 2023, 11:07 AM IST

Rath Yatra 2023: ପବିତ୍ର ସ୍ନାନଯାତ୍ରା (Snana yatra 2023) ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ଅଣସର ପିଣ୍ତିରେ ବିଜେ ମହାପ୍ରଭୁଙ୍କ ଜ୍ବର ଭଲ କରିବା ଲାଗି ଚାଲିଛି ଗୁପ୍ତ ନୀତି । ଦିନ ରାତି ନିଷ୍ଠାର ସହ ସେବାରେ ଲାଗିଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବାୟତ ଦଇତାପତି । ଅଣସର ପିଣ୍ଡିରେ କେବଳ ଦୀପ ଆଲୁଅ ଜଳୁଥିବା ବେଳେ ଠାକୁରଙ୍କ ନିକଟରେ ଖାଲି ପଥିଭୋଗ ବ୍ଯତୀତ ଆଉ କିଛି ଲାଗି ହେଉନାହିଁ। ଆଜି ଅଣସରର ଏକାଦଶୀ ତିଥିରେ ସୁଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରରେ ବିଜେ ହେବ ଖଳି ପ୍ରସାଦ ।

ଆଜି ଅଣସରର ଏକାଦଶୀ ତିଥି ଅର୍ଥାତ୍ ଖଳି ଲାଗି ଏକାଦଶୀ ଅଟେ। ପରମ୍ପରା ଅନୁଯାୟୀ, ମଙ୍ଗଳବାର ଦିନ ଶ୍ରୀମନ୍ଦିରକୁ ଦଶମୂଳ ନେଇ ପହଁଞ୍ଚିଥିଲେ ରାଜ ବୈଦ୍ୟ । ଏକାଦଶୀ ତିଥିରେ ଏହି ଦଶମୂଳ ଆୟୁର୍ବେଦ ଔଷଧକୁ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ ନେଇ ପରମ୍ପରା ରହିଛି। ଏହାକୁ ସେବନ କରିବା ପରେ ଜ୍ୱରରେ ପୀଡ଼ିତ ଶ୍ରୀବିଗ୍ରହ ଧୀରେ ଧୀରେ ସୁସ୍ଥ ହେବେ। ପରମ୍ପରା ଅନୁଯାୟୀ, ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଦଶମୂଳ ମୋଦକକୁ ଅଣସରର ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଦାଖଲ କରିଥାଆନ୍ତି ମହାପ୍ରଭୁଙ୍କ ରାଜବୈଦ୍ୟ । ବିଶ୍ବ ନିୟନ୍ତାଙ୍କ ଲାଗି ତିଆରି ହୋଇଥିବା ଏହି ଦଶମୂଳ ମୋଦକ ବେଶ ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଥାଏ। ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁଯାୟୀ, ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଏକାଦଶୀ ତିଥିରେ ଏହାକୁ ଶ୍ରୀଜୀଉଙ୍କ ନିକଟରେ ସମର୍ପଣ କରାଯାଇଥାଏ  l ଶ୍ରୀମନ୍ଦିରର ରାଜବୈଦ୍ୟ ସେବକମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି l ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ -ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖା ଯାଇଥାଏ l ପରେ ଏହାକୁ ଗୁଣ୍ଡ କରାଯାଇଥାଏ l ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ, ଶର୍କରା, ସର, ମହୁ, ଘିଅ , ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ l ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ l ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥାଏ l ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ l ଏକାଦଶୀ ଦିନ ଅର୍ଥାତ୍ ଆଜି ପତି ମହାପାତ୍ର ସେବକ ଏହି ଦଶମୂଳ ମୋଦକ ଶ୍ରୀବିଗ୍ରହଙ୍କ ନିକଟରେ ଅର୍ପଣ କରନ୍ତି।

ଏହା ବି ପଢନ୍ତୁ-Accident news odia: ଭୟଙ୍କର ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ, ମାଆ ଆଗରେ ଚାଲିଗଲା ପୁଅ, ଝିଅ ଓ ଭାଇର ଜୀବନ

ସ୍ନାନ ପୂର୍ଣ୍ଣିମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଏହି ଦଶମୂଳ ଏକ ମହୌଷଧି ଅଟେ l ପବିତ୍ର ଖଳି ଲାଗି ଏକାଦଶୀ ତିଥିରେ ବିଳମ୍ୱିତ ରାତିରେ ଦଶମୂଳ ଲାଗି ହେବା ପରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ l ଏଥି ସହିତ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ମଧ୍ୟ ଅନୁଷ୍ଠିତ ହେବ l ତେବେ ଶ୍ରୀଜିଉ ଗତକାଲି ଚକା ବିଜେ କରିଛନ୍ତି। ଚକା ଉପରେ ବିରାଜମାନ ମହାପ୍ରଭୁ ଆଜି ରକ୍ତ ବସ୍ତ୍ର ପରିଧାନ କରିବେ। ଆଜିଠାରୁ ମହାପ୍ରଭୁଙ୍କ ଠାରେ ଲାଗି ହେବ ତୁଳସୀ l ଚକା ବିଜେ ହେବା ପରେ ମହାପ୍ରଭୁଙ୍କ ସୁସ୍ଥ ହେଉଥିବା ନେଇ ଲକ୍ଷଣ ପ୍ରକାଶ ପାଇଛି l ଆଷାଢ଼ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରର ଅନବସର ଗୃହରେ ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଇଛି l

 

 

 

 

 

Read More
{}{}