Hindi News >>Home >>Puri

Rath Yatra 2023: ବଳଦେବଜୀଉଙ୍କ ପାଖରେ ପହଞ୍ଚିଲା ଶିଆଳି ଦଉଡି଼, ଜାଣନ୍ତୁ କ’ଣ ରହିଛି ଏହା ପଛର କିମ୍ବଦନ୍ତୀ!

Rath Yatra: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ୨ ଦିନ ବାକି ରହିଥିବା ବେଳେ ଚଳଚଞ୍ଚଳ ହୋଇପଡ଼ିଛି ସାରା ରାଜ୍ୟ । ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ ଜୋରସୋରେ ଚାଲିଥିବା ବେଳେ କେନ୍ଦୁଝର ଶ୍ରୀ ବଳଦେବ ଜୀଉଙ୍କ ପାଖରେ ପହଞ୍ଚିଛି ବହୁ ପ୍ରତିକ୍ଷୀତ ସ୍ବତନ୍ତ୍ର ଶିଆଳି ଦଉଡି଼। 

Advertisement
Rath Yatra 2023: ବଳଦେବଜୀଉଙ୍କ ପାଖରେ ପହଞ୍ଚିଲା ଶିଆଳି ଦଉଡି଼, ଜାଣନ୍ତୁ କ’ଣ ରହିଛି ଏହା ପଛର କିମ୍ବଦନ୍ତୀ!
Stop
Abhaya mohanty|Updated: Jun 17, 2023, 02:42 PM IST

Rath Yatra 2023: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ୨ ଦିନ ବାକି ରହିଥିବା ବେଳେ ଚଳଚଞ୍ଚଳ ହୋଇପଡ଼ିଛି ସାରା ରାଜ୍ୟ । ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ ଜୋରସୋରେ ଚାଲିଥିବା ବେଳେ କେନ୍ଦୁଝର ଶ୍ରୀ ବଳଦେବ ଜୀଉଙ୍କ ପାଖରେ ପହଞ୍ଚିଛି ବହୁ ପ୍ରତିକ୍ଷୀତ ସ୍ବତନ୍ତ୍ର ଶିଆଳି ଦଉଡି଼। ଭୂୟାଁ ସେବକମାନେ ୧୦୮ ହାତ ଲମ୍ବର ୩ ଖଣ୍ଡ ଦଉଡି଼କୁ ନୂଆ ବସ୍ତ୍ର ପରିଧାନ ପୂର୍ବକ ନିଜ କାନ୍ଧରେ ବୋହି ଆଣି ଦିଅଁଙ୍କ ପାଖେ ଲାଗି କରିଛନ୍ତି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ଅଧିନରେ ଅବସ୍ଥିତ ଦଅଁଳା ଗାଁ। ଏହି ଗାଁର ଅଧିକାଂଶ ପରିବାର ଭୂୟାଁ ସମ୍ପ୍ରଦାୟର ଅଟନ୍ତି। ଏହି ସମ୍ପ୍ରଦାୟର ଲୋକେ ବିଶ୍ବର ସର୍ବ ବୃହତ ରଥ ଭାବରେ ପରିଚିତି କେନ୍ଦୁଝର ରଥ ଲାଗି ସେହି ସମୟରୁ ଆଜି ପର୍ଯ୍ୟନ୍ତ ଶିଆଳି ଦଉଡ଼ି ଯୋଗାଇ ଆସୁଛନ୍ତି । ଏହି ଗ୍ରାମର ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଦଉଡ଼ି ନିର୍ମାଣରେ ଲାଗି ପଡ଼ିଛନ୍ତି। ଅକ୍ଷୟ ତୃତୀୟା ଠାରୁ ଦଅଁଳା ଗ୍ରାମର ଲୋକେ ଗନ୍ଧମାର୍ଦନ ପାହାଡ଼ରୁ ଶିଆଳି ଲତାରୁ ଛେଲି ସଂଗ୍ରହ କରିଥାନ୍ତି।

ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞା ମାଳ ପାଇଲା ପରେ ରଥ ଦଉଡି ତିଆରି କାମ ଆରମ୍ଭ କରିଥାନ୍ତି। ନବକଳେବର ସମୟରେ ଦିବ୍ୟଦାରୁ ସନ୍ଧାନ ପରି ଏଠାରେ ଭୂୟାଁ ଜନଜାତି ସେବକମାନେ ଦଉଡି଼ ପ୍ରସ୍ତୁତ ଲାଗି ଶୁଦ୍ଧପୂତ ହୋଇ ଜଙ୍ଗଲରେ ଦିବ୍ୟ ଶିଆଳି ଲତା ସନ୍ଧାନ କରନ୍ତି । ଦଉଡି଼ ତିଆରି କରୁଥିବା ଲୋକଙ୍କ କହିବା ଅନୁସାରେ, ସବୁ ଶିଆଳି ଲତାରୁ ଦଉଡି ପ୍ରସ୍ତୁତ ହୋଇନଥାଏ । ଯେଉଁ ଗଛରେ କୌଣସି ଚଢେଇ ବସା କରିନଥିବ ଓ ଶିଆଳି ଲତା ଗଛ ଉପରୁ ତଳକୁ ଲମ୍ବି ଥିବ କେବଳ ସେହି ଲତାକୁ କଟାଯାଇ ସେଥିରୁ ବକଳ ବାହାର କରିଯାଇଥାଏ। ପରେ ଏହି ବକଳକୁ ମୋଡି଼ ମୋଡି଼ ଦଉଡି ନିର୍ମାଣ କରିଯାଏ। ଏହି ଦଉଡିର ଲମ୍ବା ୧୦୮ ହାତ ହୋଇଥିବା ବେଳେ ମୋଟେଇ ୬ ଇଞ୍ଚ ରହିଥାଏ । କେନ୍ଦୁଝରର ଏହି ଶିଆଳି ଦଉଡି଼ ସିଧା ଛାଲିରୁ ପ୍ରସ୍ତୁତ ହୋଇଥାଏ। ଏହା ଭିତରେ ଇସ୍ପାତ ତାର ଦିଆଯାଇ ନଥାଏ । ଏସବୁ କାମକୁ ସମଗ୍ର ଗାଁ ଲୋକେ ବଡ଼ ଆଗ୍ରହର ସହିତ କରିଥାନ୍ତି। ରାଜା ରାଜୁଡା ଅମଳରୁ ଏହି ଭୂୟାଁ ସମ୍ପ୍ରଦାୟର ଲୋକ ନିଷ୍ଠାର ସହ ବିଶ୍ଵର ସର୍ବବୃହତ ରଥ ପାଇଁ ଦଉଡ଼ି ଯୋଗାଇଥାନ୍ତି। ଏହି ଦଉଡି଼ର ଅନେକ ବୈଶିଷ୍ଟ ରହିଛି। ଲୋକଶୃତି ଓ ଗବେଷକଙ୍କ ମତରେ, ଏହି ଦଉଡି଼ ରଥରେ ଲାଗିଲା ପରେ ଏହା ଦେବତା ପାଲଟି ଯାଇଥାଏ। ଏହାକୁ ଛୁଇଁଲେ ଜନ୍ମ ଜନ୍ମର ପାପ ନାସ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହି ରଥ ଦଉଡି଼କୁ ନେଇ ରଖିଲେ ଶୁଭଫଳ ମିଳିଥାଏ ବୋଲି କୁହାଯାଏ।

ଏହା ବି ପଢନ୍ତୁ-Rath Yatra 2023: ଆଜି ମହାପ୍ରଭୁଙ୍କ ବନକଲାଗୀ ନୀତି, ସେପଟେ ସୁଭଦ୍ରାଙ୍କ ରଥ ଅଖରେ ଫାଟ

ଦ୍ୱାପର ଯୁଗରେ, ଶ୍ରୀକୃଷ୍ଣ ଶିଆଳି ଲତାରେ ଦୋଳି ଖେଳୁଥିଲା ବେଳେ ଜରା ଶବର ଶ୍ରୀକୃଷ୍ଣଙ୍କ ପାଦକୁ ହରିଣ ଭାବି ଶରରେ ବିଧ କରିଥିଲା। ଯାହା ପରେ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିଥିଲେ। କଳି ଯୁଗରେ ପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣଙ୍କ ଅବତାର ଅଟନ୍ତି। ଯେହେତୁ ଶ୍ରୀକୃଷ୍ଣ ଏହି ଶିଆଳି ଗଛରେ ଥିବାବେଳେ ଦେହତ୍ୟାଗ କରିଥିଲେ। ଏହି ଗଛର ଛାଲିରେ ନିର୍ମିତ ଦଉଡ଼ିରେ ରଥ ଟାଣିଲେ ଭକ୍ତ ସ୍ଵର୍ଗ ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସକୁ ଆଖି ଆଗରେ ରଖି ଆଦିବାସୀଙ୍କୁ ଯେତେବେଳେ ରଥ ଦଉଡି ତିଆରି ପାଇଁ କେନ୍ଦୁଝର ରାଜା ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ଆଦିବାସୀ କୃଷ୍ଣଙ୍କ ଅଂଶ ରହିଥିବା ଶିଆଳି ଲତାରେ ପ୍ରସ୍ତୁତ ହେଉଥିବା ଦଉଡି ତିଆରି କରିଥିଲେ। ସେବେ ଠାରୁ ଏହି ପରମ୍ପରା ରହିଆସିଛି।

 

 

 

 

 

Read More
{}{}