Hindi News >>Home >>Puri

Rath Yatra 2023: ଆଡ଼ପ ମଣ୍ଡପରେ ଶ୍ରୀଜିଉ, ଜାଣନ୍ତୁ କ’ଣ ରହିଛି ଆଡ଼ପ ଦର୍ଶନର ମାହାତ୍ମ୍ୟ

Adapa Mandap Bije: ରଥଯାତ୍ରାର ତୃତୀୟ ଦିନ ଅର୍ଥାତ୍ ଗୁରୁବାର ଦିନ ଶ୍ରୀ ଗୁଣ୍ତିଚା ମନ୍ଦିର ଆଡ଼ପ ମଣ୍ତପରେ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡ଼ା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ହୋଇ ଆରମ୍ଭ ହୋଇଥିଲା ପହଣ୍ତି ନୀତି । କାହାଳି ବାଜିବା ପରେ ଗୋଟି ପହଣ୍ତି ଆରମ୍ଭ ହୋଇଥିଲା । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 23, 2023, 12:18 PM IST

Rath Yatra 2023: ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ଜଗତ ଗୋସାଇଁ । ଜନ୍ମ ବେଦୀରେ ଚାଲିଛି ଜଗତର ନାଥ ଜଗନ୍ନାଥଙ୍କ ଲୀଳା ଖେଳା । ସକାଳୁ ଆଡ଼ପ ମଣ୍ତପରେ ଦର୍ଶନ (Adapa Darshan) ଦେଉଛନ୍ତି ମହାବାହୁ । ପ୍ରକାଶ ଥାଉ କି, ଗୁରୁବାର ସନ୍ଧ୍ୟାରେ ରଥାରୂଢ଼ ଦାରୁ ବିଗ୍ରହ ଆଡ଼ପ ମଣ୍ଡପ ବିଜେ କରିଛନ୍ତି । ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଲାଗି ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ସମାଗମ ହୋଇଛି । କୁହାଯାଏ, ମହାବାହୁଙ୍କ ଆଡ଼ପ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ ହୋଇଥାଏ ।

ଏହି ଆଡ଼ପ ଦର୍ଶନ ମହିମା ନେଇ ସ୍କନ୍ଧ ପୁରାଣରେ ଲେଖାଯାଇଛି,

ନୀଳାଦ୍ରୌ ଦଶବର୍ଷାଣୀ, ଗୁଣ୍ଡିଚା ମଣ୍ଡପେ ଦିନେ

ତିବାତି ଦର୍ଶନଂ ପୁଣ୍ୟଂ, ରାତୌ ଦଶଗୁଣ ଭବେତ୍ ॥

ଅର୍ଥାତ୍ ଥରେ ଅଡ଼ାପ ମଣ୍ଡପରେ ଦର୍ଶନ ଦଶ ବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ । ଖାଲି ଏତିକି ନୁହେଁ, ଦିନ ଅପେକ୍ଷା ରାତିରେ ଆଡ଼ପ ମଣ୍ତପର ଦର୍ଶନର ଫଳ ଦ୍ବିଗୁଣ ଅଧିକ ବୋଲି କୁହାଯାଏ । ଶୁକ୍ରବାର ଦିନ ଶ୍ରଦ୍ଧାଳୁ ଅଡ଼ାପ ମଣ୍ଡପ ଦର୍ଶନ ସହ ଆଡ଼ପ ଅବଢା (Adap Abadha) ପାଇବାର ସୌଭାଗ୍ୟ ପାଇବେ । କୁହାଯାଏ ରଥାଯାତ୍ରା ବେଳେ ଜଗତର ନାଥ ଜଗନ୍ନାଥ ଖୁସିରେ ଏହି ଯାତ୍ରା କରିଥିବାରୁ ଏହି ଆଡ଼ପ ମଣ୍ତପ ଦର୍ଶନ ସମୟରେ ଭକ୍ତ ଯାହା ମାଗେ ତାହା ମିଳିଥାଏ । ସେଥିଲାଗି ଶ୍ରୀଜିଉଙ୍କ ଏହି ଆଡ଼ପ ଦର୍ଶନ ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କାହିଁ କେତେ ଦୂରରୁ ଦୌଡ଼ି ଆସିଥାଆନ୍ତି । ଆଜି ଭୋର ୫ଟା ସମୟରେ ମଙ୍ଗଳ ଆଳତୀ ପରେ ୬ଟାରୁ ଆଡ଼ପ ଦର୍ଶନ ଆରମ୍ଭ ହୋଇଥିଲା । ସେପଟେ ଆଜିଠାରୁ ଭକ୍ତ ମାନେ ଆଡ଼ପ ଅବଢ଼ା (Adap Abadha) ପାଇବେ ନେଇ ସୌଭାଗ୍ୟ ଅର୍ଜିବେ। ଏହା ସହ ଶୁକ୍ରବାର ଦିନ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ଶନିବାର ଦିନ ହେରା ପଞ୍ଚମୀ ତିଥି ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଲାଗି ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ପ୍ରକାଶ ଥାଉ କି, ରଥଯାତ୍ରାର ତୃତୀୟ ଦିନ ଅର୍ଥାତ୍ ଗୁରୁବାର ଦିନ ଶ୍ରୀ ଗୁଣ୍ତିଚା ମନ୍ଦିର ଆଡ଼ପ ମଣ୍ତପରେ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡ଼ା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ହୋଇ ଆରମ୍ଭ ହୋଇଥିଲା ପହଣ୍ତି ନୀତି । କାହାଳି ବାଜିବା ପରେ ଗୋଟି ପହଣ୍ତି ଆରମ୍ଭ ହୋଇଥିଲା । ପ୍ରଥମେ ମଦମୋହନଙ୍କ ପହଣ୍ତି ପରେ ଜନ୍ମ ବେଦୀକୁ ବିଜେ କରିଥିଲେ ପ୍ରଭୁ ବଳଭଦ୍ର । ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ପହଣ୍ତିରେ ଯାଇ ଜନ୍ମବେଦୀକୁ ବିଜେ କରିଥିଲେ । ରାତି ପାଖା ପାଖି ୮ଟାରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ସରିଥିଲା ।

ସେପଟେ, ବାହୁଡା଼ ପୂର୍ବରୁ ସିଂହଦ୍ଵାରର ରୂପା ଦ୍ୱାର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ସିଂହଦ୍ଵାରର ପୁରୁଣା ପିତ୍ତଳ ଦ୍ୱାରକୁ ବାହାର କରାଯାଇ ଲୁହା ଫ୍ରେମିଂ କରାଯାଉଛି। ନୀତିକାନ୍ତିକୁ ନେଇ ରୂପାଦ୍ୱାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ୱାର ଲଗାଯିବ। ସେପଟେ ବର୍ମାଟିକ କାଠରେ ପ୍ରସ୍ତୁତ ଏହି ଦ୍ୱାର ଉପରେ ରୂପା ଛାଉଣୀ କରାଯିବ।  ପୂର୍ବରୁ ଶ୍ରୀମନ୍ଦିର ଭିତରେ ଆଠ ଗୋଟି ଦ୍ୱାର (Gate of Srimandir) ରୂପା ଛାଉଣୀ ସରିଥିବା (Silver Decoration in Srimandir Gate) ବେଳେ ସିଂହଦ୍ୱାର ରୂପା ଛାଉଣୀ (Srimandir Singhadwar Silver Decoration) ନେଇ ଦାତା ରୂପା ଦେବାକୁ ସହମତି ପ୍ରକାଶ କରିଥିଲେ ଫଳରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ରୂପା ଚଦର ଉପରେ ପାରମ୍ପରିକ ଡିଜାଇନ କରାଯିବା ସହ ବର୍ମାଟିକ ଲଗାଯିବ। ଏହାଛଡ଼ା ସିଂହଦ୍ଵାର ବନ୍ଦ ହେବା ପରେ ସେବାୟତ (Srimandir Sevayat) ଓ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ (Jagannath Temple Police) ଯାତାୟତ ଲାଗି ଏକ ଛୋଟ କବାଟ ରହିଛି । ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା (24 Hour Police Patrolling at Srimandir) ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାରର ଏହି (Srimandir Singhadwar) ରୂପା ଛାଉଣୀ କାର୍ଯ୍ୟ କରାଯାଉଛି ।‌

 

Read More
{}{}