Hindi News >>Home >>Puri

Snana Yatra 2023: ଦିନକ ପରେ ସ୍ନାନ ଯାତ୍ରା , ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି

Snana Yatra 2023: ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା (Snana Yatra 2023)। ସ୍ନାନପୂର୍ଣ୍ଣମୀ ନୀତିକୁ ନଜରରେ ରଖି ଦଇତାପତି ସେବାୟତ ମାନେ ଆଜିଠାରୁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି। ସନ୍ଧ୍ୟାଧୂପ ପରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବେ। ତେବେ, ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟ କଣ୍ଟ ପାଇଁ ବୁଧବାର ରାତିରେ ସାକ୍ଷୀଗୋପାଳରେ ବଉଳ ଗଛକୁ ସ୍ନାନ ଓ ରଥଯାତ୍ରା ପାଇଁ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ମାପ ଅନୁଯାଇ ଛେଦନ କରାଯାଇଥିଲା ।  

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Jun 02, 2023, 12:34 PM IST

Snana Yatra 2023: ପାଖେଇ ଆସୁଛି ଘୋଷଯାତ୍ରା (Ratha Yatra)। ଏ-ନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର (puri)।  ଉଠୁଛି ପଡୁଛି ରଥଖଳା (Ratha kahla)।  ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା (Snana Yatra 2023)। ଘୋଷଯାତ୍ରା ପାଇଁ ଆଜି ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ କରିଛନ୍ତି। ସ୍ନାନପୂର୍ଣ୍ଣମୀ ନୀତିକୁ ନଜରରେ ରଖି ଦଇତାପତି ସେବାୟତ ମାନେ ଆଜିଠାରୁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି। ସନ୍ଧ୍ୟାଧୂପ ପରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବେ। ତେବେ, ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟ କଣ୍ଟ ପାଇଁ ବୁଧବାର ରାତିରେ ସାକ୍ଷୀଗୋପାଳରେ ବଉଳ ଗଛକୁ ସ୍ନାନ ଓ ରଥଯାତ୍ରା ପାଇଁ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ମାପ ଅନୁଯାଇ ଛେଦନ କରାଯାଇଥିଲା ।

୮ ଫୁଟ ଲମ୍ବ ଓ ୩ ଫୁଟ ଗୋଲେଇ ବିଶିଷ୍ଟ ବଉଳ କାଠକୁ ଏକ ଶଗଡ଼ରେ ଲଦାଯାଇ ସେଥିରେ ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯାଇଥିଲା । ବୁଧବାର ରାତିରେ ଶ୍ରୀକ୍ଷେତ୍ରରେ ଶଗଡି ପହଞ୍ଚିବା ପରେ ବଉଳକାଠକୁ ଦୋଳବେଦୀ କୋଣରେ ରଖାଯାଇଛି। ଏହି ବଉଳ କାଠରେ  ମହାପ୍ରଭୁଙ୍କ ଶ୍ରୀଅଙ୍ଗର ମାପ ଅନୁଯାଇ ସେନାପଟା ଓ ବାହୁଟ ନିର୍ମାଣ କରାଯିବ। ମହାପ୍ରଭୁଙ୍କ ପୃଷ୍ଠ ଦେଶରେ ସେନାପଟା ଓ ଶ୍ରୀଭୁଜରେ ବାହୁଟ ପାଟ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରି ବାନ୍ଧି ଦିଆଯିବ। ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡ଼ପ ପହଣ୍ଡି ବାହୁଡା଼ ଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଏହି ସେନାପଟା ଓ ବାହୁଟ ସୁରକ୍ଷା ପ୍ରଦାନ କରିଥାଏ। 

ଏହାବି ପଢନ୍ତୁ : Rivaba Jadeja: ଜାଣିଛନ୍ତି କି କ'ଣ କରନ୍ତି ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ  ରିଭାବା ?

ଏହାବି ପଢନ୍ତୁ :  ଏତେ କୋଟିର ମାଲିକ ହେଉଛନ୍ତି 'କ୍ୟାପଟେନ କୁଲ୍'

ସେପଟେ, ରଥ ଯାତ୍ରା ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଜୁନ୍‌‌ ୨୦ରେ ରଥଯାତ୍ରା ଅନୁଷ୍ଠିତ ହେବ। ସେହିଦିନ ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ଅପରାହ୍ନ ୧ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ସେହିପରି ବୈଠକରେ ଜୁନ୍‌‌ ୨୮ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ୨୯ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ୩୦ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ଜୁଲାଇ ୧ ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି। 

ରଥଯାତ୍ରା ନେଇ କିଛି ଜଣା ଅଜଣା କଥା:

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି ।

Read More
{}{}