Hindi News >>Home >>Puri

Rath Yatra 2023: ଏହି ଦିନ ହେବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Nabajouban Darshan: ରଥଯାତ୍ରାକୁ ଆଉ ହାତ ଗଣତି କେଇଟା ଦିନ ରହିଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଚାରୋଟି ଲେଖାଏଁ ଦୁଆର ବେଢା ରଥ ଚାରି ପାର୍ଶ୍ବରେ ଲାଗିଛି । ଅନ୍ୟପଟେ ୩ ରଥରେ ପ୍ରଥମ ଭୂଇଁ ଉପରେ କନକ ମୁଣ୍ତି ସଂସ୍ଥାପନ କରାଯାଇଥିବା ବେଳେ ଋଷି ପଟା ବାଡିଆ କାର୍ଯ୍ୟ ସମ୍ପନ୍ନ ହୋଇଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 15, 2023, 01:03 PM IST

Rath Yatra 2023: ଆଉ ଦିନ କେଇଟା ପରେ ଆସୁଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା (Rath Yatra 2023) । ତେବେ ଆଗମୀ ୧୯ ତାରିଖରେ ହେବ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ (Nabajouban Darshan) । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ (Ranjan Kumar Das )। ସକାଳ ୮ଟାରୁ ୯ଟା ଯାଏଁ ପାରମାଣିକ ଦର୍ଶନ ଅନୁଷ୍ଠିତ ହେବ । ପାରମାଣିକ ଟିକେଟଧାରୀ ମାନେ ସକାଳ ୮ଟାରୁ ୯ଟା ଯାଏଁ ଦର୍ଶନ କରିପାରିବେ । ପାରମାଣିକ ଟିକେଟ୍ ୧୦୦ ଟଙ୍କା ରହିଥିବା ବେଳେ ଦକ୍ଷିଣ ଦ୍ବାର ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଭିତରକୁ ଯିବେ । ଏହାପରେ ସକାଳ ୯ଟାରୁ ୧୧ଟା ଯାଏଁ ସାହାଣ ମେଲା ଦର୍ଶନ କରିବେ ଭକ୍ତ । ଦିନ ୧୧ଟାରୁ ଦର୍ଶନ ବନ୍ଦ ରହିବ । ନବଯୌବନ ଦର୍ଶନର ପର ଦିନ ଶ୍ରୀଜିଉ ରଥାରୂଢ ହେବେ । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବେ ରଥାଯାତ୍ରା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସେପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁସ୍ଥତା ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ । ଅଣସର ଗୃହରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନକୁ ରୂପା ଥାଳିରେ ନେଇ ଦଇଦାପତି ସେବକ ମହାପ୍ରଭୁଙ୍କ ସୁସ୍ଥତାର ପ୍ରମାଣ ଦେବେ । ବୁଧବାର ଦିନ ଏକାଦଶୀ ତିଥିରେ ଦଶମୂଳ ଆୟୁର୍ବେଦ ଔଷଧକୁ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇଥିଲା । ପରମ୍ପରା ଅନୁଯାୟୀ, ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଦଶମୂଳ ମୋଦକକୁ ଅଣସରର ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଦାଖଲ କରିଥିଲେ ମହାପ୍ରଭୁଙ୍କ ରାଜବୈଦ୍ୟ । ବିଶ୍ବ ନିୟନ୍ତାଙ୍କ ଲାଗି ତିଆରି ହେଉଥିବା ଏହି ଦଶମୂଳ ମୋଦକକୁ ବେଶ ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଥାଏ। ଏକାଦଶୀ ତିଥିରେ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଶ୍ରୀଜୀଉଙ୍କ ନିକଟରେ ସମର୍ପଣ କରାଯିବା ପରେ ମଧ୍ୟରାତ୍ରିରେ ଖଳି ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀଜିଉଙ୍କ ବର୍ଷକର ସବୁଠାରୁ ବଡ଼ ଚନ୍ଦନ ସର୍ବାଙ୍ଗ । ଏହି ସର୍ବାଙ୍ଗ ପାଇଁ ଘଟୁଆରି ସେବକ ବହୁ ପୂର୍ବରୁ ଆଠରୁ ଦଶ ସେର ଚନ୍ଦନ ଘୋରି ମହଜୁଦ ରଖିଥିଲେ । ଯାହାକୁ ଦଇତା ପତି ମହାପାତ୍ର ଶ୍ରୀଜିଉଙ୍କ ସମୂର୍ଣ୍ଣ ଶ୍ରୀଅଙ୍ଗରେ ଲାଗି କରିଥିଲେ । ଏହି ଚନ୍ଦନରେ କସ୍ତୁରୀ, କେଶର, କର୍ପୂର ଆଦି ମିଶ୍ରଣ କରାଯାଇଥିଲା । ଏହି ଚନ୍ଦନ ସର୍ବାଙ୍ଗ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏକ ବର୍ଷ ରହିଥାଏ । ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ ସହ ଦଶମୂଳ ଲାଗି ପରେ ସୁସ୍ଥ ହୋଇଛନ୍ତି ।

ଏହା ବି ପଢନ୍ତୁ- Rath Yatra 2023: ସୁସ୍ଥ ହେଲେ ଶ୍ରୀଜିଉ, ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି

ଏହା ବି ପଢନ୍ତୁ-Keonjhar Rath Height: ବିଶ୍ୱର ବୃହତ୍ତମ କାଠ ରଥ; ଶିଆଳି ଲତାରୁ ପ୍ରସ୍ତୁତ ଦଉଡି ହୁଏ ରଥ ଟଣା

ସେପଟେ ରଥଯାତ୍ରାକୁ ( Rath Yatra ) ଆଉ ହାତ ଗଣତି କେଇଟା ଦିନ ରହିଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଚାରୋଟି ଲେଖାଏଁ ଦୁଆର ବେଢା ରଥ ଚାରି ପାର୍ଶ୍ବରେ ଲାଗିଛି । ଅନ୍ୟପଟେ ୩ ରଥରେ ପ୍ରଥମ ଭୂଇଁ ଉପରେ କନକ ମୁଣ୍ତି ସଂସ୍ଥାପନ କରାଯାଇଥିବା ବେଳେ ଋଷି ପଟା ବାଡିଆ କାର୍ଯ୍ୟ ସମ୍ପନ୍ନ ହୋଇଛି । ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ, ମଗର ମୁଖ, ଓ ଡ଼ାଲି ଲତା ଖୋଦେଇ କାର୍ଯ୍ୟ କରୁଛନ୍ତି । ତିନି ରଥର ସାରଥି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ।

 

 

Read More
{}{}