Hindi News >>Home >>Puri

Durga Puja : ଶ୍ରୀକ୍ଷେତ୍ରରେ ଗୋସାଣୀ ପୂଜା, ଜାଣନ୍ତୁ କେବେଠୁ ଚାଲି ଆସିଛି ଏ ପରମ୍ପରା

Durga Puja:ଧରାପୃଷ୍ଟରେ ଅବତରଣ କରିଛନ୍ତି ମାଆ । ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ପୀଠ ଗୁଡିକରେ ପାଳିତ ହେଉଛି ମହାଷ୍ଟମୀ। ପୁଣି ଶାରଦୀୟ ଦୁର୍ଗାପୂଜାରେ ମା ଙ୍କୁ ଆବାହନ କରାଯାଉଥିବା ବେଳେ ଶ୍ରୀ କ୍ଷେତ୍ରରେ ତ୍ରିଦିନାତ୍ମକ ଗୋସାଣୀ ପୂଜାର ପରମ୍ପରା ରହିଛି।

Advertisement
Durga Puja : ଶ୍ରୀକ୍ଷେତ୍ରରେ ଗୋସାଣୀ ପୂଜା, ଜାଣନ୍ତୁ କେବେଠୁ ଚାଲି ଆସିଛି ଏ ପରମ୍ପରା
Stop
Zee Odisha Desk|Updated: Oct 02, 2022, 07:58 PM IST

Durga Puja: ଧରାପୃଷ୍ଟରେ ଅବତରଣ କରିଛନ୍ତି ମାଆ । ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ପୀଠ ଗୁଡିକରେ ପାଳିତ ହେଉଛି ମହାଷ୍ଟମୀ। ପୁଣି ଶାରଦୀୟ ଦୁର୍ଗାପୂଜାରେ ମା ଙ୍କୁ ଆବାହନ କରାଯାଉଥିବା ବେଳେ ଶ୍ରୀ କ୍ଷେତ୍ରରେ ତ୍ରିଦିନାତ୍ମକ ଗୋସାଣୀ ପୂଜାର ପରମ୍ପରା ରହିଛି। ସେପଟେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ପୀଠରେ ଚାଲିଛି ଷୋଳପୂଜା । ଶ୍ରୀକ୍ଷେତ୍ର ଭଳି ଭିନ୍ନ ଏହି ପରମ୍ପରା ଅନ୍ୟତ୍ର ଦେଖିବାକୁ ମିଳେନାହିଁ । ଶ୍ରୀମନ୍ଦିର ନିର୍ମାଣ ବେଳରୁ ଏଠାରେ ଗୋସାଣୀ ପୂଜାର ପରମ୍ପରା ରହିଆସିଛି ବୋଲି ପୌରାଣିକ ତଥ୍ୟ ରହିଛି। ବିଶେଷକରି ମା ବିମଳାଙ୍କ ସ୍ୱରୁପ ଭାବେ ଶ୍ରୀମନ୍ଦିରର ଅଗ୍ନିକୋଣ ଠାରେ ମା କାକୁଡିଖାଇଙ୍କ ପୂଜାର୍ଚ୍ଚନା କରାଯାଉଛି। ସେପଟେ ମହିଳାମାନେ ପୀଠ ଗୁଡିକରେ ମାଆଙ୍କୁ ଦର୍ଶନ କରି ଆଜି ଅଷ୍ଟମୀ ବ୍ରତ ରଖିଥାନ୍ତି ।

ସାଧାରଣତଃ ଆଶ୍ୱିନ ମାସର ସପ୍ତମୀ ଠାରୁ ଗୋସାଣୀ ପୁଜାର୍ଚ୍ଚନା ପରମ୍ପରା ରହିଆସିଥିବା କହିଛନ୍ତି କାକୁଡିଖାଇ ପୂଜା କମିଟିର କର୍ମକର୍ତ୍ତା । ନିର୍ଦ୍ଦିଷ୍ଟ, ପରମ୍ପରାର ଅନୁସାରେ ମାଆଙ୍କର ପୂଜାର୍ଚ୍ଚନା କରାଯାଏ । ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଓଲାଗିପାଟ ଓ ପ୍ରସାଦ ଆସିବା ପରେ ପୀଠରେ ଦେବୀପୂଜା ଆରମ୍ଭ କରାଯାଇଛି । ସପ୍ତମୀରେ ଖଡ୍ଗ ପୂଜା ଓ ଅଷ୍ଟମୀରେ ଉଗ୍ରବଳୀ ହେଲେ ମାଙ୍କର ନାମ ଦୃଷ୍ଟିରୁ କାକୁଡି ଓ କୁଷ୍ନାଣ୍ଡ ବଳି ଦେବାର ପରମ୍ପରା ମଧ୍ୟ ରହିଛି ।

ପରମ୍ପରା ଅନୁଯାୟୀ ମା ବିମଳାଙ୍କୁ ଏହି ଷୋଳପୁଜା ସମୟରେ ନାରାୟଣୀ , ହରଚଣ୍ଡୀ , ବନଦୁର୍ଗା , ବଗଳା , ଭୁବନେଶ୍ୱରୀ , ଉଗ୍ରତାରା , ସିଂହବାହିନୀ ଓ ଦଶଭୁଜା ପ୍ରଭୃତି ବେଶ କରାଯାଇଥାଏ । ପ୍ରତ୍ୟେକ ବର୍ଷ ମହାସପ୍ତମୀ , ମହାଷ୍ଟମୀ ଓ ମହାନବମୀରେ ନିଷର୍ଧ ପ୍ରହରରେ ମାଙ୍କୁ ମାଜଣା , ବେଶ ଓ ପଶୁବଳି ଦିଆଯିବାର ପରମ୍ପରା ରହିଛି । ଏହି ସମୟରେ ମା ବିମଳାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ ସପ୍ତମୀତିଥିରୁ ଶ୍ରୀମନ୍ଦିରରେ ମା ବିମଳାଙ୍କ ଗୁପ୍ତ ପୂଜାର ପରମ୍ପରା ରହିଥିବାରୁ ମାଙ୍କର ସ୍ୱରୂପ ଭାବେ ଶ୍ରୀମନ୍ଦିର ବାହାରେ ଥିବା ମା କାକୁଡିଖାଇଙ୍କୁ ଭକ୍ତମାନେ ଦର୍ଶନ କରି ସେହି ପୂଣ୍ୟ ଲାଭ କରିପାରିବେ ବୋଲି କାକୁଡିଖାଇଙ୍କ ପୂଜକ କହିଛନ୍ତି ।

ଗବେଷକମାନଙ୍କ ମତରେ ଗୋସ୍ୱାମୀନି ବା ଗୋସାମଣୀ ଶଦ୍ଦରୁ ଗୋସାଣୀର ସୃଷ୍ଟି । ଦ୍ୱାଦଶ ଶତାଦ୍ଦୀରେ ଗଙ୍ଗ ରାଜାମାନେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ନିର୍ମାଣ କରିବା ସମୟରେ ଦେଉଳ ସୁରକ୍ଷା ପାଇଁ ଚତୁଃପାର୍ଶ୍ୱରେ ସାତସାହି ଆଖଡା , ଯାଗା, କୋଟ, ଗଡ ଓ ଗୁରୁଜ ଆଦି ପ୍ରତିଷ୍ଠା କରି ଶ୍ରୀମନ୍ଦିରର ସୁରକ୍ଷା କରୁଥିଲେ । ଏହି ଯାଗା ଆଖଡା ମାନଙ୍କରେ ହିଁ ଶାରଦୀୟ ଗୋସାଣୀ ଯାତ୍ରା ମହାଆଡମ୍ବରରେ ପାଳିତ ହୋଇଥାଏ । 

ଶ୍ରୀମନ୍ଦିରର ଦେବୀ ମା ବିମଳାଙ୍କ ସ୍ୱରୂପିଣୀ ଭାବେ ମନ୍ଦିରର ଅଗ୍ନିକୋଣରେ ଥିବା ମା କାକୁଡିଖାଇଙ୍କୁ ମଧ୍ୟ ତ୍ରିଦିନାତ୍ମକ ପୂଜା କରାଯାଉଛି । ମାଆ କାକୁଡି ଖାଇଙ୍କୁ ଶ୍ରୀକ୍ଷେତ୍ରରେ ଗୋସାଣୀ ସମୁହର ମାଆ ଆଖ୍ୟା ଦିଆଯାଇଥିବା ବେଳେ ବାରବାଟୀଙ୍କୁ ବଡ ଭଉଣୀର ମାନ୍ୟତା ଓ ଜହ୍ନିଖାଇଙ୍କୁ ମଧ୍ୟ ଆଉ ଏକ ଉଭଣୀର ମାନ୍ୟତା ପୂର୍ବରୁ ରହିଆସିଛି । ତେବେ ପ୍ରାୟ ୧୨ ହାତ ଉଚ୍ଚତା ବିଶିଷ୍ଟ ବାରବାଟୀ ଗୋସାଣୀଙ୍କ ମୃଣୟୀପ୍ରତିମା ସମସ୍ତ ମୂର୍ତ୍ତୀ ମଧ୍ୟରେ ଉଚ୍ଚତମ । ସାଧାରଣତଃ ଆଶ୍ୱିନ ମାସର ସପ୍ତମୀ ଠାରୁ ଗୋସାଣୀ ପୂଜାର୍ଚ୍ଚନା ପରମ୍ପରା ରହିଆସିଥିବା କହିଛନ୍ତି । ସେପଟେ ଦଶମୀ ତିଥିରେ କାକୁଡି ଖାଇଙ୍କର ବିସର୍ଜନ ର ବିଧି ରହିଥିବା ବେଳେ ଏକାଦଶୀ ଦିନ ଅନ୍ୟ ସମସ୍ତ ଗୋଶାଣୀଙ୍କ ଭାଷାଣୀ ଉତ୍ସବ ହେବାର ପରମ୍ପରା ରହିଛି।

 

 

 

Read More
{}{}