Hindi News >>Home >>Puri

Odisha News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ୍, ଡିସେମ୍ବର ୧୫ ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

Odisha News: ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନ୍ (VK Pandian Chairman 5T And Nabin Odisha ) ଆଜି ବଡି ଭୋରରୁ ପୁରୀ ଯାଇ ୪ଟା ୩୦ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। (Srimandir Parikrama Project) ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। 

Advertisement
Odisha News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ୍, ଡିସେମ୍ବର ୧୫  ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ
Stop
Zee Odisha Desk|Updated: Nov 04, 2023, 08:31 AM IST

Odisha News: ନବୀନ  ଓଡିଶା  ଓ  ୫ଟି ଅଧ୍ୟକ୍ଷ   ଭି .କେ  ପାଣ୍ଡିଆନ୍  (VK Pandian Chairman 5T And Nabin Odisha ) ଆଜି  ବଡି ଭୋରରୁ  ପୁରୀ  ଯାଇ ୪ଟା ୩୦ ରେ ଶ୍ରୀମନ୍ଦିର ପରିକ୍ରମା  ପ୍ରକଳ୍ପର (Srimandir Parikrama Project) ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଛନ୍ତି।  (Srimandir Parikrama Project) ପରିକ୍ରମା  ପ୍ରକଳ୍ପ  କାମ  ତ୍ଵରାନ୍ଵିତ  କରି ୨୦୨୩ ଡିସେମ୍ବର ୧୫  ସୁଦ୍ଧା  ସମ୍ପୂର୍ଣ୍ଣ  କରିବାକୁ  ସେ  ନିର୍ଦ୍ଦେଶ  ଦେଇଛନ୍ତି। ଶ୍ରୀକ୍ଷେତ୍ରରେ (Srikhetra) ଥିବା  ବିଭିନ୍ନ  ମଠ  ଗୁଡିକର  ପୁନରୁଦ୍ଧାର  କାମ  ତ୍ୱରାନ୍ୱିତ  କରିବା  ପାଇଁ  ୫ଟି ଓ  'ଆମ ଓଡିଶା ନବୀନ ଓଡିଶା'  ଅଧକ୍ଷ  (ama Odisha Nabin Odisha Chairman VK Pandian) ନିର୍ଦ୍ଦେଶ  ଦେଇଥିଲେ । (Puri Jagannath Temple) ପୁନରୁଦ୍ଧାର ସମୟରେ  ମଠ  ଗୁଡିକର ଇତିହାସ  ଓ  ପରମ୍ପରାକୁ  ଗୁରୁତ୍ଵ  ଦେଇ ସମସ୍ତ  ଭାଗୀଦାର ମାନଙ୍କ  ସହଯୋଗରେ କାମ  କରିବାକୁ ଭି .କେ  ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ  .

ପରିକ୍ରମା  ପ୍ରକଳ୍ପ  (landscaping) କାମରେ  ଜଗନ୍ନାଥ  ସଂସ୍କୃତି  ସହ  ଜଡିତ  ବିଭିନ୍ନ  ଦେଶୀୟ  ବୃକ୍ଷ  ଓ  ଗୁଳ୍ମ ଲଗାଇବାକୁ  ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ। ଏତବ୍ୟତୀତ  ମେଘନାଦ  ପାଚେରୀ  ନିକଟରେ  ମନ୍ଦିରର  କ୍ଷୁଦ୍ର  ପ୍ରତିକୃତି  ନିର୍ମାଣ  କରିବା  ପାଇଁ  ମଧ୍ଯ  ସେ  ପରାମର୍ଶ  ଦେଇଥିଲେ । ମହାପ୍ରଭୁଙ୍କ  ଦର୍ଶନ  ପାଇଁ  ଆସୁଥିବା  ଯାତ୍ରୀ  ମାନେ  ଯେପରି  ସ୍ବଚ୍ଛନ୍ଦରେ  ମନ୍ଦିରରେ  ପହଞ୍ଚି  ପାରିବେ  ସେଥିପାଇଁ  ମନ୍ଦିର  ସଂଯୁକ୍ତ  ରାସ୍ତାକୁ  ଅବରୋଧ  ମୁକ୍ତ  ରଖିବା  ପାଇଁ  ପାଣ୍ଡିଆନ  ନିର୍ଦ୍ଦେଶ  ଦେଇଥିଲେ । ସ୍ଥାନୀୟ  ଲୋକ ତଥା  ସେବାୟତ ମାନଙ୍କ  ସୁବିଧା  ପାଇଁ  ଦୁଇ ଚକିଆ  ଗାଡିର  ପାର୍କିଂ  ପାଇଁ  ପର୍ଯ୍ୟାପ୍ତ  ବ୍ୟବସ୍ଥା  କରିବାକୁ  ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏତଦବ୍ୟତୀତ  ମେଘନାଦ ପାଚେରୀ  ,ପରିକ୍ରମା  ପ୍ରକଳ୍ପର  ବିଦ୍ୟୁତ୍  ବ୍ୟବସ୍ଥା  କାମ  ନିର୍ଦ୍ଧାରିତ  ସମୟରେ  ଶେଷ କରିବା  ଉପରେ ସେ  ଗୁରୁତ୍ଵ  ଆରୋପ  କରିଥିଲେ ।

ଜଗନ୍ନାଥ  ବଲ୍ଳଭ  ପାର୍କିଂ  କାମ  ସହ  ଯାତ୍ରୀ  ମାନଙ୍କ  ପାଇଁ  ସେଠାରେ  କରାଯାଉଥିବା  ବିଭିନ୍ନ  ସୁବିଧା ର  ବିକାଶ ,  ପ୍ରମୋଦ  ଉଦ୍ୟାନ, ଓ ଶ୍ରୀ ସେତୁ  କାମ ର  ଅଗ୍ରଗତି ମଧ୍ଯ ପାଣ୍ଡିଆନ୍   ସମୀକ୍ଷା  କରିଥିଲେ । ନିର୍ଦ୍ଧାରିତ  ସମୟ ରେ  କାମ  ଶେଷ  କରିବାକୁ   ନିର୍ଦେଶ ଦେଇଥିଲେ  । ଏଥି ପାଇଁ  ଅଧିକ  ଲୋକ  ନିୟୋଜିତ  କରିବା ପାଇଁ  5T ଓ  ନବୀନ  ଓଡିଶା  ଅଧ୍ୟକ୍ଷ ପରାମର୍ଶ  ଦେଇଥିଲେ । ଏହି  ପରିଦର୍ଶନ  ସମୟରେ ବିଧାୟକ   ପ୍ରଣବ  ପ୍ରକାଶ  ଦାସ, ପୁରୀ  ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

Read More
{}{}