Hindi News >>Home >>Puri

Adharapana 2023: କାହିଁକି ଓ କିପରି ହୁଏ ମହାପ୍ରଭୁଙ୍କ ଅଧରପଣା ନୀତି, କ’ଣ ରହିଛି ଏହା ପଛର ପୌରାଣିକ କଥା

Adharapana 2023: ଏହି ଅଧରପଣା ପରମ୍ପରା ପ୍ରାୟ ୪୫୦ ବର୍ଷ ପୁରାତନ ବୋଲି ଗବେଷକମାନେ ମତ ଦେଇଛନ୍ତି । ପୂର୍ବରୁ ତିନି ରଥ ସିଂହଦ୍ବାରରେ ପହଁଞ୍ଚବା ପରେ ‘ଅଧରପଣା’ ଲାଗି ହେଉଥିଲା ଯାହା ଦଶମୀ ତିଥିରେ ଅନୁଷ୍ଠିତ ହେଉଥିଲା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 30, 2023, 09:35 AM IST

Adharapana 2023: ଆଜି ଅର୍ଥାତ୍ ଦ୍ବାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଅଧରପଣା ନୀତି (Adharapana 2023) । ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହେବା ପରେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ତୀଚାମୁଣ୍ତାଙ୍କ ଲାଗି ଭଙ୍ଗା ଯିବ ଅଧର ହାଣ୍ତି । ତେବେ ପବିତ୍ର ରଥଯାତ୍ରାରେ (Rath Yatra 2023) ଏହି ଅଧରପଣା ନୀତିର ଅନେକ ସ୍ବତନ୍ତ୍ରତା ରହିଛି । ଏହି ଅଧରପଣା ପରମ୍ପରା ପ୍ରାୟ ୪୫୦ ବର୍ଷ ପୁରାତନ ବୋଲି ଗବେଷକମାନେ ମତ ଦେଇଛନ୍ତି । ପୂର୍ବରୁ ତିନି ରଥ ସିଂହଦ୍ବାରରେ ପହଁଞ୍ଚବା ପରେ ‘ଅଧରପଣା’ ଲାଗି ହେଉଥିଲା ଯାହା ଦଶମୀ ତିଥିରେ ଅନୁଷ୍ଠିତ ହେଉଥିଲା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ହେଲେ ପରେ ଏକାଦଶୀ ଦିନ ଏହି ନୀତି ହୋଇନପାରିବାରୁ ଅନେକ ବର୍ଷ ଧରି ଏହା ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଛି ।

ଅଧରପଣା ନୀତିକୁ ନେଇ କଣ ରହିଛି ପୌରାଣିକ କଥା

ପାପୀ, ତପି, ଦୀନ, ଯବନ ଓ ମ୍ଳେଚ୍ଛ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନ ସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି ଆରମ୍ଭ ହୋଇଥିଲା ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ମତ ଦେଇଛନ୍ତି । ବଳଭଦ୍ରଙ୍କୁ ତାରା, ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କୁ ମହାକାଳୀ ଭାବେ ତାନ୍ତ୍ରିକ ଓ ଶକ୍ତି ଉପାସକମାନେ ପୂଜା କରିଥାଆନ୍ତି । ତେଣୁ ଏହି ଘୋଷଯାତ୍ରାକୁ ‘ତନ୍ତ୍ରର ପୂଜା’ ବୋଲି ମଧ୍ଯ କୁହାଯାଏ । ତନ୍ତ୍ରର ପ୍ରଭାବ ଜଗନ୍ନାଥଙ୍କ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ବ ଦେବାଦେବୀ ରହିଥାଆନ୍ତି । ‘ଅଧରପଣା’ ବେଳେ ପ୍ରତି ରଥରେ ତିନୋଟି କରି ମୋଟ ନଅଟି ହାଣ୍ତି ପଣା ମହାପ୍ରଭୁଙ୍କୁ ମଣୋହି ହୋଇଥାଏ । ଦେବସ୍ନାନ ପୂର୍ଣ୍ଣିମାଠାରୁ (Debasnana Purnima 2023) ରଥଯାତ୍ରା ଆରମ୍ଭ ହୋଇ ନୀଳାଦ୍ରିବିଜେ (Niladri bije 2023) ରେ ସମାପ୍ତ ହୋଇଥାଏ । ଦେବତାମାନଙ୍କଠାରୁ ଆରମ୍ଭ ହେଉଥିବା ଏହି ପବିତ୍ର ଉତ୍ସବ ଅଶରୀରୀମାନଙ୍କ ପାଖରେ ଶେଷ ହୋଇଥାଏ । ରଥଯାତ୍ରାର ଶେଷ ଭାଗରେ ମହାପ୍ରଭୁ ମଧୁର ଅଧରରେ ପଣାହାଣ୍ତି ସ୍ପର୍ଶ କରି ଏହାକୁ ଅଶରୀରୀ ଓ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ସେମାନଙ୍କୁ ଉଦ୍ଧାର କରିଥାଆନ୍ତି ।

ଏହା ବି ପଢନ୍ତୁ-ସୁନାବେଶ ବେଳେ ଅଘଟଣ: ଅଣନିଶ୍ବାସୀ ହୋଇ ଯୁବତୀ ମୃତ, ସେପଟେ ଭକ୍ତଙ୍କ ଉପରକୁ ହଠାତ୍ ମାଡ଼ି ଆସିଲା ଆମ୍ବୁଲାନ୍ସ

ସୂଚନାଯୋଗ୍ୟ, ପହୁଡ଼ ନୀତି ସମ୍ପନ୍ନ ହେବା ପରେ ଶୁକ୍ରବାର ଦିନ ସକାଳେ ୬ଟାରୁ ସାଢେ ୬ଟା ଭିତରେ ମଙ୍ଗଳ ଆଳତୀ, ୭ଟାରେ ମଇଲମ, ୮ଟାରେ ଅବକାଶ ନୀତି, ୯ଟାରେ ବେଶଶେଷ ନୀତି ସରିଛି । ପୂର୍ବାହ୍ନ ୧୦ଟାରେ ସାଢ ୧୦ଟା ଭିତରେ ଗୋପଳବଲ୍ଲଭ, ସାଢେ ୧୧ଟାରୁ ମଧ୍ଯାହ୍ନ ସାଢେ ୧୨ଟା ଭିତରେ ସକାଳ ଧୂପ, ଅପରାହ୍ନ ଗୋଟାଏରେ ମଇଲମ, ସାଢେ ଗୋଟାଏରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ । ଏହାପରେ ଅପରାହ୍ନ ସାଢେ ୩ଟାରୁ ୪ଟା ଭିତରେ ମଧ୍ଯାହ୍ନ ଧୂପ ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହେବ । ରାତି ୮ଟା ସୁଦ୍ଧା ତିନି ରଥରେ ଅଧରପଣା ନୀତି ଶେଷ ହେବା ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ । ପରେ ରାତି ୧୦ଟାରେ ମଇଲମ, ବେଶ ଓ ସାଢେ ୧୦ଟାରେ ସଂଧ୍ଯା ଆଳତି, ରାତି ୧୧ଟାରୁ ୧୨ଟା ଭିତରେ ସଂଧ୍ଯା ଧୂପ, ସାଢେ ୧୨ଟାରେ ମଇଲମ, ଚନ୍ଦନ ଲାଗି, ରାତି ଗୋଟାଏରେ ବଡ଼ ସିଂହାର ବେଶ, ରାତି ସାଢେ ଗୋଟାଏରେ ବଡ଼ ସିଂହାର ଭୋଗ ଓ ରାତି ୨ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ ।

Read More
{}{}