Hindi News >>Home >>Odisha Politics

ଆରମ୍ଭ ହେଲା ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା; ୯ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା

ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ ମତଦାନ ପ୍ରକ୍ରିୟା।  ଆସନ୍ତା ୬ ସପ୍ତାହ ଧରି ଏହା ଚାଲିବ। ସାରା ଦେଶର ପ୍ରାୟ ୧୦୦ କୋଟି ଜନସାଧାରଣ  ଏଥିରେ ଭାଗ ନେବେ। ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନସାଧାରଣଙ୍କ ଭୋଟ ଦେବାର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ୧ଲକ୍ଷ ୮୭ ହଜାର ପୋଲିଂ ବୁଥ୍‍ ନିର୍ମାଣ କରାଯାଇଛି। ଯେଉଁଥିରେ ୧୮ ଲକ୍ଷ ଜନସାଧାରଣ ୧୦୨ଟି ଆସନ ଲାଗି ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Advertisement
ଆରମ୍ଭ ହେଲା ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା; ୯ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା
Stop
Soubhagya Ranjan Mishra|Updated: Apr 19, 2024, 06:40 AM IST

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ ମତଦାନ ପ୍ରକ୍ରିୟା।  ଆସନ୍ତା ୬ ସପ୍ତାହ ଧରି ଏହା ଚାଲିବ। ସାରା ଦେଶର ପ୍ରାୟ ୧୦୦ କୋଟି ଜନସାଧାରଣ  ଏଥିରେ ଭାଗ ନେବେ। ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନସାଧାରଣଙ୍କ ଭୋଟ ଦେବାର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ୧ଲକ୍ଷ ୮୭ ହଜାର ପୋଲିଂ ବୁଥ୍‍ ନିର୍ମାଣ କରାଯାଇଛି। ଯେଉଁଥିରେ ୧୮ ଲକ୍ଷ ଜନସାଧାରଣ ୧୦୨ଟି ଆସନ ଲାଗି ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। 

ସବୁଠାରୁ ବଡ଼ କଥା ହେଉଛି, ଏହି ନିର୍ବାଚନରେ ୯ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନସାଧାରଣ। ଏଥିରେ ରହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି, କେନ୍ଦ୍ର ବିଜ୍ଞାନମନ୍ତ୍ରୀ କିରେନ୍‍ ରିଜିଜୁ, ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ, ସଞ୍ଜୀବ ବଲିୟାଁ,  କେନ୍ଦ୍ର ସଂସଦୀୟବ୍ୟାପର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ରାଜ୍ୟସଭା ସାଂସଦ ତଥା ଜଳସମ୍ପଦ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘଓ୍ୱାଲ, ନିଶିଥ ପ୍ରମାଣିକ ଏବଂ ଏଲ୍‍ ମୁରୁଗୁନ। 

ଆଜି ନିର୍ବାଚନ ପରୀକ୍ଷା ଦେଉଥିବା ହାଇପ୍ରୋଫାଇଲ୍‍ ତାଲିକାରେ ଜଣେ ପୂର୍ବତନ ରାଜ୍ୟପା ରହିଛନ୍ତି। ସେ ହେଲେ ତାମିଲସାଇ ସୁନ୍ଦରରାଜନ। ଦକ୍ଷିଣ ଚେନ୍ନାଇରୁ ସେ ଲଢ଼ୁଛନ୍ତି। 
ଭାରତର ଏହି ନିର୍ବରଚନ ପର୍ବ ସାରା ବିଶ୍ୱରେ ଅନନ୍ୟ। ଏଠାରେ ଯେତିକି ଲୋକ ଭୋଟ ଦିଅନ୍ତି ତାହା ଆମେରିକା, ଲଣ୍ଡନ, ବ୍ରାଜିଲ, ଋଷ, ଜାପାନ ଏବଂ ଫ୍ରାନ୍ସର ମିଳିତ ଲୋକସଂଖ୍ୟାଠୁ ଅଧିକ। ନିର୍ବାଚନକୁ ସୁରକ୍ଷିତ, ନିରପେକ୍ଷ ରଖିବା ଲାଗି ଭାରତର ନିର୍ବାଚନ କମିଶନ ସମସ୍ତ ରଣନୀତି ପ୍ରୟୋଗ କରିଥାଆନ୍ତି। ଇଲେକ୍ଟ୍ରୋନିକ ଭୋଟିଂ ମସିନଠାରୁ ଆରମ୍ଭ କରି ମାନବ ସମ୍ବଳ, ସୁରକ୍ଷାବଳ ସବୁକିଛି ତାଙ୍କ ନିୟନ୍ତ୍ରଣରେ ରହିଥାଏ। ଏ ଭିତରେ ୧୮ ଲକ୍ଷ ମାନବସମ୍ବଳକୁ ମୁତ୍ତୟନ କରାଯାଇଛି। ଭୋଟ୍‍ ଦେବା ଲାଗି ଯୋଗ୍ୟ ବିବେଚିତ ଭୋଟରଙ୍କ ଭିତରେ ରହିଛନ୍ତି ୮ କୋଟି ୮୦ ଲକ୍ଷ ପୁରୁଷ, ୮ କୋଟି ୨୩ ଲକ୍ଷ ମହିଳା,  ୧୧ହଜାର ୩୭୧ ତୃତୀୟ ଲିଙ୍ଗୀ। ଏହି ପ୍ରକ୍ରିୟାରେ ୩୫ ଲକ୍ଷ ପନୂଆ ଭୋଟର ରହିଛନ୍ତି ଯେଉଁମାନେ ପ୍ରଥମଥର ପାଇଁ ଭୋଟ ଦେବେ। 

ଆଜିଠାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟାରେ ଚିହ୍ନିତ ସମସ୍ତ ବୁଥରେ ଆବଶ୍ୟକ ମସିନ, ମାନବସମ୍ବଳ ଓ ସୁରକ୍ଷା ବ୍ୟବସ୍ଥା ପହଞ୍ଚାଇବା ଲାଗି  ନିର୍ବାଚନ କମିଶନ ୪୧ଟି ହେଲିକପ୍ଟର, ୮୪ ସ୍ୱତନ୍ତ୍ର ଟ୍ରେନ ଏବଂ ୧ ଲକ୍ଷ ଗାଡ଼ି ବ୍ୟବହାର କରିଛନ୍ତି। ଏ ପ୍ରକ୍ରିୟା ଜୁନ୍‍ ୧ ତାରିଖରେ ଶେଷ ହେବ। ଏହାପରେ ୪ ତାରିଖ ଦିନ ଭୋଟ ଗଣତି ହୋଇ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ।

Also Read- Mangal Shukra Gochar 2024: ମଙ୍ଗଳ-ଶୁକ୍ର ଚଳନ ପ୍ରଭାବରୁ ୪ ରାଶି ହେବେ ଭାଗ୍ୟବାନ

Read More
{}{}