Hindi News >>Home >>Odisha Politics

Bihar Politics: ଗଣମାଧ୍ୟମ ପ୍ରଶ୍ନ ଶୁଣି କାହିଁକି ଉଠି ପଳାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର?

Bihar CM leaves Press Conference: ଯେତେବେଳେ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାବଦରେ ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନୋଭାବ ବଦଳି ଯାଇଥିଲେ। ଏହି ପ୍ରଶ୍ନ ଶୁଣିବା ମୁଖ୍ୟମନ୍ତ୍ରୀ ତାଙ୍କ ଆସନରୁ ଉଠି ଯାଇ କହିଥିଲେ ଯେ ଏହି ପ୍ରଶ୍ନ ଛାଡି ଦିଅନ୍ତୁ। 

Advertisement
Bihar Politics: ଗଣମାଧ୍ୟମ ପ୍ରଶ୍ନ ଶୁଣି କାହିଁକି ଉଠି ପଳାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର?
Stop
Subhramjit Ray|Updated: Sep 01, 2022, 11:42 PM IST

Nitish Kumar leaves Press Conference: ଏନଡିଏ ମେଣ୍ଟରୁ ବାହାରି ଯିବା ପରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରତିଷ୍ଠାତା ନୀତିଶ କୁମାରଙ୍କୁ ନେଇ ଜାରି ରହିଛି ଚର୍ଚ୍ଚା। କାରଣ ଅଷ୍ଟମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା   ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏନେଇ କୁହାଯାଉଛି ଯେ ସେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ସେ ବିରୋଧି ଦଳର ପ୍ରାର୍ଥୀ ହୋଇପାରନ୍ତି। 

ଜେଡିୟୁ ପ୍ରତିଷ୍ଠାତା ନୀତିଶ କୁମାରଙ୍କ (JDU Founder Nitish Kumar) ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ କେବଳ ବିହାର (Bihar Politics) ନୁହେଁ ବରଂ ସମଗ୍ର ଦେଶର ରାଜନୀତିରେ (Indian Politics) ଜାରି ରହିଛି ଚର୍ଚ୍ଚା। ଏନେଇ ତାଙ୍କ ଦଳ ଜେଡିୟୁ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ଏହିକ୍ରମରେ ବିହାର (Bihar) ରାଜଧାନୀ ପାଟନାସ୍ଥିତ ଜେଡିୟୁ କାର୍ଯ୍ୟାଳୟ (Patna JDU Office) ବାହାରେ ଦଳର ପ୍ରତିଷ୍ଠାତା ନୀତିଶ କୁମାରଙ୍କ (JDU Founder Nitish Kumar) ସମର୍ଥନରେ ପୋଷ୍ଟର ଲଗାଯାଇଛି। ଯାହା ସ୍ପଷ୍ଟ ଭାବେ ଏହା ସୂଚିତ କରୁଛି ଯେ ବିରୋଧି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। 

ଅଗଷ୍ଟ ୩୧ ତାରିଖ ବୁଧବାର ଦିନିକିଆ ବିହାର ଗସ୍ତରେ ଆସି ରାଜଧାନୀ ପାଟନା ଠାରେ ପହଞ୍ଚିଥିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR)। ଏହି ଅବସରରେ ସେ ଏକ ବନ୍ଦ କୋଠରୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ (Bihar Deputy Chief Minister Tejashwi Yadav) ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ଭେଟଘାଟକୁ ରାଜନୈତିକ ବିଶେଷଜ୍ଞ ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ପାଇଁ ବିରୋଧୀ ଏକତାର ସଙ୍କେତ ଭାବେ ଦେଖୁଛନ୍ତି।

Also Read: Lok Sabha Election 2024: ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବିରୋଧି ଦଳରେ ଛକାପଞ୍ଝା ଜାରି

ମୁଖ୍ୟମନ୍ତ୍ରୀ କେସିଆର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପରସ୍ପରକୁ ଭେଟିବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ଯେ ତାଙ୍କର ଏବଂ ନୀତୀଶ କୁମାରଙ୍କ ଲକ୍ଷ୍ୟ ହେଉଛି ବିଜେପି ମୁକ୍ତ ଭାରତ (BJP Mukt Bharat) ଗଠନ କରିବା। ହେଲେ ଯେତେବେଳେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କଲେ ଯେ ନୀତୀଶ କୁମାର ଏନେଇ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (Prime Minister Candidate) ହୋଇପାରିବେ ନା ନାହିଁ? ହେଲେ ସେତେବେଳେ ଯାହା ଘଟିଲା ତାହାର  ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି।

ଯେତେବେଳେ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାବଦରେ ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନୋଭାବ ବଦଳି ଯାଇଥିଲେ। ଏହି ପ୍ରଶ୍ନ ଶୁଣିବା ମୁଖ୍ୟମନ୍ତ୍ରୀ ତାଙ୍କ ଆସନରୁ ଉଠି ଯାଇ କହିଥିଲେ ଯେ ଏହି ପ୍ରଶ୍ନ ଛାଡି ଦିଅନ୍ତୁ। ମାତ୍ର ସେତେବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିବା ଜାରି ରଖିବା ସହ ନୀତୀଶ କୁମାରଙ୍କୁ ବସିବାକୁ କହିଥିଲା। ମାତ୍ର ନୀତିଶ କୁମାର ତାଙ୍କୁ ଉଠି ଚାଲିବାକୁ କହିଥିଲେ। ମାତ୍ର କେସିଆର ତାଙ୍କୁ ବାରମ୍ବାର ବସିବାକୁ କହିଥିଲେ। ଏହା ଉପରେ ଜବାବ ରଖି ନୀତୀଶ କୁମାର କହିଥିଲେ ନାଁ ନାଁ ଚାଲନ୍ତୁ। ଗଣମାଧ୍ୟମ ପ୍ରତିନିଧି ଅନାବଶ୍ୟକ ପ୍ରଶ୍ନ ପଚାରୁଛନ୍ତି। 

Also Read: Lok Sabha Election 2024: ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବିରୋଧି ଦଳରେ ଛକାପଞ୍ଝା ଜାରି

ଏହା ପରେ ପୁଣି ଥରେ କେସିଆରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କୌଣସି ତୃତୀୟ ସାମ୍ମୁଖ୍ୟ (Third Front) ଗଠନ ହେବ ଏବଂ କିଏ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ? ଏହାର ଉତ୍ତର ରଖି କେସିଆର କହିଛନ୍ତି ଯେ ଆମେ ସମସ୍ତେ ଏକାଠି ବସି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରିବୁ। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ତୃତୀୟ ସାମ୍ମୁଖ୍ୟରେ କଂଗ୍ରେସ (Congress) ରହିବା ନା ଏହାର ଭୂମିକା କ’ଣ ହେବ? ରାହୁଲ ଗାନ୍ଧୀଙ୍କ (Rahul Gandhi) ଭୂମିକା କ’ଣ ହେବ? ଏହି ପ୍ରଶ୍ନର ଜବାବ ରଖି ନୀତୀଶ କୁମାର କହିଛନ୍ତି ଯେ ଆମ ପାଖର ମେନ୍ ଫ୍ରଣ୍ଟ (Main Front) ଅଛି, ଥାର୍ଡ ଫ୍ରଣ୍ଟ କ’ଣ? ଏହା ଉପରେ ଜବାବ ରଖି କେସିଆର ନୀତିଶ କୁମାରଙ୍କ କଥାକୁ ଦୋହରାଇ କହିଛନ୍ତି ଯେ ଆମ ପାଖରେ 'ମେନ୍ ଫ୍ରଣ୍ଟ୍' ଅଛି।

 

 

 

Read More
{}{}