Hindi News >>Home >>Odisha Politics

Political Party in India: ଦେଶରେ ରହିଛି ଏପରି ଅଦ୍ଭୂତ ନାମ ଥିବା ରାଜନୈତିକ ଦଳ; ନାଁ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ!

RUPP in India:  ଭାରତ ବର୍ଷରେ ଅନେକ ପଞ୍ଜୀକୃତ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ। ନିର୍ବାଚନ ଆୟୋଗ ତଥ୍ୟ ଅନୁଯାୟୀ ଦେଶରେ ପ୍ରାୟ ୨୭୬୬ ପଞ୍ଜୀକୃତ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ ରହିଛି।

Advertisement
Political Party in India: ଦେଶରେ ରହିଛି ଏପରି ଅଦ୍ଭୂତ ନାମ ଥିବା ରାଜନୈତିକ ଦଳ; ନାଁ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ!
Stop
Zee Odisha Desk|Updated: Apr 24, 2024, 03:47 PM IST

Registered Unrecognized Political Parties in India: ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ବର୍ଷରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଅତ୍ୟନ୍ତ ଆକର୍ଷଣୀୟ। ବିଭିନ୍ନ ରାଜନୈତିକ ଦଳ ଏବଂ ଏହାର ନେତା ନିର୍ବାଚନ ବେଳେ ଅନେକ ବଡ଼ ପ୍ରତିଶୃତି ଦେଇଥାନ୍ତି। ଲୋକ ନିର୍ବାଚନ ସମୟରେ ଏହାକୁ ବେଶ ଉପଭୋଗ କରନ୍ତି। ନିର୍ବାଚନ ସମୟରେ ସେମାନଙ୍କ କଥା ଚର୍ଚ୍ଚାର ବିଷୟ ପାଲଟିଥାଏ। ହେଲେ ଭାରତୀୟ ରାଜନୀତି ସହ ଜଡ଼ିତ ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଦେଶରେ ରହିଥିବା ବିଭିନ୍ନ ରାଜନୈତିକ ଦଳର ନାମ। 

ଆପଣ ଜାଣି ଆଶ୍ଟର୍ଯ୍ୟ ହେବେ ଯେ ଦେଶରେ ଅନେକ ଅଦ୍ଭୂତ ନାମ ରହିଥିବା ରାଜନୈତିକ ଦଳ ରହିଛି। ତାହା ହେଉଛି ଇଣ୍ଡିଆନ୍ ଲଭର୍ସ ପାର୍ଟି, ଇଣ୍ଡିଆନ୍ ବିଲିଭର୍ଷ ପାର୍ଟି, ଇଣ୍ଡିଆନ୍ ମାନୁସ୍ ପାର୍ଟି, ନ୍ୟାସନାଲ ଟାଇଗର ପାର୍ଟି, ପିରାମିଡ୍ ପାର୍ଟି ଅଫ୍ ଇଣ୍ଡିଆ ଏବଂ ବୀରୋ କାଁ ବୀର ଇଣ୍ଡିଆ ପାର୍ଟି। ଆପଣ ବୋଧହୁଏ ଏପରି ଅଦ୍ଭୂତ ନାମ ରହିଥିବା ରାଜନୈତିକ ଦଳ ନାମ ପୂର୍ବରୁ ହୁଏତ ଶୁଣିଥିବେ। ଏପରି ମଜାଳିଆ ନାମଧାରୀ ରାଜନୈତିକ ଦଳ କେଉଁ ଅବସ୍ଥାରେ ଅଛନ୍ତି। 

ପଞ୍ଜୀକୃତ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ କ'ଣ? 
"ଟାଇମ୍ସ ଅଫ ଇଣ୍ଡିଆ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତ ବର୍ଷରେ ଅନେକ ପଞ୍ଜୀକୃତ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ (Registered Unrecognized Political Parties in India) ରହିଛି। ଭାରତୀୟ ନିର୍ବାଚନ ଆୟୋଗ ତଥ୍ୟ ଅନୁଯାୟୀ ଗତ ୨୦୨୨ ମେ ମାସ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୨୭୬୬ ପଞ୍ଜୀକୃତ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ ରହିଛି। ଏପରି ଦଳର ସବୁଠାରୁ ବଡ ସମସ୍ୟା ହେଉଛି ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରୁନାହାଁନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ନୁହଁନ୍ତି। ଏପରିକି ସେମାନେ କେବଳ ଗୋଟିଏ ଦୁଇଟି ନିର୍ବାଚନରେ ​​ସୀମିତ ରହିଯାନ୍ତି। 

ଦେଶରେ ରହିଥିବା ଅଦ୍ଭୂତ ନାମ ରହିଥିବା ରାଜନୈତିକ ଦଳ
ଦେଶରେ ବିଭିନ୍ନ ରାଜ୍ୟରେ ଅଦ୍ଭୂତ ନାମ ରହିଥିବା ରାଜନୈତିକ ଦଳ ରହିଛି। ତାହା ହେଉଛି ତାମିଲନାଡୁର "ଇଣ୍ଡିଆନ୍ ଲଭର୍ସ ପାର୍ଟି", ତେଲେଙ୍ଗାନାର "ଇଣ୍ଡିଆନ୍ ବିଲିଭର୍ଷ ପାର୍ଟି", ପଶ୍ଚିମବଙ୍ଗର "ଭାରତୀୟ ମାନୁଷ ପାର୍ଟି", ବିହାରର "ନ୍ୟାସନାଲ ଟାଇଗର ପାର୍ଟି", କର୍ଣ୍ଣାଟକର "ପିରାମିଡ୍ ପାର୍ଟି ଅଫ୍ ଇଣ୍ଡିଆ", ମହାରାଷ୍ଟ୍ରର "ବୀରୋ କାଁ ବୀର ଇଣ୍ଡିଆ ପାର୍ଟି", "ଟ୍ୱେଣ୍ଟି-ଟ୍ୱେଣ୍ଟି ପାର୍ଟି" ଏବଂ "ହାଇ-ଟେକ୍ ପାର୍ଟି" ମଧ୍ୟ ଅଛି। ଏହା ବ୍ୟତୀତ ଓଡିଶାରେ "ସୋସିଆଲିଷ୍ଟ ୱାର୍କ୍ସ ପାର୍ଟି" ମଧ୍ୟ ରହିଛି। ଗୁଜୁରାଟରେ "ରାଇଟ ଟୁ ରିକଲ ପାର୍ଟି", ହରିୟାଣାରେ ଯେଉଁଠାରେ ଜାଟ ସଂରକ୍ଷଣ କୋଟା ଦାବି କରୁଛନ୍ତି, ସେଠାରେ "ଆରକ୍ଷଣ ବିରୋଧି ପାର୍ଟି" ରହିଛି। ଏହା ବ୍ୟତୀତ "ସବସେ ଅଚ୍ଛେ ପାର୍ଟି" ଏବଂ ଉତ୍ତର ପ୍ରଦେଶରେ "ଆପକି ଅପନି ପାର୍ଟି" ମଧ୍ୟ ରହିଛି।

କାହିଁକି ଶ୍ରୀଘ୍ର ନିଷ୍କ୍ରିୟ ହୋଇଯାଉଛନ୍ତି ପଞ୍ଜୀକୃତ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ?
ପଞ୍ଜୀକୃତ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ କେବଳ କିଛି ବର୍ଷ ପାଇଁ ସକ୍ରିୟ ରହିବାକୁ ସକ୍ଷମ ହୋଇଥାନ୍ତି। କାରଣ ନିର୍ବାଚନ ଆୟୋଗ ନିୟମ ଅନୁଯାୟୀ ଯଦି କୌଣସି ଦଳ ପଞ୍ଜୀକୃତ କରିବା ପରେ ଆସନ୍ତା ୫ ବର୍ଷ ମଧ୍ୟରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହୋଇଥାନ୍ତି। ଯଦି ଦଳ ପଞ୍ଜୀକୃତ ହେବାର ୫ ବର୍ଷ ପରେ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ, ତାହେଲେ ସେମାନଙ୍କର ପଞ୍ଜୀକରଣ ବାତିଲ ହୋଇଯାଏ। 

Read More
{}{}