Hindi News >>Home >>Odisha Politics

Mamata Banerjee: ମୁଁ କଣ ବନ୍ଧକ ଶ୍ରମିକ?

Mamata Central Vista: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee) ପୁଣି ଥରେ କେନ୍ଦ୍ର ସରକାର (Central Govt) ଙ୍କୁ ଟାର୍ଗେଟ କରିଛନ୍ତି। 

Advertisement
ସାଂକେତିକ ଫଟୋ
Stop
Zee Odisha Desk|Updated: Sep 08, 2022, 05:40 PM IST

Mamata Central Vista: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee) ପୁଣି ଥରେ କେନ୍ଦ୍ର ସରକାର (Central Govt) ଙ୍କୁ ଟାର୍ଗେଟ କରିଛନ୍ତି। ଏଥର ମମତା, ନେତାଜୀଙ୍କ ପ୍ରତିମୂର୍ତ୍ତି (Netaji Statue) ର ଉଦଘାଟନ ତଥା ବାଂଲାଦେଶ ପ୍ରଧାନମନ୍ତ୍ରୀ (Bangladesh PM)ଙ୍କ ଭାରତ ଗସ୍ତ (India Visit) ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଆକ୍ରମଣ କରିଛନ୍ତି। ଗୁରୁବାର ଦିନ ତୃଣମୂଳ କଂଗ୍ରେସ  (TMC)ର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ସେ କହିଛନ୍ତି, "ମତେ ଖରାପ ଲାଗୁଛି ଯେ, ସେମାନେ (ବିଜେପି) ବର୍ତ୍ତମାନ ଦିଲ୍ଲୀରେ ନେତାଜୀଙ୍କ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି। ହେଲେ ପ୍ରଥମରୁ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିର କ'ଣ ହେବ? ମତେ ଆଜି ଜଣେ ସଚିବଙ୍କ ଚିଠି ମିଳିଛି, ଯେଉଁଥିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଆଜି ପ୍ରତିମାର ଉଦ୍ଘାଟନ କରିବେ ଓ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଆପଣ ସେଠାରେ ପହଞ୍ଚି ଯାଆନ୍ତୁ। କଣ ମୁଁ ତାଙ୍କର ବନ୍ଧକ ଶ୍ରମିକ?''

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଣ୍ଟ୍ରାଲ ଭିସ୍ତା ଆଭେନ୍ୟୁ (Central Vista Avenue)ର ଉଦଘାଟନ କରିବେ। ଏହାସହିତ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବେ। ଏହି ଉଦଘାଟନୀ ସମାରୋହ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂଶୋଧିତ ସେଣ୍ଟ୍ରାଲ୍ ଭିସ୍ତା ଆଭେନ୍ୟୁ ପ୍ରକଳ୍ପର ଉଦଘାଟନୀ ଉତ୍ସବର ଏକ ଅଂଶ। ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟ ପଥ (ପ୍ରଥମ ରାଜପଥ)ର ମଧ୍ୟ ଉଦଘାଟନ କରିବେ, ଯାହା ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍ ପ୍ରଯ୍ୟନ୍ତ ପରିବ୍ୟାପ୍ତ।

ସିଏମ ମମତା ବାନାର୍ଜୀ ଏତିକିରେ ଅଟକି ନଥିଲେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତ ଗସ୍ତ ପାଇଁ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଏହା ପ୍ରଥମ ଘଟଣା ଯେତେବେଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସି ମୋ ସହିତ ସାକ୍ଷାତ କରିବାର ଇଚ୍ଛା ସତ୍ତ୍ବେ ପଶ୍ଚିମବଙ୍ଗକୁ ଆସିନାହାନ୍ତି। ସେ କହିଛନ୍ତି, "ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି, କିନ୍ତୁ ଭାରତ ତାଙ୍କ ସରକାରୀ ଗସ୍ତରେ ଅଂଶଗ୍ରହଣ କରିବାକୁ ମୋତେ ନିମନ୍ତ୍ରୀତ କରିନାହିଁ। ମୁଁ ଜାଣେ ନାହିଁ ଯେ, ସେମାନେ (ବିଜେପି) କାହିଁକି ରାଗିଛନ୍ତି। ସେମାନେ ମତେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚିକାଗୋ ଓ ଚୀନ୍ ସମେତ ଅନେକ ସ୍ଥାନକୁ ଯିବାକୁ ଅନୁମତି ଦେଇନାହାନ୍ତି।"

ଏଠାରେ କହିରଖୁଛୁ ଯେ, ପିଏମ ଶେଖ ହାସିନା (P.M Sheikh Hasina) ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କର ବିସ୍ତାର ପାଇଁ ଚାରି ଦିବସୀୟ ଯାତ୍ରା ଉଦ୍ଦେଶ୍ୟରେ ସୋମବାର ଦିନ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ମମତା ବାନାର୍ଜୀ କହିଛନ୍ତି ଯେ, "ମୁଁ ବାହ୍ୟ ବ୍ୟାପାର କିମ୍ବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ କହିବାକୁ ଚାହେଁ ନାହିଁ, କିନ୍ତୁ ମୁଁ ଦେଖିଛି ଯେ ଯେତେବେଳେ ବି ମୋତେ କୌଣସି ଦେଶକୁ ନିମନ୍ତ୍ରଣ କରାଯାଏ, କେନ୍ଦ୍ର ମତେ ଅଟକାଇବାକୁ ଚେଷ୍ଟା କରେ। ମୁଁ ଜାଣିବାକୁ ଚାହେଁ ଯେ, କେନ୍ଦ୍ର ସରକାର ମୋର କୌଣସି ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତକୁ ନେଇ ଏତେ ଚିନ୍ତିତ କାହିଁକି? ବିରୋଧୀ ଏକତା ବିଷୟରେ ମମତା ବାନାର୍ଜୀ ମଧ୍ୟ ଏକ ବଡ ଘୋଷଣା କରି କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ​​ନୀତିଶ କୁମାର, ହେମନ୍ତ ସୋରେନ, ମୁଁ ଏବଂ ଅନ୍ୟ ନେତାମାନେ ଏକାଠି ଲଢିବୁ।

{}{}