Hindi News >>Home >>Odisha Politics

West Bengal Politics: 'ମତେ ଗିରଫ କରି ଦେଖାଅ'

Mamata Target to BJP: ତୃଣମୂଳ କଂଗ୍ରେସ (TMC) ଉପରେ ଲାଗୁଥିବା ଦୁର୍ନୀତି ଅଭିଯୋଗକୁ ନେଇ ବିଜେପି (BJP) ଉପରେ ଜୋରଦାର ଆକ୍ରମଣ କରିଛନ୍ତି ମମତା।

Advertisement
ପ୍ରତୀକାତ୍ମକ
Stop
Zee Odisha Desk|Updated: Aug 29, 2022, 04:49 PM IST

Mamata Target to BJP: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ  ଓ ବିଜେପି (BJP) ମଧ୍ୟରେ ରାଜନୈତିକ ପାରା ସର୍ବଦା ହାଇ ରହିଥାଏ। ଏବେ ଆଉ ଏକ ବାଣ ଛାଡିଛନ୍ତି ମଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତୃଣମୂଳ କଂଗ୍ରେସ (TMC) ଉପରେ ଲାଗୁଥିବା ଦୁର୍ନୀତି ଅଭିଯୋଗକୁ ନେଇ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି ମମତା। ମମତା ବାନାର୍ଜୀ ସୋମବାର ଏକ ରାଲିରେ କହିଛନ୍ତି ଯେ, "ଭାରତୀୟ ଜନତା ପାର୍ଟି (BJP) କେଉଁଠାରୁ ରାଜ୍ୟ ଗୁଡିକରେ ନିର୍ବାଚିତ ସରକାର ଗୁଡିକୁ ହଟାଇବା ପାଇଁ ଟଙ୍କା ମିପାଉଛି, ତାହାର ଉତ୍ତର ଦେବା ଉଚିତ୍। ନିର୍ବାଚିତ ରାଜ୍ୟ ସରକାର ଗୁଡିକୁ ହଟାଇବା ପାଇଁ କଳା ଟଙ୍କା ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ କଳେବଳେ କୌଶଳେ ନେତାଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ଦୂରୁପୋଯୋଗ କରୁଛନ୍ତି।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, "ବିଜେପି ନେତା ମାନେ ବେଟି ବଚାଓ ବିଷୟରେ କୁହନ୍ତି କିନ୍ତୁ, ତାଙ୍କ ସରକାର ବିଲକିସ୍ ବାନୋ ମାମଲାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଛାଡି ଦେଛନ୍ତି। ସେମାନେ ଟିଏମସି ଓ ଆମକୁ ଚୋର ବୋଲି କହୁଛନ୍ତି। ସବୁ ଦୁର୍ନୀତି ବାମପନ୍ଥୀ ମାନେ କରୁଛନ୍ତି ବୋଲି କହୁଛନ୍ତି। କିନ୍ତୁ, ଚାକିରି ପାଇଁ ଟଙ୍କା ନେବାର ସଂସ୍କୃତି ସେମାନଙ୍କ (BJP)ର ଅଟେ ବୋଲି ମମତା କହିଛନ୍ତି।  

ସେ କହିଛନ୍ତି, "ଏହି ମାମଲା ବିଚାରାଧୀନ ଅଟେ। ଆମେ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣ କରିବାକୁ କୋର୍ଟରେ ସେପରି କୌଣସି ପ୍ରମାଣ ନାହିଁ। ତଥାପି ମିଡିଆ ଟ୍ରାଏଲ ଚାଲିଛି ଏବଂ ସେମାନେ ଆମକୁ ଚୋର ବୋଲି କହୁଛନ୍ତି। ଏହା ସବୁ ଏକ ଷଡଯନ୍ତ୍ର। ଗଣମାଧ୍ୟମକୁ ବିଶ୍ବାସ କରନ୍ତୁ ନାହିଁ। ସେମାନେ ଆମ ନେତାଙ୍କ ପଛରେ ପଡିଛନ୍ତି। ମୋତେ ଗିରଫ କରିବା ପାଇଁ ମୁଁ ସେମାନଙ୍କୁ ଆହ୍ବାନ କରୁଛି। ମୁଁ ଜେଲରୁ ଲଢିବି ଓ ଜିତିବି। ଆପଣ ମୋତେ ଅଟକାଇ ପାରିବେ ନାହିଁ। ଯଦି ମୁଁ କ୍ଷମତାରେ ନଥାନ୍ତି ଓ ଚେୟାରରେ ନଥାନ୍ତି, ତେବେ ମୁଁ ମହିଳାଙ୍କୁ ତାଙ୍କ ଜିଭ  କାଟିବାକୁ କୁହନ୍ତି। "

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ସେମାନେ ଆମର ଟଙ୍କା ଅଟକାଇ ଦେଇଛନ୍ତି। ସେମାନେ ଲୋକଙ୍କ ଟଙ୍କା ଅଟକାଇଛନ୍ତି। ବିଜେପି ସେମାନଙ୍କ ଟଙ୍କା ବ୍ୟବହାର କରି ସେମାନଙ୍କୁ ହିଁ ବାହାର କରିବାରେ ଲାଗିଛି। ସେମାନେ ଆମ ପଛରେ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରୁଛନ୍ତି। ଏଜେନ୍ସି ମାନେ ଶିଳ୍ପପତିଙ୍କ ଘରେ ଚଢାଉ କରିଛନ୍ତି।" ସେମାନେ କହୁଛନ୍ତି ଯେ, ମମତା ବାନାର୍ଜୀଙ୍କ ପରିବାର ଟଙ୍କା ଓ ସମ୍ପତ୍ତି ବଢାଉଛନ୍ତି। ମୁଁ ସେମାନଙ୍କୁ କହିରଖୁଛି, ଏହି ମାମଲା ଭାରତ ବାହାରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଦ୍ୱାରା ନିଆଯିବା ଉଚିତ। ସେମାନେ କହୁଛନ୍ତି ମୋର ପରିବାର କଥା, ହେଲେ ମୋ ପରିବାରରେ କେବଳ ମୁଁ ଓ ମୋ ମା ରହିଛୁ ବୋଲି ମମତା କହିଛନ୍ତି।

ମମତା ବାନାର୍ଜୀ କହିଛନ୍ତି, "ମହାରାଷ୍ଟ୍ର ସରକାର ଭାଙ୍ଗିବା ପାଇଁ ବିଜେପି କେତେ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଟଙ୍କା କେଉଁଠୁ ଆସିଲା? ଆପଣ ଝାଡଖଣ୍ଡର ବିଧାୟକ ମାନଙ୍କୁ ଟଙ୍କା ଦେଉଛନ୍ତି। ଆପଣ ଝାଡଖଣ୍ଡ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି। ହେଲେ ମୁଁ ଏଥିରେ ରୋକ ଲଗାଇ ଦେଇଛି। ଅରବିନ୍ଦ କେଜ୍ରିୱାଲଙ୍କ ମତରେ, ତାଙ୍କ ବିଧାୟକଙ୍କୁ ଟଙ୍କା ଦେବା ପାଇଁ ଲୋଭ ଦେଖାଯାଉଛି। ବେଙ୍ଗଲରେ ସେମାନେ ଆମ ପଛରେ ଏଜେନ୍ସିକୁ ବ୍ୟବାର କରୁଛନ୍ତି। "

ଏହା ବି ପଢନ୍ତୁ: ମୋଦି ସରକାରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ କେସିଆର, ଟିଆରଏସର ଏହା ହେଉଛି ମାଷ୍ଟର ପ୍ଲାନ୍

ମୁଖ୍ୟମନ୍ତ୍ରୀ କହିଛନ୍ତି, "ବେଦାନ୍ତ ଗ୍ରାମରେ କଣ ଘଟୁଛି? କଣ ତାହା କେବଳ ମନ୍ଥନ ନା କୌଣସି ସରକାରକୁ ଭାଙ୍ଗିବାର ମନ୍ଥନ। ଆପଣ କେବଳ ରାଜନୀତି ବିଷୟରେ ଆଲୋଚନା କରୁଛନ୍ତି ନା ଅଧିକ କିଛି ଘଟୁଛି। ଏହା ସହିତ ମମତା ବାନାର୍ଜୀ ବିଲକିସ୍ ବାନୋଙ୍କ (Bilkis Bano) ସମର୍ଥନରେ କୋଲକାତାରେ ଦୁଇ ଦିନିଆ ଧାରଣାର ଘୋଷଣା କରିଛନ୍ତି। ଏହି ଧାରଣାର ନେତୃତ୍ୱ ଟିଏମସିର ଦୁଇଜଣ ମହିଳା ମନ୍ତ୍ରୀ ନେବେ। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିବା ସହ ଅପରାଧୀଙ୍କୁ ଜେଲକୁ ପଠାଯିବା ଉଚିତ ବୋଲି ସେ କହିଛନ୍ତି।

{}{}