Hindi News >>Home >>Odisha Politics

'ଆମକୁ ରାଷ୍ଟ୍ରପତି ଭବନରେ କୌଣସି ମୂର୍ତ୍ତି ଦରକାର ନାହିଁ'

ସୋମବାର ୧୮ ଜୁଲାଇ ୨୦୨୨ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିୟମ ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନରେ ମତଦାନ ଅନୁଷ୍ଠିତ ହେବ। ଓଡ଼ିଶା ବିଧାନସଭାର ପ୍ରଥମ ମହଲାର ୫୪ ନଂ ପ୍ରକୋଷ୍ଠରେ ଭୋଟ ହେବ। 

Advertisement
ରାଷ୍ଟ୍ରପତି ଭବନ (ଫାଇଲ ଫଟୋ)
Stop
Zee Odisha Desk|Updated: Jul 17, 2022, 10:57 AM IST

ନୂଆଦିଲ୍ଲୀ: ରାତି ପାହିଲେ ଦେଶରେ ୧୬ତମ ରାଷ୍ଟ୍ରପତି ନିର୍ବାଚନ ହେବ। ଏଥିପାଇଁ ଉଭୟ ଏନଡିଏ ଓ ବିରୋଧି ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଓଡିଶାର ଆଦିବାସୀ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ନେତୃତ୍ୱାଧିନ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ଯଶୱନ୍ତ ସିହ୍ନାଙ୍କୁ ବିରୋଧି ଦଳ ରାଷ୍ଟ୍ରପତି ଆଶାୟୀ କରିଛନ୍ତି। ଏହାରି ମଧ୍ୟରେ ଆରଜେଡି ନେତା ତେଜଶ୍ୱୀ ଯାଦବ, ଏନଡିଏ ପ୍ରାର୍ଥୀଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଶନିବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତଥା ବିହାର ବିଧାନସଭାର ବିରୋଧି ଦଳ ନେତା ତେଜଶ୍ୱୀ ଯାଦବ କହିଛନ୍ତି, ଆମକୁ ରାଷ୍ଟ୍ରପତି ଭବନରେ କୌଣସି ମୂର୍ତ୍ତି ଦରକାର ନାହିଁ।... ଆପଣମାନେ କୌଣସି ନା କୌଣସି କାର୍ଯ୍ୟକ୍ରମରେ ଯଶୱନ୍ତ ସିହ୍ନାଙ୍କୁ ଶୁଣିଥିବେ, କିନ୍ତୁ କେନ୍ଦ୍ରର ରାଷ୍ଟ୍ରପତି ପ୍ରାର୍ଥୀ, ପ୍ରାର୍ଥୀତ୍ୱ ଘୋଷଣା ପରେ ଗୋଟିଏ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି।' ତେଜଶ୍ୱୀ ସିଧାସଳଖ ନିଜ ପ୍ରତିକ୍ରିୟାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।

Also Read: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ଜଗଦୀପ ଧନଖର ହେବେ NDA ପ୍ରାର୍ଥୀ

ସୂଚନାଯୋଗ୍ୟ, ସୋମବାର ୧୮ ଜୁଲାଇ ୨୦୨୨ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିୟମ ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନରେ ମତଦାନ ଅନୁଷ୍ଠିତ ହେବ। ଓଡ଼ିଶା ବିଧାନସଭାର ପ୍ରଥମ ମହଲାର ୫୪ ନଂ ପ୍ରକୋଷ୍ଠରେ ଭୋଟ ହେବ। ଯଦି କୌଣସି ସାଂସଦ ଏଠାରେ ଭୋଟ୍‌ ଦେବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ଆଣିଥିବେ ତେବେ ସେମାନେ ପ୍ରିଜାଇଡିଂ ଅଫିସରଙ୍କୁ ଅନୁମତି ପତ୍ର ଦେଖାଇ ଧାର୍ଯ୍ୟ ସମୟ‌ ମଧ୍ୟରେ ଭୋଟ୍‌ ଦେଇପାରିବେ। ତେବେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।

 

ଏନଡିଏ ବ୍ୟତୀତ ଜେଏମଏମ, ୱାଇଏସଆର, ଜେଡିୟୁ, ବିଜେଡି ପରି ଆଞ୍ଚଳିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଜଣାଇଛନ୍ତି। ଅନ୍ୟପଟେ ବିରୋଧି ଦଳଙ୍କ ମଧ୍ୟରେ ଆଜେଡି, ଆପ୍, କଂଗ୍ରେସ, ଟିଏମସି, ଟିଆରଏସ୍ ଦଳ ଯଶୱମ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ଆପ୍ ସମର୍ଥନ ଘୋଷଣା କରି ଦଳ କହିଛି 'ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆମର ସମ୍ମାନ ରହିଛି। କିନ୍ତୁ ନିର୍ବାଚନରେ ଆମେ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବୁ।'

 

 

 

 

Read More
{}{}