Hindi News >>Home >>Odisha Politics

Presidential Election 2022: ୨ ଗୋଷ୍ଠୀରେ ବିଭାଜିତ ହୋଇପାରେ ଶିବସେନା ଭୋଟ

Presidential Election 2022: ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନ ଶିସସେନା ପୂର୍ବଭଳି ସାମୂହିକ ସମର୍ଥନ ଦେବ ନା ଏଥର ଦଳର ସାଂସଦ ବିଧାୟକ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଉଭୟ ବିରୋଧ ଏବଂ ଶାସକ ଦଳ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତାହା ଆଗାମୀ ଦିନରେ ଜଣାପଡ଼଼ିବ। 

Advertisement
Presidential Election 2022: ୨ ଗୋଷ୍ଠୀରେ ବିଭାଜିତ ହୋଇପାରେ ଶିବସେନା ଭୋଟ
Stop
Subhramjit Ray|Updated: Jul 06, 2022, 10:46 PM IST

Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ'ଣ ରହିବ ଏବଂ ଶାସକ ନାଁ ବିରୋଧି ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ସେ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିନାହିଁ ଶିବସେନା। କାରଣ ବର୍ତ୍ତମାନ ଦଳର ନେତୃତ୍ୱ ୨ ଗୋଷ୍ଠୀରେ ବିଭାଜିତ ହୋଇସାରିଛି। ଦଳର ଗୋଟିଏ ଗୋଷ୍ଠୀର ନେତୃତ୍ୱ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ନେଉଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀର ନେତୃତ୍ୱ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନିୟନ୍ତ୍ରଣରେ ରହିଛି। ପ୍ରଥମେ ବିଧାୟକ ଆଉ ଏବେ ଦଳର ସାଂସଦ ଏହି  ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇପାରନ୍ତି।

ପୂର୍ବରୁ ମୋଟ ୫୪ ଜଣ ଶିବସେନା ବିଧାୟକଙ୍କ ମଧ୍ୟରୁ ୩୯ ଜଣ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ରହିଥିବା ବେଳେ ୧୫ ଜଣ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ସାମିଲ ଅଛନ୍ତି। ଅନ୍ୟପଟେ ଦଳର ଅନ୍ୟତମ ବିଧାୟକ ରମେଶ ଲଟେକଙ୍କ ମୃତ୍ୟୁ ପରେ ତାଙ୍କ ଆସନ ଖାଲି ପଡ଼ିଛି। ଗତ ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟ ସମୟରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ଶିବସେନା ବିଧାୟକ ସନ୍ତୋଷ ବାଙ୍ଗର ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଚାଲି ଯାଇଥିଲେ। କେବଳ ଆଦିତ୍ୟ ଠାକରେଙ୍କ ସମେତ କେବଳ ୧୪ ଜଣ ବିଧାୟକ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ଅଛନ୍ତି। ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ୫୫ ଆସନ ପାଇଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ଶିବସେନା ୧୮ ଆସନ ପାଇଥିଲା। ଅନ୍ୟପଟେ ବର୍ତ୍ତମାନ ରାଜ୍ୟସଭାରେ ଦଳର ୩ ଜଣ ସାଂସଦ ଅଛନ୍ତି। ରାଜ୍ୟ ବିଧାନ ପରିଷଦରେ ଦଳର ୧୧ ଜଣ ସଦସ୍ୟ ଅଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କ ସହ ବିଧାୟକ ମତଦାନ କରିଥାନ୍ତି। ହେଲେ ବିଧାନ ପରିଷଦ ସଦସ୍ୟ ମତଦାନ କରିନଥାନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତ଼ୃତ୍ୱାଧିନ ଏନଡିଏ ମେଣ୍ଟ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧ ଦଳ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହେଉଛି। ହେଲେ ଏହି ନିର୍ବାଚନରେ ଦଳ ଶାସକ ନା ବିରୋଧି ପ୍ରାର୍ଥୀଙ୍କୁ ସମର୍ଥନ କରିବ ସେ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିନାହିଁ ଶିବସେନା।

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଶିବସେନା ଲୋକସଭା ସାଂସଦ ରାହୁଲ ଶେୱାଲେ ମଙ୍ଗଳବାର ଉଦ୍ଧବ ଠାକରେଙ୍କୁ ଏକ ପତ୍ର ଦଳର ସମସ୍ତ ସାଂସଦକୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମତ ରଖିଛନ୍ତି। ଏନେଇ 
ସେ କହିଛନ୍ତି ଯେ ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେ ୨୦୦୭ ରାଷ୍ଟ୍ରପତି ନିର୍ବାଚନରେ ​ବିଜେପି ନେତୃତ୍ୱାଧିନ ​ଏନଡ଼ିଏ ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରି ନଥିଲେ। ବରଂ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମେଣ୍ଟର ପ୍ରାର୍ଥୀ ତଥା ମହାରାଷ୍ଟ୍ର ବାସିନ୍ଦା ପ୍ରତିଭା ପାଟିଲଙ୍କୁ ସମର୍ଥନ କରିଥିଲେ। ଦଳ ଗତ ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ। ହେଲେ ସେତେବେଳେ ଶିବେସେନା କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମେଣ୍ଟର ଅଂଶ ନଥିଲା।

ଅନ୍ୟପଟେ ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟର ବିଧାୟକ ତଥା ସାଂସଦ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ଛିଡା଼ ହେବା ଆବଶ୍ୟକ। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନ ଶିସସେନା ପୂର୍ବଭଳି ସାମୂହିକ ସମର୍ଥନ ଦେବ ନା ଏଥର ଦଳର ସାଂସଦ ବିଧାୟକ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଉଭୟ ବିରୋଧ ଏବଂ ଶାସକ ଦଳ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତାହା ଆଗାମୀ ଦିନରେ ଜଣାପଡ଼଼ିବ। ଯଦି ଏପରି ହୁଏ ତାହେଲେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ସମର୍ଥନ ଦ୍ରୌପଦୀ ମୁର୍ମୁ ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ସମର୍ଥନ ବିରୋଧ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିପାରେ। 

Also Read: Maharashtra Politics: ବିଧାୟକଙ୍କ ପରେ ଦଳ ଛାଡ଼ି ପାରନ୍ତି ଶିବସେନା ସାଂସଦ

 

 

 

Read More
{}{}