Hindi News >>Home >>Odisha Politics

Vk Pandian: 'ନବୀନ ଓଡ଼ିଶା' ରେ ରହିଛି କେତେ କୋଟି? ଯାହାକୁ ନିଜ ଦାୟିତ୍ୱରେ ନେଲେ ପାଣ୍ଡିଆନ !

Vk Pandian: ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ପାଣ୍ଡିଆନଙ୍କୁ ମିଳିଛି ନୂଆ ନିଯୁକ୍ତି । କ୍ୟାବିନେଟ୍ ପାହ୍ୟା ମିଳିବା ପରେ  5ଟି ଓ ନବୀନ ଓଡିଶାର ଚେୟାରମ୍ୟାନ ହୋଇଛନ୍ତି ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସିଧା କାମ କରିବେ ଭିକେ ପାଣ୍ଡିଆନ୍।   

Advertisement
Vk Pandian: 'ନବୀନ ଓଡ଼ିଶା' ରେ ରହିଛି କେତେ କୋଟି? ଯାହାକୁ ନିଜ ଦାୟିତ୍ୱରେ ନେଲେ ପାଣ୍ଡିଆନ !
Stop
Rasmita Sahoo|Updated: Oct 24, 2023, 04:19 PM IST

Vk Pandian: ଏବେ ରାଜ୍ୟ ରାଜନୀତିରେ କେବଳ ଗୋଟିଏ ଚର୍ଚ୍ଚା ଗୋଟିଏ ନାଁ ଭିକେ ପାଣ୍ଡିଆନ । ଗତକାଲି ରାଜ୍ୟ ରାଜନୀତିକୁ ସରଗରମ କରିଥିଲା ଭିକେ ପାଣ୍ଡିଆନଙ୍କ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ।  ଭି.କେ ପାଣ୍ଡିଆନଙ୍କୁ 5T ଓ 'ନବୀନ ଓଡ଼ିଶା' ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିସାରିଛି । ନିଜ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଓଡ଼ିଶାକୁ ବାସ୍ତବ ରୂପ ଦେଇଥିଲେ ଭି.କେ ପାଣ୍ଡିଆନ।  ୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି.କେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । 

ସେହିପରି ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ହୋଇଥିଲେ ମୟୂରଭଞ୍ଜ ଜିଲ୍ଲାପାଳ (Mayurbhanj Collector)  । ୨୦୦୭ରୁ ୨୦୧୧ ଯାଏଁ ଗଞ୍ଜାମ ଜିଲ୍ଲାପାଳ ଥିଲେ ଭି.କେ. ପାଣ୍ଡିଆନ । ଏହି ସମୟରେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି  ଗଞ୍ଜାମ । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ରାଉରକେଲା ଏଡିଏମ(Rourkela ADM) ଭାବେ ମଧ୍ୟ ସେ କିଛିଦିନ ଦାୟିତ୍ବ ତୁଲାଇଥିଲେ । ଏହାପରେ ସେ ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । 

ହେଲେ ସବୁଠୁ ବଡ଼ ଚର୍ଚ୍ଚା ଯେ, ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏ ପରିବର୍ତ୍ତନ ଦେଖାଦେଲା କାହିଁକି। 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ଭି.କେ ପାଣ୍ଡିଆନଙ୍କୁ । ଏଣିକି ମୁଖ୍ୟମନ୍ତ୍ରୀଙ୍କ (Chief Minister) ଅଧୀନରେ କାର୍ଯ୍ୟ କରିବେ ପାଣ୍ଡିଆନ୍‌ । ତେବେ ରାଜନୈତିକ ସମୀକ୍ଷକ ଓ ବିରୋଧୀ ମାନଙ୍କ କହିବା କଥା ଏଣିକି ଆଉ କୌଣସି ବାଧା ରହିବ ନାହିଁ। ଚାକିରୀରେ ଥାଇ ବି ପାଣ୍ଡିଆନ ଜିଲ୍ଲାୱାରୀ (Vk Pandian)ଗସ୍ତ କରି ଲୋକଙ୍କ ସହ ସିଧାସଳଖ ମିଶୁଥିଲେ । ଯାହାକୁ ନେଇ ବିରୋଧୀ ମାନେ ପ୍ରତିବାଦ ବି କରୁଥିଲେ। ଆଉ ଏବେ ପ୍ରତିବାଦର କୌଣସି ପ୍ରଶ୍ନ ରହିଲାନି। ସେହିପରି ଏକଥା ବି ଚର୍ଚ୍ଚା ଧରୁଛି ଯେ, 'ନବୀନ ଓଡ଼ିଶା'(Naveen Odisha)  ଅଧ୍ୟକ୍ଷ ହେବା ପରେ ନିଜ ଅଧିନକୁ ନେଇଛନ୍ତି ପାଣ୍ଡିଆନ । କାରଣ ଏଥିରେ ପ୍ରାୟ ୪୦୦୦ କୋଟି ଟଙ୍କାର ପ୍ରକଳ୍ପ ରହିଛି, ଯାହାର ତଦାରଖ କରିବେ ଖୋଦ୍ ପାଣ୍ଡିଆନ। 

Also Read: VK Pandian: ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା, ୫ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ

Also Read: Cyclone Hamoon: ସମୁଦ୍ର ଭିତରେ ବଳ ଗୋଟାଉଛି ହାମୁନ୍, ୭ରାଜ୍ୟକୁ ଆଲର୍ଟ ଜାରି କଲା IMD

Read More
{}{}