Hindi News >>Home >>Odisha Politics

କଂଗ୍ରେସ, ଏନସିପିର ସାଥ୍ ଛାଡିବାକୁ ଚାହୁଁନାହାଁନ୍ତି ଉଦ୍ଧବ ଠାକରେ! ନେଲେ ଏହି ବଡ଼ ପଦକ୍ଷେପ

 Vice Presidential Election 2022: ଏଠାରେ କହି ରଖୁଛୁ ଯେ, ଭାରତୀୟ ଜନତା ପାର୍ଟି (BJP) ସହାୟତାରେ ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ରରେ ସରକାର ଗଠନ କରି ଉଦ୍ଧବ ଠାକରେଙ୍କୁ କ୍ଷମତାରୁ ବେଦଖଲ କରିଥିଲେ । 

Advertisement
କଂଗ୍ରେସ, ଏନସିପିର ସାଥ୍ ଛାଡିବାକୁ ଚାହୁଁନାହାଁନ୍ତି ଉଦ୍ଧବ ଠାକରେ! ନେଲେ ଏହି ବଡ଼ ପଦକ୍ଷେପ
Stop
Zee Odisha Desk|Updated: Jul 18, 2022, 10:38 AM IST

ମୁମ୍ୱାଇ: Vice Presidential Election 2022: ବର୍ତ୍ତମାନ ସମୟରେ ଦେଶରେ ରାଷ୍ଟ୍ରପତି (Presidential Election 2022) ଓ ଉପରାଷ୍ଟ୍ରପତି ନିର୍ବାଚନ (Vice Presidential Election 2022) କୁ ନେଇ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ଆଜି ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱାଧୀନ ଶିବସେନା (Shiv Sena) ଗୋଷ୍ଠୀ ହୁଏତ ନିଷ୍ପତ୍ତି ନେଇଥାଇ ପାରନ୍ତି, କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ​​ଏହି ଗୋଷ୍ଠୀ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗରେଟ୍ ଅଲଭା (Margaret Alva) ଙ୍କୁ ସମର୍ଥନ କରିବ । ଏନସିପି ସୁପ୍ରିମୋ ଶରଦ ପାୱାର (Sharad Pawar) ଙ୍କ ବାସଭବନରେ ବୈଠକରେ ଯୋଗଦେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଯେ, ସେମାନେ ଅଲଭାଙ୍କୁ ସମର୍ଥନ କରିବେ । 

ଏଠାରେ କହି ରଖୁଛୁ ଯେ, ଭାରତୀୟ ଜନତା ପାର୍ଟି (BJP) ସହାୟତାରେ ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ରରେ ସରକାର ଗଠନ କରି ଉଦ୍ଧବ ଠାକରେଙ୍କୁ କ୍ଷମତାରୁ ବେଦଖଲ କରିଥିଲେ । ଏହା ସତ୍ତ୍ୱେ ଉଦ୍ଧବ ଠାକରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିବା ପରେ କଂଗ୍ରେସ (Congress) ଓ ଏନସିପି (NCP) ଅସନ୍ତୋଷ ପ୍ରକାଶ କରିଥିଲେ ।

ସଞ୍ଜୟ ରାଉତ କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଏକତା ରହିଛି । ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଦେଶର ଆଦିବାସୀମାନଙ୍କ ପ୍ରତି ଲୋକଙ୍କ ସହାନୁଭୂତି ରହିଛି । ଆମର ଅନେକ ବିଧାୟକ ଓ ସାଂସଦ ମଧ୍ୟ ଆଦିବାସୀ ସମ୍ପ୍ରଦାୟରୁ ଆସନ୍ତି । ସେଥିପାଇଁ ଆମେ ତାଙ୍କୁ ସମର୍ଥନ ଘୋଷଣା କରିଛୁ । କିନ୍ତୁ ଏଠାରେ ଆମେ ମାର୍ଗରେଟ୍ ଅଲଭାଙ୍କୁ ସମର୍ଥନ କରିବୁ ।

ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କୁ ଲାଗିଲା ଲଟେରୀ! ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମିଳିଲା ବଡ଼ ଆଶ୍ୱସ୍ତି

ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର! ଅର୍ଥମନ୍ତ୍ରୀ କଲେ ଏହି ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ରାଜଧାନୀରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

ରାଜ୍ୟସଭାରୁ ଶିବସେନା ସାଂସଦ ରାଉତ ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ, ମୁର୍ମୁଙ୍କୁ ସମର୍ଥନ କରିବା ଅର୍ଥ ନୁହେଁ ଯେ ସେ ବିଜେପିକୁ ସମର୍ଥନ କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ବିଜେପି ସହ ଦଶନ୍ଧିର ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏନସିପି ଓ କଂଗ୍ରେସ ସହିତ ମିଶି ମହାବିକାଶ ଅଘାଡ଼ି ସରକାର ଗଠନ କରିଥିଲେ । ଗତ ମାସରେ ବିଧାୟକଙ୍କ ବିଦ୍ରୋହ ପରେ ଏହି ସରକାରଙ୍କ ପତନ ପରେ ଉଦ୍ଧବ ଠାକରେଙ୍କୁ  ଏକ ବଡ଼ ଝଟକା ଲାଗିଥିଲା । ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ଉଦ୍ଧବ ଠାକରେ କୌଣସି ପ୍ରକାରେ ନିଜ ଦଳ ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । 

ଏନଡିଏ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ନିଜର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି । ଅନ୍ୟପଟେ ଅଲଭାଙ୍କୁ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶରଦ ପାୱାର କହିଛନ୍ତି ଯେ, ଏହି ନିଷ୍ପତ୍ତିରେ ୧୭ଟି ଦଳ ସହମତ ଅଛନ୍ତି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି ଓ ଟିଏମସି ମଧ୍ୟ ଅଲଭାଙ୍କୁ ସମର୍ଥନ କରିବେ । ସୂଚନାଯୋଗ୍ୟ, ୮୦ ବର୍ଷୀୟ ଅଲଭା ଉତ୍ତରାଖଣ୍ଡ, ରାଜସ୍ଥାନ, ଗୋଆ ଏବଂ ଗୁଜରାଟର ରାଜ୍ୟପାଳ ରହିସାରିଛନ୍ତି । କଂଗ୍ରେସ ସାଂସଦ ଥିବାବେଳେ ସେ କେନ୍ଦ୍ର ସରକାରରେ ଚାରିଥର ରାଜ୍ୟ ମନ୍ତ୍ରୀ ଥିଲେ ।

Read More
{}{}