Hindi News >>Home >>Odisha Politics

Vice President Election 2022: ପ୍ରାର୍ଥୀ ଚୟନ ନେଇ ରବିବାର ବସିବ ବିରୋଧି ବୈଠକ

Vice President Election 2022: ଉପନିର୍ବାଚନ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ପାଇଁ ଏକଜୁଟ ହେବାରେ ଲାଗିଛନ୍ତି ବିରୋଧି ଦଳ। ଏନେଇ ଆସନ୍ତା ରବିବାର  ଅନୁଷ୍ଠିତ ହେବାକୁ ଯାଉଛି ବିରୋଧି ବୈଠକ।

Advertisement
Vice President Election 2022: ପ୍ରାର୍ଥୀ ଚୟନ ନେଇ ରବିବାର ବସିବ ବିରୋଧି ବୈଠକ
Stop
Subhramjit Ray|Updated: Jul 14, 2022, 05:24 PM IST

Vice President Election 2022: ଚଳିତ ବର୍ଷ ଅଗଷ୍ଟ ୬ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଉଠିଲାଣି ଦେଶର ରାଜନୀତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୫ ଜୁଲାଇରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଯାହା ୧୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୨୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ହେଉଛି ୨୦ ଜୁଲାଇ। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟରେ ଶେଷ ହେଉଛି। 

ଉପନିର୍ବାଚନ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ପାଇଁ ଏକଜୁଟ ହେବାରେ ଲାଗିଛନ୍ତି ବିରୋଧି ଦଳ। ଏନେଇ ଆସନ୍ତା ରବିବାର  ଅନୁଷ୍ଠିତ ହେବାକୁ ଯାଉଛି ବିରୋଧି ବୈଠକ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟସଭାରେ ବିରୋଧି ଦଳ ନେତା ତଥା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ରବିବାର ସମସ୍ତ ବିରୋଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିଚ ହେବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ପ୍ରାର୍ଥୀଙ୍କ ନାମ ଉପରେ ଚର୍ଚ୍ଚା କରାଯିବ। 

ଉପରାଷ୍ଟ୍ରପତି ନିର୍ବାଚନରେ କିଏ ପ୍ରାର୍ଥୀ ହେବ ସେ ନେଇ ଶାସକ ଏନଡିଏ ମେଣ୍ଟ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। କେବଳ ଶାସକ ମେଣ୍ଟ ନୁହେଁ ବିରୋଧି ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ନେଇ କୌଣସି ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇନାହିଁ। 

ଉପରାଷ୍ଟ୍ରପତି ମଧ୍ୟ ନିର୍ବାଚନ ଇଲେକ୍ଟ୍ରୋରାଲ କଲେଜ ମାଧ୍ୟମରେ ଅନୁଷ୍ଠିତ ହୋଇଥାଏ। ଏହି ନିର୍ବାଚନରେ ସଂସଦର ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭା ସାଂସଦ ମତଦାନ କରିଥାନ୍ତି। ବିଶେଷ କଥା ହେଉଛି ସମସ୍ତ ସାଂସଦଙ୍କ ଭୋଟ ମୂଲ୍ୟ ମଧ୍ୟ ସମାନ। ଏହି ନିର୍ବାଚନ ବାଲାଟ୍ ମାଧ୍ୟମରେ କରାଯାଇଥାଏ। ଏହି ନିର୍ବାଚନ ପାଇଁ ଇଲେକ୍ଟୋରାଲ୍ କଲେଜ ରେ ରାଜ୍ୟସଭାର ୨୩୩ ଜଣ ନିର୍ବାଚିତ ଏବଂ ୧୨ ଜଣ ମନୋନୀତ ସଦସ୍ୟ, ଲୋକସଭାର ୫୪୩ ଜଣ ନିର୍ବାଚିତ ସଦସ୍ୟ ସାମିଲ ଅଛନ୍ତି। ମୋଟ ଉପରେ ଏହି ସଂଖ୍ୟା ହେଉଛି ୭୮୮। ଭୋଟ୍ ଦେବା ସମୟରେ ସାଂସଦଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ପ୍ରାର୍ଥୀଙ୍କ ନାମ ଚୟନ କରିବାକୁ ହୋଇଥାଏ। 

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା ଲାଗି ଏକ ସ୍ୱତନ୍ତ୍ର କଲମ ପ୍ରଦାନ କରାଯାଇଥାଏ। ବାଲାଟ ପେପର ଦେବା ପରେ ମନୋନୀତ ଅଧିକାରୀଙ୍କ ଦ୍ୱାରା ମତଦାନ କେନ୍ଦ୍ରରେ ଏହି ସ୍ୱତନ୍ତ୍ର କଲମ ପ୍ରଦାନ କରାଯିବ। ସମସ୍ତଙ୍କୁ କେବଳ ଏହି ବିଶେଷ କଲମ ସହିତ ବାଲାଟ ପେପର ରେ ମତଦାନ କରିବାକୁ ହେବ। ଅନ୍ୟ କୌଣସି କଲମ ବ୍ୟବହାର କରି ମତଦାନ କରିବାକୁ ଅବୈଧ ବୋଲି ଧରାଯାଏ।

Also Read: Vice President Election 2022: କିଏ ହେବେ ବିରୋଧି ପ୍ରାର୍ଥୀ?

 

Read More
{}{}