Hindi News >>Home >>Odisha Politics

Lok Sabha Election 2024: ଏମଭିଏ ମେଣ୍ଟକୁ ଲାଗିଲା ଜବରଦସ୍ତ ଝଟକା; ଭିବିଏ ନେଲା ବଡ଼ ନିଷ୍ପତ୍ତି

Maharashtra Politics: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ।  

Advertisement
Lok Sabha Election 2024: ଏମଭିଏ ମେଣ୍ଟକୁ ଲାଗିଲା ଜବରଦସ୍ତ ଝଟକା; ଭିବିଏ ନେଲା ବଡ଼ ନିଷ୍ପତ୍ତି
Stop
Zee Odisha Desk|Updated: Mar 27, 2024, 09:23 PM IST

VBA out from MVA: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ। ବିରୋଧି ମହା ବିକାଶ ଅଘାଡ଼ି ମେଣ୍ଟରୁ (ଏମଭିଏ) ବାହାରି ଯାଇଛି ବଞ୍ଚିତ ବହୁଜନ ଅଘାଡି (ଭିବିଏ)। ଏମଭିଏ ମେଣ୍ଟରୁ ବାହାରି ଯିବା ସମ୍ପର୍କରେ ନିଜେ ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଜଣାଇଛନ୍ତି। ମହା ବିକାଶ ଅଘାଡ଼ି ମେଣ୍ଟରେ ଭିବିଏ ସମେତ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ଏନସିପି (ଶରଦ ଚନ୍ଦ୍ର ପାୱାର ଗୋଷ୍ଠୀ), କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ସାମିଲ ଅଛନ୍ତି।

ବୁଧବାର (୨୭ ମାର୍ଚ୍ଚ) ବଞ୍ଚିତ ବହୁଜନ ଅଘାଡି (Vanchit Bahujan Aaghadi) ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର (VBA Chief Prakash Ambedkar) ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ମୋଟ ୪୮ ଲୋକସଭା ଆସନ ମଧ୍ୟରୁ ୮ ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଛି ଭିବିଏ। ଅକୋଲା ଆସନରୁ ଦଳର ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ନିର୍ବାଚନ ଲଢିବେ। ସେହିପରି ଭଣ୍ଡାରା-ଗୋନ୍ଦିଆ ଆସନରୁ ସଞ୍ଜୟ କେୱତ, ଗଡଚିରୋଲି ଆସନରୁ ହିତେଶ ମାଡବୀ, ଚନ୍ଦ୍ରପୁର ଆସନରୁ ରାଜେଶ ବେଲେ, ବୁଲଢାଣା ଆସନରୁ ବସନ୍ତ ମାଗର, ୱାର୍ଦ୍ଧା ଆସନରୁ ରାଜେନ୍ଦ୍ର ସାଲୁଙ୍ଖେ, ଅମରାବତୀ ଆସନରୁ ପ୍ରଜକ୍ତା ପିଲ୍ଲେୱାର, ଯାବତମାଲ-ୱାଶିମ ଆସନରୁ ଖେମସିଂହ ପାୱାରଙ୍କୁ ପ୍ରାର୍ଥୀ କରିଛି ଭିବିଏ।

Also Read: ଲୋକସଭା ଏବଂ ବିଧାନସଭା ଆସନରୁ ହଟାଯାଉ ସଂରକ୍ଷଣ: ପ୍ରକାଶ ଆମ୍ବେଦକର

 

ବୁଧବାର ଅକୋଲା ଠାରେ ଏକ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରକାଶ ଆମ୍ବେଦକର କହିଛନ୍ତି ଯେ ତାଙ୍କ ଦଳ ବଞ୍ଚିତ ବହୁଜନ ଅଘାଡି ବିରୋଧି ମହା ବିକାଶ ଅଘାଡ଼ି (Maha Vikas Aghadi) ଏମଭିଏ (MVA) ସହିତ ମେଣ୍ଟ କରିବ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ଭିବିଏ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ ଏମଭିଏ ମେଣ୍ଟର ଅଂଶୀଦାର କଂଗ୍ରେସ, ଏନସିପି (ଶରନ୍ଦ୍ରଚନ୍ଦ୍ର ପାୱାର) ଏବଂ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ତାଙ୍କ ଦଳକୁ ବଂଶବାଦୀ ରାଜନୀତିର ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏମଭିଏ ଦ୍ୱାରା କରାଯାଉଥିବା ବଂଶବାଦୀ ରାଜନୀତିକୁ ଭିବିଏ ବିରୋଧ କରୁଛି। 

Also Read: Maharashtra Politics: ବିଜେପିକୁ ଘେରିବା ପାଇଁ ଏକାଠି ହେବେ କି ପ୍ରକାଶ ଆମ୍ବେଦକର-ଉଦ୍ଧବ ଠାକରେ?

 

ଭିବିଏ ଅଧ୍ୟକ୍ଷ ଆହୁରି କହିଛନ୍ତି ଏମଭିଏ ମେଣ୍ଟର ଅଂଶୀଦାର ଦଳ ମରାଠା କର୍ମକର୍ତ୍ତା ମନୋଜ ଜାରାଙ୍ଗେଙ୍କ ସହ ଜଡିତ ଦିଗ ଉପରେ ବିଚାର କରୁନାହାଁନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ବଞ୍ଚିତ ବହୁଜନ ଅଘାଡି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ମନୋଜ ଜାରାଙ୍ଗେ ଘୋଷଣା କରି ସାରିଛନ୍ତି। ପ୍ରକାଶ ଆମ୍ବେଦକର କହିଛନ୍ତି ଯେ ଦଳର ରାଜ୍ୟ କମିଟି ମଧ୍ୟ ଆଲୋଚନା କରିଛନ୍ତି ଯେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ମୁସଲିମ, ଜୈନ ସମ୍ପ୍ରଦାୟ ଏବଂ ସମାଜର ଗରିବ ଶ୍ରେଣୀରୁ ଦଳୀୟ ପ୍ରାର୍ଥୀ ଘୋଷଣା କରିବ।

 

Read More
{}{}