Hindi News >>Home >>Odisha Politics

UP Politics: ବିଜେପି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୂପେନ୍ଦ୍ର ଚୌଧୁରୀ

Uttar Pradesh Politics: ଚୌଧୁରୀ ଭୁପେନ୍ଦ୍ର ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ରଖିଛି ଉତ୍ତର ପ୍ରଦେଶ ବିଜେପି। ଏନେଇ ଦଳ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଏହା ଏକ ସୌଜନ୍ୟମୂଳକ ବୈଠକ। 

Advertisement
UP Politics: ବିଜେପି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୂପେନ୍ଦ୍ର ଚୌଧୁରୀ
Stop
Subhramjit Ray|Updated: Sep 04, 2022, 08:27 PM IST

Bhupendra Chaudhary meets PM Modi: ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ନିକଟରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଚୌଧୁରୀ ଭୁପେନ୍ଦ୍ର ସିଂହ। ଦଳର ରାଜ୍ୟ ଶାଖା ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭୂପେନ୍ଦ୍ର ସିଂଙ୍କ ଏହା ହେଉଛି ପ୍ରଥମ ବୈଠକ।

ମାତ୍ର ଚୌଧୁରୀ ଭୁପେନ୍ଦ୍ର ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଏକ  ସୌଜନ୍ୟମୂଳକ ବୈଠକ ରହିଥିଲା ବୋଲି ଉତ୍ତର ପ୍ରଦେଶ ବିଜେପି ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଯେତେବେଳେ ଦୁଇ ରାଜନେତା ପରସ୍ପରକୁ ଭେଟନ୍ତି ସେତେବେଳେ ରାଜନୈତିକ ସ୍ତରରେ ଅନେକ ଆଲୋଚନା ହୋଇଥାଏ।  

Also Read: UP Politics: ରାଜ୍ୟ ବିଜେପି ସଭାପତି ନିଯୁକ୍ତ ହେବା ପରେ ପଦ ଛାଡିଲେ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ

ଏହି ବୈଠକ ପ୍ରାୟ ୪୦ ମିନିଟ ଧରି ଚାଲିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଅବସରରେ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଚୌଧୁରୀ ଭୁପେନ୍ଦ୍ର ସିଂହ ରାଜ୍ୟର ରାଜନୈତିକ ସମୀକରଣ ଏବଂ ୨୦୨୪ ଲୋକସଭା ନିର୍ବାଚନ ବାବଦରେ ଆଲୋଚନା କରିଛନ୍ତି। ବୈଠକ ସମୟରେ ପଶ୍ଚିମ ଉତ୍ତର ପ୍ରଦେଶରେ ଅବସ୍ଥିତ ଲୋକସଭ ଆସନ ଉପରେ ଗୁରୁତ୍ୱାରୋପ କରାଯାଇଛି। କାରଣ ଗତ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ପୁରୁଣା ସଫଳତା ଦୋହରାଇବାରେ ବିଫଳ ହୋଇଛି। ଏହା ସହିତ କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ପ୍ରାୟ ୧ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଆନ୍ଦୋଳନ କାରଣରୁ ଦଳକୁ ଅନେକ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି। ଯାହାର ଭରଣା କିପରି କରାଯାଇ ପାରିବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଛି। ଏହା ବ୍ୟତୀତ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ବାବଦରେ ମଧ୍ୟ ଆଲୋଚନା ହୋଇଛି। ଯାହାକୁ ସଙ୍ଗଠନ ମାଧ୍ୟମରେ କିପରି  ଗଁ ଗଣ୍ଡାରେ ପହଞ୍ଚାଇ ହେବ ସେ ନେଇ ଚର୍ଚ୍ଚା କରାଯାଇଛି।

Also Read: UP Politics: ଭୁପେନ୍ଦ୍ର ଚୌଧୁରୀଙ୍କୁ ଦଳୀୟ ଅଧ୍ୟକ୍ଷ କରି ଗୋଟିଏ ଧନୁରେ ଦୁଇଟି ତୀର ମାରିଲା ବିଜେପି

ପଶ୍ଚିମ ଉତ୍ତର ପ୍ରଦେଶ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହୋଇଥିବା ଜାଟ ସମ୍ପ୍ରଦାୟର ସମର୍ଥନ ହାସଲ ଲାଗି, ବିଜେପି ଦଳର ଜାଟ ଚେହେରା ଭୂପେନ୍ଦ୍ର ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ମଙ୍ଗୁଆଳ ଦାୟିତ୍ୱ ପ୍ରଦାନ କରିଛି। କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ପଶ୍ଚିମ ଉତ୍ତର ପ୍ରଦଶରେ  ସେଠାରେ ରହୁଥିବା ଜାଟ ସମ୍ପ୍ରଦାୟର ଭୋଟର ବିଜେପି ଉପରେ ଅସନ୍ତୁଷ୍ଟ ହୋଇଉଠିଥିଲେ। କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ହୋଇଥିବା କୃଷକ ଆନ୍ଦୋଳନ ସମୟରେ ପଶ୍ଚିମ ଉତ୍ତର ପ୍ରଦେଶରେ ବିଜେପିକୁ ଦୃଢ ବିରୋଧର ସାମ୍ନା କରିବାକୁ ପଡିଥିଲା। ଏପରିକି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର କୃଷକ ବିରୋଧି ବୋଲି ଅଭିଯୋଗ ହୋଇଥିଲା। 

ଏହା ସହିତ ଆନ୍ଦୋଳନ କରୁଥିବା କୃଷକ ନେତା କହିଛନ୍ତି ଯେ ସେମାନେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଭଳି ଦଳକୁ ଏକ ଶିକ୍ଷା ଦେବା ପାଇଁ ଚେତାବନୀ ଦେଇଛନ୍ତି। ଯଦିଓ କୃଷକଙ୍କ ବିରୋଧ ପରେ କେନ୍ଦ୍ର ସରକାର ଏହି ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି, ହେଲେ ଏପରି ଏକ ବଡ଼ ବିଭାଗ ଅଛି ଯିଏ ବିଜେପି ଉପରେ କ୍ରୋଧିତ ରହିଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସଭାପତି ଦାୟିତ୍ୱ ଦଳର ଜାଟ ଚେହେରା ଭୂପେନ୍ଦ୍ର ଚୌଧୁରୀଙ୍କୁ ହସ୍ତାନ୍ତର କରି ପଶ୍ଚିମ ଉତ୍ତର ପ୍ରଦେଶରେ ବସବାସ କରୁଥିବା ଜାଟ ସମ୍ପ୍ରଦାୟର ସମର୍ଥନ ହାସଲ କରିବାକୁ ଯୋଜନା କରିଛି। 

 

 

 

Read More
{}{}