Hindi News >>Home >>Odisha Politics

Uttar Pradesh: ମହଙ୍ଗା ପଡ଼ିଲା ଧମକ, ୱାକଫ୍ ବୋର୍ଡ ସମ୍ପତ୍ତି ବାବଦରେ ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର

Waqf Board Property: ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ଧରମପାଲ ସିଂହ କହିଛନ୍ତି ଯେ, ୱାକଫ ବୋର୍ଡ ସମ୍ପତ୍ତି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନାଁ ଖର୍ଚ୍ଚ କରାଯାଇ ଥାଏ ନା ଦିଆଯାଇ ଥାଏ। ଏହି ସମ୍ପତ୍ତିର ସାର୍ବଜନୀନ ପ୍ରୟୋଗ ମୁସଲମାନ ସମ୍ପ୍ରଦାୟ ଲାଗି କରାଯାଇ ପାରିବ।

Advertisement
Uttar Pradesh: ମହଙ୍ଗା ପଡ଼ିଲା ଧମକ, ୱାକଫ୍ ବୋର୍ଡ ସମ୍ପତ୍ତି ବାବଦରେ ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର
Stop
Subhramjit Ray|Updated: Sep 20, 2022, 07:51 PM IST

UP Waqf Board Property Survey: ରାଜ୍ୟରେ ରହିଥିବା ମଦ୍ରାସା ପରେ ଏବେ ୱାକଫ ବୋର୍ଡ ସମ୍ପତ୍ତି ବାବଦରେ ଏକ ବଡ଼ ନିଷ୍ପତ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର। ମଦ୍ରାସା ପରେ ୱାକଫ ବୋର୍ଡ ସମ୍ପତ୍ତି ଉପରେ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରୀ ଧରମପାଲ ସିଂହ। 

ଏନେଇ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ଧରମପାଲ ସିଂହ (UP Minority Welfare Minister Dharmpal Singh) କହିଛନ୍ତି ଯେ, ୱାକଫ ବୋର୍ଡ (Waqf Board Property) ସମ୍ପତ୍ତି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନାଁ ଖର୍ଚ୍ଚ କରାଯାଇ ଥାଏ ନା ଦିଆଯାଇ ଥାଏ। ଏହି ସମ୍ପତ୍ତିର ସାର୍ବଜନୀନ ପ୍ରୟୋଗ ମୁସଲମାନ ସମ୍ପ୍ରଦାୟ (Muslim Community) ଲାଗି କରାଯାଇ ପାରିବ। ପିଲାଙ୍କ ଉତ୍ତମ ଶିକ୍ଷା ପାଇଁ ମଧ୍ୟ କରାଯାଇ ପାରିବ। ଏହା ହେଉଛି ଆମର ପ୍ରୟାସ। ସେହି ସମ୍ପତ୍ତି ଉପରେ IAS-IPS ବାବଦରେ କୋଚିଂ ଯୋଗାଇବା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିବୁ।

ଉତ୍ତର ପ୍ରଦେଶ ସରକାରଙ୍କ (Uttar Pradesh Govt) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ମୁତାବକ, ରାଜ୍ୟର ସମସ୍ତ ଜିଲ୍ଲାରେ ଶିୟା (Shia Waqf Board) ଏବଂ ସୁନ୍ନୀ ୱାକଫ ବୋର୍ଡ (Sunni Waqf Board) ଅଧିନରେ ରହିଥିବା ସମ୍ପତ୍ତିର ଯାଞ୍ଚ କରାଯିବ। ଏହା ସହିତ ୧୯୮୯ ମସିହାରେ ଜାରି ହୋଇଥିବା ରାଜସ୍ୱ ବିଭାଗର ଆଦେଶ ପ୍ରତ୍ୟାହାର କରି ସରକାର ସମସ୍ତ ଜିଲ୍ଲାକୁ ଏକ ମାସ ମଧ୍ୟରେ ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।   

Also Read: UP CM Yogi Adityanath: କାମ ଦେଲାନି ମଦାନୀ-ଓୱେସୀଙ୍କ ଧମକ, ଆରମ୍ଭ ହୋଇଗଲା ମଦ୍ରାସା ସର୍ଭେ

ୱାକଫ ବୋର୍ଡ ସମ୍ପତ୍ତି ପୂର୍ବରୁ ରାଜ୍ୟରେ ରହିଥିବା ସମସ୍ତ ଅଣ ମାନ୍ୟତା ପ୍ରାପ୍ତ ଘରୋଇ ମଦ୍ରାସା ଉପରେ ସର୍ଭେ କରିବାକୁ ଗତ ୩୧ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ ଉତ୍ତର ପ୍ରଦେଶ ସରକାର। ମଦ୍ରାସା ସର୍ଭେ ପାଇଁ ଏନ ଦଳ ଗଠନ କରିବାର କାର୍ଯ୍ୟ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଶେଷ ହୋଇଥିଲା। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ୧୫ ଅକ୍ଟୋବର ପର୍ଯ୍ୟନ୍ତ ମଦ୍ରାସା ସର୍ଭେ ଶେଷ କରିବା ପରେ, ୨୫ ଅକ୍ଟୋବର ପର୍ଯ୍ୟନ୍ତ ସର୍ଭେ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ବର୍ତ୍ତମାନ ଉତ୍ତର ପ୍ରଦେଶରେ ପ୍ରାୟ ୧୬ ହଜାର ଘରୋଇ ମଦ୍ରାସା ପରିଚାଳିତ ହେଉଥିବା ଜଣାପଡ଼ିଛି। ଯେଉଁଥିରେ ବିଶ୍ୱ ପ୍ରସିଦ୍ଧ ଇସଲାମୀୟ ଶିକ୍ଷାନୁଷ୍ଠାନ ନଦବତୁଲ ଉଲମା ଏବଂ ଦାରୁଲ ଉଲୁମ ଦେଓବନ୍ଦ ଦ୍ୱାରା ପରିଚାଳିତ ମଦ୍ରାସା ରହିଛି। ଅଣ ମାନ୍ୟତା ପ୍ରାପ୍ତ ଉପରେ ସର୍ଭେ  କରିବାକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ଗ୍ରହଣ କରିପାରୁ ନାହାଁନ୍ତି ବେସରକାରୀ ମଦ୍ରାସା ପରିଚାଳକ। ଏହି ନିଷ୍ପତ୍ତିକୁ ନେଇ ସେମାନେ ବିଭିନ୍ନ ଆଶା ଆଶଙ୍କା ପ୍ରକାଶ କରୁଛନ୍ତି। ଏନେଇ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀ ଠାରେ ଜମିୟତ-ଉଲେମ-ଇ-ହିନ୍ଦ ସଂସ୍ଥା ପକ୍ଷରୁ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଯଦି ସରକାର ମଦ୍ରାସା ଉପରେ ସର୍ଭେ କରିବାକୁ ଚାହୁଁଛନ୍ତି ତାହେଲେ କରିପାରନ୍ତି। ହେଲେ ମଦ୍ରାସା ସହ ଜଡ଼ିତ ଘରୋଇ ବ୍ୟାପାରରେ କୌଣସି ପ୍ରକାର ହସ୍ତକ୍ଷେପ ନ କରାଯିବା ଆବଶ୍ୟକ।

Read More
{}{}