Hindi News >>Home >>Odisha Politics

UP MLC Election 2022: ସମାଜବାଦୀ ପାର୍ଟି ଲାଗି ଚିନ୍ତା ବଢାଇଛନ୍ତି ଆଶାୟୀ ପ୍ରାର୍ଥୀ

ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେଉଥିବା ବିଧାନ ପରିଷଦ ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀ ଚୟନ କରିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଲାଗି କାଠିକର ପାଠ ହୋଇଯାଇଛି। 

Advertisement
UP MLC Election 2022: ସମାଜବାଦୀ ପାର୍ଟି ଲାଗି ଚିନ୍ତା ବଢାଇଛନ୍ତି ଆଶାୟୀ ପ୍ରାର୍ଥୀ
Stop
Subhramjit Ray|Updated: Jun 07, 2022, 06:13 PM IST

UP MLC Election 2022: ଉତ୍ତର ପ୍ରଦେଶ ବିଧାନ ପରିଷଦର ୧୩ ଆସନ ଲାଗି ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ମୋଟ ୧୦୦ ଆସନ ବିଶିଷ୍ଟ ବିଧାନ ପରିଷଦରେ ବର୍ତ୍ତମାନ ୬୬ ବିଜେପି ଏବଂ ୧୧ ସମାଜବାଦୀ ପାର୍ଟି ସଦସ୍ୟ ଅଛନ୍ତି। ୧୦ ସଦସ୍ୟ ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି। ଖାଲି ପଡୁଥିବା ୧୩ ଆସନରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେଉଛି ନିର୍ବାଚନ। ସଂଖ୍ୟା ବଳ ଦୃଷ୍ଟିରୁ  ଉତ୍ତର ପ୍ରଦେଶ ବିଧାନ ପରିଷଦର ଯେଉଁ ୧୩ ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି ତାହ ମଧ୍ୟରୁ ୯ ସିଟ୍ ବିଜେପି ଏବଂ ୪ ସିଟ୍ ସମାଜବାଦୀ ପାର୍ଟି ହାତେଇପାରେ। 
 
ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେଉଥିବା ବିଧାନ ପରିଷଦ ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀ ଚୟନ କରିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଲାଗି କାଠିକର ପାଠ ହୋଇଯାଇଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ବିଜେପି ଛାଡି ସମାଜବାଦୀ ପାର୍ଟି ହାତ ଧରିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ସୋବରନ ସିଂହ ଯାଦବଙ୍କୁ ଦଳୀୟ ଟିକେଟ ପ୍ରଦାନ କରିପାରେ ଦଳ। ବାକି ରହୁଥିବା ୨ ଆସନ ଲାଗି ୬ ଜଣ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବାକୁ ଜଗି ବସିଛନ୍ତି।      

ବିଧାନ ପରିଷଦ ନିର୍ବାଚନରେ ସମାଜବାଦୀ ପାର୍ଟି ପକ୍ଷରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଚାହୁଁଥିବା ଆଶାୟୀ ହେଉଛନ୍ତି ସହାରନପୁର ପୂର୍ବତନ ବିଧାୟକ ଇମରାନ ମସୁଦ, ପୂର୍ବତନ ବିରୋଧି ଦଳ ନେତା ରାମଗୋବିନ୍ଦ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ବଳରାମ ଯାଦବ, ପୂର୍ବତନ ବିଧାନ ପରିଷଦ ସଦସ୍ୟ  ଉଦୟବୀର ସିଂହ, ରାଜପାଲ କଶ୍ୟପ, ଅମ୍ବିକା ଚୌଧରୀ, ଉଦୟବୀର ସିଂହ, ସୁନୀଲ ସାଜନ ଏବଂ ସଞ୍ଜୟ ଲାଠର। 

ମୋଟ ୧୦୦ ଆସନ ବିଶିଷ୍ଟ ବିଧାନ ପରିଷଦର ୧୩ ଆସନ ଲାଗି ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେଉଛି ନିର୍ବାଚନ। ଏହି ନିର୍ବାଚନ ପାଇଁ ଜୁନ୍ ୯ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ଜୁନ୍ ୧୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଜୁନ ୧୩ ପର୍ଯ୍ୟନ୍ତ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଜୁନ୍ ୨୦ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ସେହି ଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯିବା ସହ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Also Read: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ବାଜି ମାରିଲା BJP;ଖାତା ଖୋଲି ପାରିଲା ନାହିଁ SP

 

 

Read More
{}{}