Hindi News >>Home >>Odisha Politics

CM Yogi on Population Control: କେବଳ ଗୋଟିଏ ବର୍ଗର ଜନସଂଖ୍ୟା ବୃଦ୍ଧି ହେତୁ ବ୍ୟାପିବ ଅରାଜକତା

CM Yogi on Population Control:  ଜନସଂଖ୍ୟା ଅସନ୍ତୁଳନ ପ୍ରତ୍ୟେକ ଦେଶ ପାଇଁ ଚିନ୍ତାର ବିଷୟ। ଯେଉଁଠାରେ ଧାର୍ମିକ ଜନସଂଖ୍ୟା ପ୍ରଭାବିତ ହୁଏ ସେଠାରେ ଗୋଟିଏ ସମୟ ପରେ ସେଠାରେ ଅରାଜକତା ସହ ଅବ୍ୟବସ୍ଥା ସୃଷ୍ଟି ହୋଇଥାଏ।

Advertisement
CM Yogi on Population Control: କେବଳ ଗୋଟିଏ ବର୍ଗର ଜନସଂଖ୍ୟା ବୃଦ୍ଧି ହେତୁ ବ୍ୟାପିବ ଅରାଜକତା
Stop
Subhramjit Ray|Updated: Jul 11, 2022, 06:28 PM IST

CM Yogi on Population Control: ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ଚିନ୍ତା କରୁଛନ୍ତି ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାରକ। ଜୁଲାଇ ୧୧ ବିଶ୍ୱ ଜନସଂଖ୍ୟା ଦିବସରରେ ଅବସରରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗକୁ ବଢାଇବା ଆବଶ୍ୟକ। ହେଲେ ଜନସଂଖ୍ୟା ଅସନ୍ତୁଳନ ପରିସ୍ଥିତି ନ ଉପୁଜିବା ଉଚିତ। ଏହା ଘଟିବା ଉଚିତ ନୁହେଁ ଯେ ଦେଶର ମୂଳ ନିବାସୀଙ୍କ ସଂଖ୍ୟା ହ୍ରାସ ପାଇଯାଇ ପାଉଛି କୌଣସି ଗୋଟିଏ ବର୍ଗର ଜନସଂଖ୍ୟା ବଢିଯିବ। ଯଦି ଏପରି ହୁଏ ତାହେଲେ ବିଶୃଙ୍ଖଳା ବିସ୍ତାର ହେବାର ଆଶଙ୍କା ରହିଛି। ଏହା ଘଟିବା ଉଚିତ ନୁହେଁ ଯେ କୌଣସି ବର୍ଗର ଜନସଂଖ୍ୟା ବୃଦ୍ଧି ହାର ଅଧିକ ହେବା ଉଚିତ ଏବଂ ମୂଳ ବାସିନ୍ଦାଙ୍କ ସଂଖ୍ୟା କମ ହୋଇଯିବ।

ଜନସଂଖ୍ୟା ଅସନ୍ତୁଳନ ପ୍ରତ୍ୟେକ ଦେଶ ପାଇଁ ଚିନ୍ତାର ବିଷୟ। ଯେଉଁଠାରେ ଧାର୍ମିକ ଜନସଂଖ୍ୟା ପ୍ରଭାବିତ ହୁଏ ସେଠାରେ ଗୋଟିଏ ସମୟ ପରେ ସେଠାରେ ଅରାଜକତା ସହ ଅବ୍ୟବସ୍ଥା ସୃଷ୍ଟି ହୋଇଥାଏ।

ରାଜଧାନୀ ଲକ୍ଷ୍ନୌ ଠାରେ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେତେବେଳେ ଆମେ ପରିବାର ନିୟୋଜନ କଥା କହିବା ସେତେବେଳେ ଆମକୁ ମନେ ରଖିବାକୁ ହେବ ଯେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗକୁ ବଢିବା ଆବଶ୍ୟକ। ହେଲେ ଜନସଂଖ୍ୟା ଅସନ୍ତୁଳନ ପରିସ୍ଥିତି ଯେପରି ନ ଉପୁଜେ। ଆମେ ସମସ୍ତେ ଜାଣୁ ଯେ ବିଗତ ବର୍ଷ ଧରି ଜନସଂଖ୍ୟା ନିୟନ୍ତ୍ରଣ ନେଇ ସାରା ଦେଶରେ ଜନସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏକ ନିର୍ଦ୍ଦିଷ୍ଟ ପରିମାଣରେ ଜନସଂଖ୍ୟା ହେଉଛି ସମାଜର ସଫଳତା। ହେଲେ ଏହି ସଫଳତା ସେତେବେଳେ ହାସଲ ହେବ ଯେତେବେଳେ ସମାଜ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ସ୍ଥିତି ହାସଲ କରିପାରିବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯଦି ଆମ ପାଖରେ ଦକ୍ଷ ଶ୍ରମଶକ୍ତି ରହିଛି ତାହେଲେ ଏହା ସମାଜ ପାଇଁ ଏକ ସଫଳତା। ହେଲେ ଯେଉଁଠାରେ ରୋଗ, ବିଶୃଙ୍ଖଳା, ପର୍ଯ୍ୟାପ୍ତ ସମ୍ବଳ ଅଭାବ ରହିଛି ସେଠାରେ ଜନସଂଖ୍ୟା ବିସ୍ଫୋରଣ ଏକ ଆହ୍ୱାନ ଭାବେ ଦଣ୍ଡାୟମାନ ହୋଇଥାଏ। ଜନସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶ ଦେଶର ବୃହତ୍ତମ ରାଜ୍ୟ। ରାଜ୍ୟ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଗ୍ରାମ ମୁଖ୍ୟ, କ୍ଷେତ୍ର ପଞ୍ଚାୟତ ସମିତି ସଦସ୍ୟ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ପ୍ରତିନିଧି ଏବଂ ଶିକ୍ଷକ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଏକ ଉନ୍ନତ ମାର୍ଗରେ ଆଗକୁ ବଢାଇ ପାରିବେ। ହେଲେଏହି ଦିଗରେ ସାମୂହିକ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

Also Read: ଜନସଂଖ୍ୟା ବିସ୍ଫୋରଣ କାରଣରୁ ବଢୁଛି ଗରିବୀ: CM Yogi

Also Read: UP Population Policy: ଜାଣନ୍ତୁ ଏହି ଆଇନର ବୈଶିଷ୍ଟ୍ୟ

 

 

Read More
{}{}