Hindi News >>Home >>Odisha Politics

UP CM: ଉତ୍ତର ପ୍ରଦେଶ ପରେ ଗୁଜୁରାଟ ପରୀକ୍ଷାରେ ପାସ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Yogi Adityanath News: ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ଦଳର ଫାୟାରବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥଙ୍କ ଚାହିଦା ଅଧିକ ଥିଲା। ଏପରିକି ଦଳ ତାଙ୍କୁ ଗୁଜୁରାଟ ନିର୍ବାଚନ ଲାଗି ଦଳୀୟ ତାରକା ପ୍ରଚାରକ ଭାବେ ନିଯୁକ୍ତ କରିଥିଲା।  ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସଫଳତା ହାର ୭୨% ରହିଛି।

Advertisement
UP CM: ଉତ୍ତର ପ୍ରଦେଶ ପରେ ଗୁଜୁରାଟ ପରୀକ୍ଷାରେ ପାସ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Stop
Zee Odisha Desk|Updated: Dec 11, 2022, 09:17 PM IST

UP CM Yogi Adityanath: ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିଛି ବିଜେପି। ଗୁଜୁରାଟ ନିର୍ବାଚନରେ ବିଜେପି ହାସଲ କରିଥିବା କରିଥିବା ଏହି ବିପୁଳ ବିଜୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ବିଜେପି ତାରକା ପ୍ରଚାରକ ଭାବେ ନିଯୁକ୍ତ ହୋଇଥିଲା ବିଜେପି। ନିର୍ବାଚନ ପ୍ରଚାର ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଗୁଜୁରାଟରେ ଧୂଆଁଧାର ରାଲି ଏବଂ ରୋଡ୍ ସୋ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଗୁଜୁରାଟର ୨୫ ବିଧାନସଭାରେ ପ୍ରଚାର କରିଥିଲେ। ମୋଟ ୨୫ ସିଟ୍ ମଧ୍ୟରୁ ବିଜେପି ୧୮ ଆସନରେ ବିଜୟୀ ହୋଇଛି।

ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ଦଳର ଫାୟାରବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥଙ୍କ ଚାହିଦା ଅଧିକ ଥିଲା। ଏପରିକି ଦଳ ତାଙ୍କୁ ଗୁଜୁରାଟ ନିର୍ବାଚନ ଲାଗି ଦଳୀୟ ତାରକା ପ୍ରଚାରକ ଭାବେ ନିଯୁକ୍ତ କରିଥିଲା।  ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସଫଳତା ହାର ୭୨% ରହିଛି। ଦଳୀୟ ତାରକା ପ୍ରଚାରକ ଭାବରେ ସେ ଗୁଜୁରାଟରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ମୋଟ ୨୫ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ଯାହା ମଧ୍ୟରେ ୨୨ ସାଧାରଣ ସଭା ରହିଥିବା ବେଳେ ୩ ରୋଡ୍ ଶୋ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଗୁଜୁରାଟ ଯେଉଁ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ ତାହା ମଧ୍ୟରୁ ଅଧିକାଂଶ ଆସନ ଏଥର ବିଜେପି ଖାତାକୁ ଯାଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ଗତ ୨୦୧୭ ନିର୍ବାଚନରେ ଗୁଜୁରାଟର ଯେଉଁ ବିଧାନସଭା ଆସନରେ କଂଗ୍ରେସ କିମ୍ବା ସ୍ୱାଧୀନ ପ୍ରାର୍ଥୀଙ୍କ ହାତରେ ଥିଲା ତାହା ମଧ୍ୟରୁ ୫ ଆସନରେ ବିଜେପି ବିଜୟୀ ହୋଇଛି। 

ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳରୁ ଯେଉଁ ତଥ୍ୟ ମିଳିଛି ତାହା ବିଜେପି ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରହିଥିବା ଆବଶ୍ୟକତା ଦର୍ଶାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଗୁଜୁରାଟରେ ମୋଟ ୨୫ ବିଧାନସଭା ଆସନରେ ଆୟୋଜିତ ହୋଇଥିବା ଦଳୀୟ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ଏହି ୨୫ ସିଟ୍ ମଧ୍ୟରୁ ବିଜେପି ୧୮ ଆସନରେ ବିଜୟୀ ହୋଇଛି। ଗତ ୨୦୧୭ ନିର୍ବାଚନରେ ଏହି ୨୫ ସିଟ୍ ମଧ୍ୟରୁ ୧୧ ଆସନରେ କଂଗ୍ରେସ କିମ୍ବା ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ଆସନ ମଧ୍ୟରୁ ରାପର, ଧ୍ରଙ୍ଗଧ୍ରା, ସାବରକୁଣ୍ଡଲା, ବୀରଗାମ, ଧାନ୍ଧୁକା ନିର୍ବାଚନମଣ୍ଡଳୀ କଂଗ୍ରେସ ପାଖରେ ପଡ଼ିଥିଲା। ଅନ୍ୟପକ୍ଷରେ ପୋରବନ୍ଦର, ଗରିଆଧର ଏବଂ ୱାଘୋଡିଆ ଆସନ ବିଜେପି ପାଖରୁ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏବଂ ସ୍ୱାଧିନ ଖାତାକୁ ଯାଇଥିଲା।

ଗୁଜୁରାଟ ବ୍ୟତୀତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯଦିଓ ୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ବରଣ କରିଛି। ଏହି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାରେ ସଫଳ ହୋଇଛି। ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ୧୬ ବିଧାନସଭା ଆସନରେ ପ୍ରଚାର କରିଥିଲେ। ତାହା ମଧ୍ୟରୁ କେବଳ ୬ ଆସନରେ  ବିଜେପି ବିଜୟ ବାନା ଉଡ଼ାଇବାରେ ସଫଳ ହୋଇଛି। ନିର୍ବାଚନ ଫଳାଫଳରୁ ଜଣାପଡିଛି ଯେ କସୌଲି, ଜୱାଲି, ଜ୍ୱାଲାମୁଖୀ, ଘୁମାରୱିଁ, ଡୁନ୍ ଏବଂ ଗାଗରେଟ ଆସନ ପୂର୍ବରୁ ବିଜେପି ଖାତାରେ ଥିଲା।  ହେଲେ ଏଥର ଏହି ଆସନରେ କଂଗ୍ରେସ ଜିତିଛି।

Read More
{}{}