Hindi News >>Home >>Odisha Politics

Union Minister Pralhad Joshi: ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହେଲେ କଣ ହେଲା ସେ କ'ଣ ମହାମାନବ

Union Minister Pralhad Joshi: ଲୋକସଭାରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ସାଂସଦ ପ୍ଲାକାର୍ଡ ଆଣିଥିଲେ ଯେଉଁଥିରେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ଛବି ସହିତ 'ସତ୍ୟମେବ ଜୟତେ' ଲେଖାଯାଇଥିଲା। ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗୁରୁବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡକାଇ ଜେରା କରିବା ବିରୋଧରେ ସେମାନେ ସ୍ଲୋଗାନ ଦେଇଥିଲେ।

Advertisement
Union Minister Pralhad Joshi: ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହେଲେ କଣ ହେଲା ସେ କ'ଣ ମହାମାନବ
Stop
Subhramjit Ray|Updated: Jul 21, 2022, 04:23 PM IST

Union Minister Pralhad Joshi: ନେସନାନାଲ ହେରାଲ୍ଡ ମାମଲାରେ ଜୁଲାଇ ୨୧ ତାରିଖ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସଭାପତି ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବାକୁ ନେଇ ସଂସଦରେ ହୋଇଛି ହଙ୍ଗାମା। ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ବିରୋଧି ଦଳଙ୍କୁ ଟାର୍ଗେଟ କରି କୁହାଯାଇଛି ଯେ ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହେଲେ କଣ ହେଲା ସେ କ'ଣ ମହାମାନବ। ଲୋକସଭାରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ସାଂସଦ ପ୍ଲାକାର୍ଡ ଆଣିଥିଲେ ଯେଉଁଥିରେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ଛବି ସହିତ 'ସତ୍ୟମେବ ଜୟତେ' ଲେଖାଯାଇଥିଲା। ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗୁରୁବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡକାଇ ଜେରା କରିବା ବିରୋଧରେ ସେମାନେ ସ୍ଲୋଗାନ ଦେଇଥିଲେ।

ଏହି ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ମୁଁ ପଚାରିବାକୁ ଚାହୁଁଛି ଯେଉଁମାନେ ଏହି ପ୍ଲାକାର୍ଡ ଆଣିଛନ୍ତି ମୁଁ ତାଙ୍କ ବାବଦରେ ଏହା ପଚାରିବାକୁ ଚାହୁଁଛି ଯେ ସମସ୍ତେ ଆଇନ ଆଗରେ ସମାନ ନା ନୁହେଁ। ଯଦି ସେ କଂଗ୍ରେସ ଅଧ୍ୟକ୍ଷ ତାହେଲେ କ'ଣ ହେଲା। ସେ କ'ଣ ମହାମାନବ? କେନ୍ରମନ୍ତ୍ରୀଙ୍କ କଥା ଶୁଣିବା ପରେ  କଂଗ୍ରେସ ସାଂସଦ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ହଙ୍ଗମା ବଢି ଯାଇଥିଲା। ଏହା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଥମେ ୧୦ ମିନିଟ ଏବଂ ପରେ ୨୦ ମିନିଟ ପାଇଁ ଗୃହକାର୍ଯ୍ୟକୁ ସ୍ଥଗିତ ରଖିଥିଲେ। ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିରୋଧି ଦଳ ପକ୍ଷରୁ କରାଯାଉଥିବା ହଙ୍ଗାମା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ସରକାର ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ସେତେବେଳେ ବିରୋଧି ସାଂସଦ କାହିଁକି ଗୃହରେ ହଙ୍ଗାମା କରୁଛନ୍ତି?

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଅସୁସ୍ଥ ଅଛନ୍ତି ଏବଂ ସେ ସୁସ୍ଥ ହେବା ମାତ୍ରେ ବ୍ୟବସାୟ ପରାମର୍ଶଦାତା କମିଟିରେ ଆଲୋଚନା ପାଇଁ ଯାହା ନିଷ୍ପତ୍ତି ନିଆଯିବ ସେନେଇ ସରକାର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୋରୋନା ସଂକ୍ରମିତ ହୋଇଛନ୍ତି। ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଏବଂ ଅନ୍ୟ ଦଳ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଛନ୍ତି। ସରକାର ଏନେଇ ସମ୍ମତି ଜଣାଇଛନ୍ତି। ବର୍ତ୍ତମାନ ବିରୋଧିଙ୍କ ଅସବିୁଧା କେଉଁଠି ରହିଛି? ସେମାନେ ଗୃହ ଚଳାଇବାକୁ ଚାହୁଁଛନ୍ତି ନା ନାହିଁ?  

Also Read: 'Tractor ଉପରେ ବସି Actor ହେବାକୁ ଚାହୁଁଛନ୍ତି Rahul Gandhi'

 

 

{}{}