Hindi News >>Home >>Odisha Politics

IRCTC Scam: ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ମାଡ଼ି ଆସିଲା ସଂକଟର କଳା ବାଦଲ

IRCTC Scam: ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଆଇଆରସିଟିସି ହୋଟେଲ ଦୁର୍ନୀତି ମାମଲାରେ ଏହାର ତଦନ୍ତକୁ ତ୍ୱରାନ୍ୱିତ୍ୱ କରିବାକୁ ଯାଉଛି।

Advertisement
IRCTC Scam: ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ମାଡ଼ି ଆସିଲା ସଂକଟର କଳା ବାଦଲ
Stop
Subhramjit Ray|Updated: Aug 16, 2022, 10:25 PM IST

IRCTC Scam: ବିହାର ଉପମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ତେଜସ୍ୱୀ ଯାଦବଙ୍କ ଲାଗି ବଢିଯାଇଛି ସମସ୍ୟା। ଏନେଇ ଖବର ଅନୁସାରେ ବହୁଚର୍ଚ୍ଚିତ ଆଇଆରସିଟିସି ଦୁର୍ନୀତି ମାମଲାରେ ସିବିଆଇ ବର୍ତ୍ତମାନ ଏହାର ତଦନ୍ତକୁ ଆଗକୁ ବଢାଇପାରେ।  ନିକଟରେ ତେଜସ୍ୱୀ ଯାଦବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଥିଲେ ଯେ ଯଦି ସେମାନେ ଚାହୁଁଛନ୍ତି ତାହେଲେ ସେମାନେ ମୋ ଘରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିପାରନ୍ତି।  

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ସିବିଆଇ (CBI) ଆଇଆରସିଟିସି ହୋଟେଲ ଦୁର୍ନୀତି (IRCTC Hotel Scam) ମାମଲାରେ ଏହାର ତଦନ୍ତକୁ ତ୍ୱରାନ୍ୱିତ୍ୱ କରିବାକୁ ଯାଉଛି। ଏହି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ (Former Railway Minister Lalu Yadav) ତାଙ୍କ ପତ୍ନୀ ରାବ୍ରି ଦେବୀ (Rabri Devi) ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ (Bihar Deputy Chief Minister Tejashwi Yadav) ଅନ୍ୟ ୧୧ ଜଣ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି। ଏହି ମାମଲାରେ ୪ ବର୍ଷ ପୂର୍ବେ ସିବିଆଇ ଦ୍ୱାରା ଚାର୍ଜସିଟ୍ ଦାଖଲ କରାଯାଇଥିଲା ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଆଇଆରସିଟିସି ହୋଟେଲ ଦୁର୍ନୀତିରେ ଗତ ୨୦୨୯ ଫେବୃଆରୀରେ ଜଣେ ଅଭିଯୁକ୍ତ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ଅଭିଯୋଗ କରିଥିଲେ ଯେ ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ କରିବା ପୂର୍ବରୁ ସରକାରଙ୍କ ଅନୁମତି ନିଆଯାଇନାହିଁ। ଯେତେବେଳେ କଥିତ ରୂପେ ଏହି ଘଟଣା ଘଟିଥିଲା ସେତେବେଳେ ସେ ଜଣେ ସରକାରୀ କର୍ମଚାରୀ ଥିଲେ। ତାଙ୍କ ଆବେଦନ ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ହାଜର ହେବାକୁ ଅନୁମତି ଦେଇଛନ୍ତି। ଏହା ପରେ ସରକାରୀ କର୍ମଚାରୀ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ ମଧ୍ୟ ସମାନ ଆବେଦନ କରିଥିଲେ। ଏହି କାରଣରୁ ଶୁଣାଣି ବିଳମ୍ବ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ହୋଇଥିବା ଅଭିଯୋଗ ଉପରେ ବିତର୍କ ଆରମ୍ଭ ହୋଇ ନାହିଁ।

Also Read: Bihar Politics: ସେହି ୬ ଘଣ୍ଟା ଯେତେବେଳେ ନୀତିଶ କୁମାର କରିଦେଇଥିଲେ ଅଜବ କାରନାମା

ଗତ ୨୦୧୭ ଜୁଲାଇରେ ଆଇଆରସିଟିସି ହୋଟେଲ ଦୁର୍ନୀତିରେ ଲାଲୁ ଯାଦବ, ତେଜସ୍ୱୀ ଯାଦବ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାର ଏକ ବର୍ଷ ପରେ ସିବିଆଇ ଦ୍ୱାରା ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ବହୁଚର୍ଚ୍ଚିତ ଆଇଆରସିଟିସି ଦୁର୍ନୀତି ମାମାଲା ୨୦୦୪ ମସିହାରେ ଘଟିଥିଲା। ଯେତେବେଳେ କେନ୍ଦ୍ରରେ କ୍ଷମତାସୀନ ୟୁପିଏ ସରକାରରେ (UPA Govt) ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ। ସେତେବେଳେ ଲାଲୁ ଯାଦବଙ୍କ ପରିବାର ଟେଣ୍ଡର ନିୟମ (IRCTC Tender Rule) ପରିବର୍ତ୍ତନ କରି ବେଆଇନ ଉପାୟରେ  ହୋଟେଲ ଆବଣ୍ଟନ କରିଥିବା ଅଭିଯୋଗ ହୋଇଥିଲା। 

 

 

Read More
{}{}