Hindi News >>Home >>Odisha Politics

Akhil Giri: ମହାମହିମଙ୍କୁ ଅପମାନ, ୪ମାସରେ ୪ଜଣଙ୍କ ଆପତ୍ତିଜନକ ବୟାନ

ପଶ୍ଚିମବଙ୍ଗ ମମତା ସରକରାରେ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଲୁକ୍ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ନନ୍ଦିଗ୍ରାମରେ ଏକ ଭିଡକୁ ସମ୍ୱୋଧିତ କରିବା ସମୟର ମନ୍ତ୍ରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ବିଜେପି କଡ଼ା ନିନ୍ଦା କରିଛି । ଅନ୍ୟପଟେ ଟିଏମସିର ଦାବି ଯେ ବାସ୍ତବରେ ମନ୍ତ୍ରୀ କହୁଥିଲେ ଯେ, ଲୋକଙ୍କୁ ସେମାନଙ୍କ ଚେହେରାକୁ ନେଇ ଟିଏମସି ବିଚାର କରି ନଥାଏ।

Advertisement
Akhil Giri: ମହାମହିମଙ୍କୁ ଅପମାନ, ୪ମାସରେ ୪ଜଣଙ୍କ ଆପତ୍ତିଜନକ ବୟାନ
Stop
Priyanka Panda |Updated: Nov 12, 2022, 05:13 PM IST

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ନେତା ତଥା ମମତା ବାନାର୍ଜୀଙ୍କ ସରକାରର ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କ ଉପରେ କରିଥିବା ଖରାପ ଟିପ୍ପଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା। ଅଖିଳ ଗିରି ଏକ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରଙ୍ଗକୁ ନେଇ ଟିପ୍ପଣୀ କରୁଥିବାର ନଜରକୁ ଆସିଛନ୍ତି। ଏହାପରେ ବହୁ ନେତା ମନ୍ତ୍ରୀଙ୍କ ବୟାନ ଆସିଛି ଏପରିକି ମନ୍ତ୍ରୀଙ୍କୁ ଗିରଫ କରିବାକୁ ବି ବହୁ ନେତା ଦାବି କରିଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଉପରେ ଏପରି ଅପମାନଜନକ ମନ୍ତବ୍ୟ ଦେଇଥିବା ଏହି ଅଖିଳ ଗିରି କିଏ? ରାଷ୍ଟ୍ରପତିଙ୍କ ଉପରେ ଦେଇଥିବା ବିବୃତ୍ତିରେ ସେ କଣ ସ୍ପଷ୍ଟୀକରଣ ଦେଇଛନ୍ତି? ଏହି ପ୍ରସଙ୍ଗରେ ବିରୋଧୀ ଦଳ ବିଜେପି କ’ଣ କହିଛି? ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ ଏପର୍ଯ୍ୟନ୍ତ ଆଉ କିଏ କିଏ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି? 

ପ୍ରଥମେ ଜାଣିବା ରାଷ୍ଟ୍ରପତିଙ୍କ ଉପରେ କଣ କହିଛନ୍ତି ଅଖିଳ ଗିରି? 
ଅଖିଲ ଗିରି ନନ୍ଦିଗ୍ରାମରେ ଏକ ସଭାକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ରାଷ୍ଟ୍ରପତିଙ୍କ ରୂପକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରିଙ୍କ ଏହି ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଅଖିଳ ଗିରି କିଏ?
ଅଖିଳ ଗିରି ପଶ୍ଚିମବଙ୍ଗ ସରକାରଙ୍କ ମତ୍ସ୍ୟବିଭାଗ ମନ୍ତ୍ରୀ। ଅଖିଳ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।  ତେବେ କେବଳ ଏହି ବିବୃତ୍ତି ନିହେଁ ଆଗରୁ ମଧ୍ୟ ବହୁ ବିବାଦୀୟ ବୁବୃତ୍ତି ଦେଇ ସେ ଚର୍ଚ୍ଚାକୁ ଆସିସାରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ​​ଅଖିଲ ଦେଇଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି 70 ଲକ୍ଷର ସମ୍ପତ୍ତି ରହିଛି। ଦଙ୍ଗା ସୃଷ୍ଟି କରିବା, ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ମାମଲା ମଧ୍ୟ ଅଖିଳ ଗିରିଙ୍କ ବିରୋଧରେ ଚାଲିଛି। ସେ ପଶ୍ଚିମବଙ୍ଗର ରାମନଗର ବିଧାନସଭା ଆସନରୁ ଚାରିଥର ବିଧାୟକ ହୋଇଛନ୍ତି।

ବିଜେପି ଟାର୍ଗେଟରେ ଗିରି...
ଭିଡିଓ ଭାଇରାଲ ହେବା ପରେ ବିଜେପି ମମତା ବାନାର୍ଜୀ ଏବଂ ତାଙ୍କ ମନ୍ତ୍ରୀ ଅଖିଳ ଗିରିଙ୍କୁ ଟାର୍ଗେଟ କରିଛି। ବିଜେପି ଦାବି କରିଛି ଯେ ଯେତେବେଳେ ଅଖିଳ ଗିରି ରାଷ୍ଟ୍ରପତିଙ୍କ ବିରୋଧରେ ଏହି ମନ୍ତବ୍ୟ ଦେଇଥିଲେ ସେତେବେଳେ ମମତା ବାନାର୍ଜୀ ସରକାରଙ୍କ ମହିଳା କଲ୍ୟାଣ ବିଭାଗର ମନ୍ତ୍ରୀ ଶଶି ପଙ୍କା ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଏଥି ସହ ବିଜେପି ନେତା ଅମିତ ମାଲଭିଆ ଟ୍ୱିଟ କରି କହିଛନ୍ତି ଯେ ମମତା ବାନାର୍ଜୀଙ୍କ କ୍ୟାବିନେଟର ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ମାଲଭିଆ ଆହୁରି କହିଛନ୍ତି - ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ହୋଇଆସୁଛନ୍ତି। ନିର୍ବାଚନରେ ​​ମଧ୍ୟ ସେ ମୁର୍ମୁଙ୍କୁ ସମର୍ଥନ କରିନଥିଲେ। ଯାହା ଏକ ଲଜ୍ଜାଜନକ ସ୍ତରର ଅଭିବ୍ୟକ୍ତି।
ସେପଟେ ବିଜେପି ସାଂସଦ ସୁମିତ୍ରା ଖାନ ଜାତୀୟ ମହିଳା ଆୟୋଗଙ୍କୁ ଏକ ଚିଠି ଲେଖିଛନ୍ତି। ଟିଏମସି ନେତା ଅଖିଳ ଗିରିଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି। ଏହା ବ୍ୟତୀତ ତାଙ୍କୁ ବିଧାୟକ ପଦରୁ ବରଖାସ୍ତ କରାଯିବାକୁ ମଧ୍ୟ ଦାବି କରାଯାଇଛି।
 
ବିବୃତ୍ତିର ସ୍ପଷ୍ଟିକରଣ ରଖିଲେ ଗିରି
ରାଷ୍ଟ୍ରପତିଙ୍କ ପ୍ରତି ଅଖିଳ ଗିରିଙ୍କ ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ଏହାର ସଫେଇଦେଇଛନ୍ତି। ସେ କହିଛନ୍ତି ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ। ମୁଁ କାହାର ନାମ ରଖିଲି ନାହିଁ ମୁଁ ସୁଭେନ୍ଦୁ ଅଧିକାରୀଙ୍କୁ ଉତ୍ତର ଦେଉଥିଲି। ସେ କହିଥିଲେ ଯେ ମୁଁ ଖରାପ ଦେଖାଯାଉଛି। ମୁଁ ଜଣେ ମନ୍ତ୍ରୀ, ମୁଁ ଶପଥ ନେଇଛି, ଯଦି ମୋ ବିରୁଦ୍ଧରେ କିଛି କୁହାଯାଏ, ତେବେ ଏହା ମଧ୍ୟ ସମ୍ବିଧାନର ଅପମାନ ହେବ।

ଆଗରୁ ମଧ୍ୟ ରାଷ୍ଟ୍ରପତିଙ୍କୁ ନେଇ ଦିଆଯାଇଛି ବିବାଦୀୟ ବୟାନ..
ତେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଜଣେ ରାଜନେତା ଏପରି ଆପତ୍ତିଜନକ ମନ୍ତବ୍ୟ ଦେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ, ଉଦିତ ରାଜ ବି ବିବାଦୀୟ ଓ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି। ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ବିବାଦକୁ ଆସିଥିଲେ। ପରେ ନିଜର ସଫେଇ ଦେବାକୁ ଯାଇ ସେ କହିଥିଲେ ଯେ, ଏହା ସ୍ଲିପ ଅଫ ଟଙ୍ଗ୍ ଥିଲା। ଭୁଲରେ ଏପରି ପାଟିରୁ ବାହାରି ଆସିଥିଲା। ସେହିପରି କଂଗ୍ରେସ ନେତା ଉଦିତ ରାଜ୍ ମଧ୍ୟ ରାଷ୍ଟ୍ରପତିଙ୍କୁ ଚାମଚା କହିଥିଲେ। ଏବଂ ଦେଶକୁ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି ଦରକାର ନାହିଁ ବୋଲି ବୟାନ ଦେଇଥିଲେ। ସେହିପରି ରାଷ୍ଟ୍ରପତି ନିର୍ବାଚନ ସମୟରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରବ୍ବର ଷ୍ଟାମ୍ପ ରାଷ୍ଟ୍ରପତି ନହୁଅନ୍ତୁ ବୋଲି କହି ବିବାଦକୁ ଆସିଥିଲେ। ତେବେ ଜୁଲାଇ ୨୫ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମର୍ମୁ। ଦେଶର ପ୍ରଥମ ଆଦିବାସୀ ଓ ପ୍ରଥମ ଓଡ଼ିଆ ହିସାବରେ ରାଷ୍ଟ୍ରପତି ପଦରେ ବସିଥିଲେ। ଆଉ ରାଷ୍ଟ୍ରପତି ହେବାର ୪ମାସ ମଧ୍ୟରେ ୪ଜଣ ମ୍ୟାଡାମ ପ୍ରେସିଡେଣ୍ଟଙ୍କୁ ନେଇ ଦେଲେଣି ଆପତ୍ତିଜନକ ମନ୍ତବ୍ୟ।

Read More
{}{}