Hindi News >>Home >>Odisha Politics

Tiranga on Twitter DP: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ଟ୍ୱିଟର ପ୍ରୋଫାଇଲ ଫଟୋ ବଦଳାଇଲା କଂଗ୍ରେସ

Tiranga on Social Media Account Profile: ଗତ ରବିବାର 'ମନ କି ବାତ' କାର୍ଯ୍ୟକ୍ରମର ୯୧ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୨ ତାରିଖରୁ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଆକାଉଣ୍ଟ ରେ ତ୍ରିରଙ୍ଗାକୁ ପ୍ରୋଫାଇଲ ଫଟୋ ଭାବେ ରଖିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। 

Advertisement
Tiranga on Twitter DP: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ଟ୍ୱିଟର ପ୍ରୋଫାଇଲ ଫଟୋ ବଦଳାଇଲା କଂଗ୍ରେସ
Stop
Subhramjit Ray|Updated: Aug 03, 2022, 08:49 PM IST

Congress Changed Social Media DP: ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ କଂଗ୍ରେସ ଦଳ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ପ୍ରୋଫାଇଲ ଫଟୋ ବଦଳାଇଛି। ଦଳ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ତ୍ରୀରଙ୍ଗା ଫଟୋ ଲଗାଇଛି। ସ୍ୱାଧୀନତା ଦିବସ ପୂର୍ବରୁ କଂଗ୍ରେସ 'ହର ଘର ତିରଙ୍ଗା' ଅଭିଯାନ ଅଧିନରେ ପ୍ରୋଫାଇଲ ଫଟୋ ବଦଳାଇଛି। ଏହା ସହିତ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତ୍ରୀରଙ୍ଗ ସହ ପଣ୍ଡିତ ନେହେରୁଙ୍କ ଛବିକୁ ନିଜ ପ୍ରୋଫାଇଲ ଫଟୋ କରି ରଖିଛି।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ (First Indian Prime Minister) ପଣ୍ଡିତ ଜବାହରଲାଲ ନେହେରୁଙ୍କ (Pandit Jawaharlal Nehru) ଫଟୋକୁ ତ୍ରିରଙ୍ଗ ସହିତ ସେୟାର କରି ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଦେଇଛି କଂଗ୍ରେସ। ଏନେଇ ଟ୍ୱିଟ କରି ଦଳ ପକ୍ଷରୁ ଲେଖାଯାଇଛି, 'ତ୍ରିରଙ୍ଗା ଆମ ହୃଦୟରେ ରକ୍ତ ଭଳି ଆମ ଶିରାରେ ଅଛି। ଗତ ୧୯୨୯ ମସିହା ଡିସେମ୍ବର ୩୧ ତାରିଖରେ ପଣ୍ଡିତ ନେହେରୁ ରାବି ନଦୀ କୂଳରେ ତ୍ରିରଙ୍ଗା ଉତ୍ତୋଳନ କରିବା ବେଳେ କହିଥିଲେ ବର୍ତ୍ତମାନ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି। ତ୍ରିରଙ୍ଗା ଯେପରି ତଳକୁ ନ ଯିବା ଆବଶ୍ୟକ। ଆସନ୍ତୁ ସମସ୍ତେ ତ୍ରିରଙ୍ଗାକୁ ଆମର ପରିଚୟ କରିବା। ଯାହା ଦେଶର ଅବିଭକ୍ତ ଏକତାର ବାର୍ତ୍ତା ଦେଇଥାଏ। ଜୟ ହିନ୍ଦ। #MyTirangaMyPride 

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ (Former Prime Minister of India) ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ସେୟାର କରି ରାହୁଲ ଗାନ୍ଧୀ (Rahul Gandhi) ଲେଖିଛନ୍ତି, 'ଦେଶର ଗର୍ବ ହେଉଛି ଆମ ତ୍ରିରଙ୍ଗା। ଆମ ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ (Indian) ହୃଦୟରେ ରହିଛି। ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ଲେଖିଛନ୍ତି, 'ବିଶ୍ୱ ବିଜୟୀ ତ୍ରିରଙ୍ଗା ଆମ ପତାକା ଉଚ୍ଚରେ ରହିଛି।  

 

ଗତ ରବିବାର 'ମନ କି ବାତ' କାର୍ଯ୍ୟକ୍ରମର (Mann Ki Baat Program) ୯୧ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଅଗଷ୍ଟ ୨ ତାରିଖରୁ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଆକାଉଣ୍ଟ (Social Media Account) ରେ  ତ୍ରିରଙ୍ଗାକୁ (Tricolour) ପ୍ରୋଫାଇଲ ଫଟୋ (Profile Photo) ଭାବେ ରଖିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 'ଆଜାଦୀ କା ଅମୃତ ମହୋତ୍ସବ' (Azadi Ka Amrit Mahotsav) ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି। 

Also Read: New Parliament Building: ଅଶୋକ ସ୍ତମ୍ଭର ଉଦଘାଟନ ପରେ ବିରୋଧିଙ୍କ ଟାର୍ଗେଟରେ ସରକାର 

Also Read: History of Ashoka Stambh: ଦେଶର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର କ'ଣ ରହିଛି ଇତିହାସ?

Also Read: New Parliament Building: ନୂତନ ସଂସଦ ଭବନରେ ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଅନାବରଣକୁ ନେଇ ଉଠିଲା ପ୍ରଶ୍ନ

 

 

 

 

Read More
{}{}