Hindi News >>Home >>Odisha Politics

ସର୍ଭେ: ପ୍ରଧାନମନ୍ତ୍ରୀ ଭାବରେ କେତେ ଲୋକଙ୍କ ପସନ୍ଦ କେଜ୍ରିୱାଲ, ଜାଣନ୍ତୁ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର

Survey On Lok Sabha Election 2024: ଦିଲ୍ଲୀ ପରେ ପଞ୍ଜାବରେ କ୍ଷମତା ହାସଲ କରିଥିବା AAP ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ମନୋବଳ ଅଧିକ ଦୃଢ଼ ରହିଛି । ବର୍ତ୍ତମାନ ବିଜେପିର ସବୁଠାରୁ ବଡ଼ ଗଡ଼ ଗୁଜୁରାଟକୁ ଦଖଲ କରିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରୁଛନ୍ତି ।

Advertisement
ସର୍ଭେ: ପ୍ରଧାନମନ୍ତ୍ରୀ ଭାବରେ କେତେ ଲୋକଙ୍କ ପସନ୍ଦ କେଜ୍ରିୱାଲ, ଜାଣନ୍ତୁ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର
Stop
Tamal Bakchi|Updated: Aug 22, 2022, 02:16 PM IST

ନୂଆଦିଲ୍ଲୀ: Survey On Lok Sabha Election 2024: ଆମ୍ ଆଦମୀ ପାର୍ଟି (Aam Aadmi Party) ଘୋଷଣା କରିସାରିଛି ଯେ, ୨୦୨୪ ଲୋକସଭା ନିର୍ବାଚନ (Lok Sabha Elections 2024) ରେ ​​ଅରବିନ୍ଦ କେଜ୍ରିୱାଲ (Arvind Kejriwal) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ଦଳର ଦ୍ୱିତୀୟ ବଡ଼ ନେତା ମନୀଷ ସିସୋଦିଆ (Manish Sisodia) ଙ୍କ ବିରୋଧରେ ସିବିଆଇ (CBI) ଯାଞ୍ଚ ବେଳେ ଆପ୍ (AAP) କହିଛି ଯେ ଆସନ୍ତା ଲୋକସଭା ନିର୍ବାଚନରେ ​​ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ଟକ୍କର ଦେବେ । ଦଳ କହିଛି ଯେ, ମୋଦି ବନାମ କିଏ? ର ପ୍ରଶ୍ନ ମିଳି ଯାଇଛି ଓ କେବଳ କେଜ୍ରିୱାଲ ହିଁ ମୋଦିଙ୍କ ବିକଳ୍ପ ହୋଇପାରେ । ତେବେ ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ବିରୋଧରେ ବାରାଣାସୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା କେଜ୍ରିୱାଲଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା । ସେହିପରି ଏହି ଲୋକସଭା ନିର୍ବାଚନରେ ଦଳର ଶତାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ଦଳକୁ ପଞ୍ଜାବରେ ମାତ୍ର ୪ଟି ଆସନ ମିଳିଥିଲା । ଏଥି ସହିତ ୨୦୧୯ରେ ଦଳ କେବଳ ଗୋଟିଏ ଆସନ ଜିତିଥିଲା ।

ଦିଲ୍ଲୀ ପରେ ପଞ୍ଜାବରେ କ୍ଷମତା ହାସଲ କରିଥିବା AAP ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ମନୋବଳ ଅଧିକ ଦୃଢ଼ ରହିଛି । ବର୍ତ୍ତମାନ ବିଜେପିର ସବୁଠାରୁ ବଡ଼ ଗଡ଼ ଗୁଜୁରାଟକୁ ଦଖଲ କରିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରୁଛନ୍ତି । ଏହା ବ୍ୟତୀତ ଦଳ ହିମାଚଳରେ ସ୍ଥିତି ମଜଭୁତ କରିବାକୁ ଚେଷ୍ଟା କରୁଛି । ରାଜନୈତିକ ବିଶେଷଜ୍ଞମାନେ ମନେ କରନ୍ତି ଯେ, ଗୁଜୁରାଟରେ ଯଦି ଦଳ ଭଲ ପ୍ରଦର୍ଶନ କରିପାରେ, ତେବେ ଜାତୀୟ ସ୍ତରରେ ଏହାର ବିସ୍ତାର ହେବା ସହ ଦଳ ବହୁ ଦୂର ପର୍ଯ୍ୟନ୍ତ ଯିବ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗଡ଼ରେ ଯଦି ଦଳ ବିରୋଧୀ ସ୍ଥାନ ପାଇବାରେ ସଫଳ ରହେ, ତେବେ ଦଳ ଏହି ନେରେଟିଭ ଗଢ଼ିବାରେ ସଫଳ ରହିବ ଯେ ବିଜେପି ସହ  ମୁାବିଲା କଂଗ୍ରେସ ନୁହେଁ, ଆପ୍ କରିପାରିବ । 

ଏହା ବି ପଢ଼ନ୍ତୁ:-ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଏହି ସ୍କିମ୍; ଜାଣନ୍ତୁ କିଏ ଓ କିପରି କିଣିପାରିବେ ଗୋଲ୍ଡ

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନ ଫେରାର; ଜାମିନ ପାଇଁ କଲେ ନାହିଁ ଅପେକ୍ଷା, ପ୍ରଦର୍ଶନ ପାଇଁ ପ୍ରସ୍ତୁତ ସମର୍ଥକ

ଏହା ବି ପଢ଼ନ୍ତୁ:-SBI ଜାରି କଲା ଆଲର୍ଟ! ଯଦି ଏହି ଦୁଇଟି ନମ୍ବରରୁ କଲ୍ ଆସେ ତ କିଛି କୁହନ୍ତୁ ନାହିଁ, ନଚେତ୍ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

 

ଦିଲ୍ଲୀର ଶାସନ ଗାଦିରେ ବସିଥିବା କେଜ୍ରିୱାଲ ପ୍ରଧାନମନ୍ତ୍ରୀ ପଦ ପାଇଁ କେତେ ଲୋକପ୍ରିୟ, ତାହାର ସଠିକ୍ ଉତ୍ତର ତ ୨୦୨୪ର ନିର୍ବାଚନ ଫଳାଫଳ କହିବ । କିନ୍ତୁ ନିକଟ ଅତୀତରେ ହୋଇଥିବା କିଛି ସର୍ଭେରୁ ନିଶ୍ଚିତ ଭାବରେ ଏହାର ସଙ୍କେତ ମିଳିଥାଏ । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁଯାୟୀ, ଚଳିତ ମାସ  ଅଗଷ୍ଟ ୧୧ରେ ପିଏମ ମୋଦିଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ସର୍ଭେ ଅନୁଯାୟୀ, ୫୩ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦି ପ୍ରଥମ ପସନ୍ଦ ବୋଲି ଭାବନ୍ତି । ଏଥି ସହିତ ୯ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ପ୍ରଥମ ପସନ୍ଦ ବୋଲି ଭାବିଥିଲେ, ତେବେ ଅରବିନ୍ଦ କେଜ୍ରିୱାଲ ଏହି ରେସରେ ତୃତୀୟ ସ୍ଥାନରେ ଅଛନ୍ତି, ୭ ପ୍ରତିଶତ ଲୋକ ତାଙ୍କୁ ପ୍ରଥମ ପସନ୍ଦ ବୋଲି କହିଛନ୍ତି । ତେବେ, ଯେତେବେଳେ ଏହି ସର୍ଭେ କରାଯାଇଥିଲା, ଆପ୍ କେଜ୍ରିୱାଲଙ୍କୁ ଦାବିଦାର ଭାବରେ ଘୋଷଣା କରିନଥିଲା ।

Read More
{}{}