Hindi News >>Home >>Odisha Politics

Uttar Pradesh Politics: 'ବିଜେପି ସହ ବିଲୟ ହେବ ସମାଜବାଦୀ ପାର୍ଟି', ପୂର୍ବତନ ମେଣ୍ଟ ସହଯୋଗୀ କଲେ ବଡ଼ ଦାବି

BJP Samwadi Party Merger: ବିଜେପି ଏବଂ ସମାଜବାଦୀ ପାର୍ଟି ଉପରେ ପ୍ରତିକ୍ରିୟା ରଖିଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା। ଏନେଇ ସେ ଦାବି କରି କହିଛନ୍ତି ଯେ ଖୁବ ଶୀଘ୍ର ସମାଜବାଦୀ ପାର୍ଟି ବିଜେପି ସହିତ ବିଲୟ ହେବ। ଏନେଇ ଉଭୟ ଦଳ ମଧ୍ୟରେ ବୁଝାମଣା ହୋଇସାରିଛି।   

Advertisement
Uttar Pradesh Politics: 'ବିଜେପି ସହ ବିଲୟ ହେବ ସମାଜବାଦୀ ପାର୍ଟି', ପୂର୍ବତନ ମେଣ୍ଟ ସହଯୋଗୀ କଲେ ବଡ଼ ଦାବି
Stop
Zee Odisha Desk|Updated: Dec 22, 2022, 10:54 PM IST

Samajwadi Party merger With BJP: ସଦ୍ୟ ଉତ୍ତର ପ୍ରଦେଶ ରାଜନୀତିରେ ଶାସକ ବିଜେପି ଏବଂ ବିରୋଧୀ ସମାଜବାଦୀ ପାର୍ଟି ହେଉଛନ୍ତି ଦୁଇ ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ହେଲେ ବର୍ତ୍ତମାନ ଉଭୟ  ଶାସକ-ବିରୋଧୀ ଦଳର ସମ୍ପର୍କ ବାବଦରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ନେତା ଅରୁଣ ରାଜଭର ଯେଉଁ ଦାବି କରିଛନ୍ତି ତାହାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି।

ଉଭୟ ବିଜେପି ଏବଂ ସମାଜବାଦୀ ପାର୍ଟି ଉପରେ ପ୍ରତିକ୍ରିୟା ରଖିଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି ନେତା ଅରୁଣ ରାଜଭର। ଦଳର ମୁଖ୍ୟ ଓମ ପ୍ରକାଶ ରାଜଭାରଙ୍କ ପୁଅ ଦାବି କରିଛନ୍ତି ଯେ ଖୁବ ଶୀଘ୍ର ସମାଜବାଦୀ ପାର୍ଟି ବିଜେପି ସହିତ ବିଲୟ ହେବ। ଏନେଇ ଉଭୟ ଦଳ ମଧ୍ୟରେ ବୁଝାମଣା ହୋଇସାରିଛି। ବିଜେପି ସହ ହେବାକୁ ଯାଉଥିବା ବିଲୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଚାଚା ଶିବପାଲ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। 

Also Read: BJP SBSP Alliance: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ଓମ ପ୍ରକାଶ ରାଜଭର, ସରଗରମ ଉତ୍ତର ପ୍ରଦେଶ ରାଜନୀତି

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର ପ୍ରଦେଶ ରାଜନୀତିରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଉଭୟ ବିଜେପି ଏବଂ ସମାଜବାଦୀ ପାର୍ଟି ମେଣ୍ଟ ସହଯୋଗୀ ରହିସାରିଛି। ସଦ୍ୟ ଏସବିଏସପି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାରଙ୍କ ପୁଅ ଅରୁଣ ରାଜଭର ଯେଉଁ ଦାବି କରିଛନ୍ତି ତାହା ଏବେ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦାବିର ଆଧାର କ'ଣ ତାହା ଜାଣିବାକୁ ଲୋକେ ଚାହିଁଛନ୍ତି।

ସୁହେଲଦେବ ଭାରତୀୟ ସମାଜ ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ଅରୁଣ ରାଜଭର ଟ୍ୱିଟ କହିଛନ୍ତି ଖୁବ ଶୀଘ୍ର ସମାଜବାଦୀ ପାର୍ଟି ବିଜେପି ସହ ବିଲୟ ହେବ। ଉଭୟ ଦଳ ମଧ୍ୟରେ ହେବାକୁ ଥିବା ବିଲୟ ଅଖିଳେଶ ଯାଦବଙ୍କ ଚାଚା ଶିବପାଲ ଯାଦବଙ୍କ ମାଧ୍ୟମରେ କରାଯିବ। ଏନେଇ ଭିତିରିଆ ବୁଝାମଣା ହୋଇସାରିଛି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା। ହେଲେ ବିଧାନସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାରଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଦୂରତା ବଢିବାରେ ଲାଗିଥିଲା। ଯାହାକୁ ନେଇ ପରେ ଉଭୟ ଦଳ ମଧ୍ୟରେ ହୋଇଥିବା ମେଣ୍ଟ ଭାଙ୍ଗିଯାଇଥିଲା। ହେଲେ ବର୍ତ୍ତମାନ ବିଜେପି ସହ ହେବାକୁ ଥିବା ବିଲୟକୁ ନେଇ ଏସବିଏସପି ରାଷ୍ଟ୍ରୀୟ ପ୍ରବକ୍ତା ଅରୁଣ ରାଜଭର ଯେଉଁ ଦାବି କରିଛନ୍ତି ତାହା ଉପରେ ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

Also Read: Uttar Pradesh Politics: ଓମ ପ୍ରକାଶ ରାଜଭରଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେବ ବିଜେପି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପର ଠାରୁ ରାଜ୍ୟ ରାଜନୀତିରେ ଏକ ପରିବର୍ତ୍ତ ଦେଖିବାକୁ ମିଳିଛି। ବିରୋଧୀ ସମାଜବାଦୀ ପାର୍ଟି ହାତ ଛାଡି଼ଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟି ସମ୍ପର୍କ ଶାସକ ବିଜେପି ସହ ବେଶ କିଛି ଦିନ ହେବ ନିବିଡ଼ ହେବାରେ ଲାଗିଛି। ମାତ୍ର ଏସବିଏସପି ପକ୍ଷରୁ କରାଯାଇଥିବା ଦାବି ଉପରେ ବିରୋଧୀ ସମାଜବାଦୀ ପାର୍ଟି ଭଳି ଶାସକ ବିଜେପି କୌଣସି ପ୍ରତିକ୍ରିୟା ରଖିନାହିଁ। 

Read More
{}{}