Hindi News >>Home >>Odisha Politics

BJD ପରାଜୟର ପୋଲ୍ ଖୋଲିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ସୌମ୍ୟ କହିଛନ୍ତି ଯେ, ପ୍ରତ୍ୟକ ନିର୍ବାଚନ ହେଉଛି ରାଜନେତାଙ୍କ ପାଇଁ ଶିକ୍ଷଣୀୟ । ସତକୁ ବୋଝ ବୋଲି ଭାବୁଥିବା ରାଜନେତାଙ୍କ ଭାଗ୍ୟ ବଦଳେ ନାହିଁ । ଏଥିସହ କାହାରି ନାମ ନନେଇ ପରୋକ୍ଷରେ କହିଛନ୍ତି ଯେ, କ୍ରୀତଦାସମାନଙ୍କୁ ନେଇ ଦଳ ସଫଳ ହୁଏ ନାହିଁ । 

Advertisement
BJD ପରାଜୟର ପୋଲ୍ ଖୋଲିଲେ ସୌମ୍ୟରଞ୍ଜନ ପଟ୍ଟନାୟକ
Stop
Soubhagya Ranjan Mishra|Updated: Jun 05, 2024, 09:14 PM IST

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଶାସନରୁ ହଟିବା ଏବଂ ବିଜେପି ନୂଆ ସରକାର ଗଢିବା ମଧ୍ୟରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ବିଜୁ ଜନତା ଦଳରୁ ବାହାରି ସ୍ୱାଧୀନ ଭାବେ ଘଷିପୁରାରୁ ନିର୍ବାଚନ ଲଢିଥିବା ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଜୁ ଜନତା ଦଳ ହାରିବା ପଛରେ ଥିବା କାରଣ ସମ୍ପର୍କରେ ପ୍ରକାଶ କରିଛନ୍ତି ।

ସୌମ୍ୟ କହିଛନ୍ତି ଯେ, ପ୍ରତ୍ୟକ ନିର୍ବାଚନ ହେଉଛି ରାଜନେତାଙ୍କ ପାଇଁ ଶିକ୍ଷଣୀୟ । ସତକୁ ବୋଝ ବୋଲି ଭାବୁଥିବା ରାଜନେତାଙ୍କ ଭାଗ୍ୟ ବଦଳେ ନାହିଁ । ଏଥିସହ କାହାରି ନାମ ନନେଇ ପରୋକ୍ଷରେ କହିଛନ୍ତି ଯେ, କ୍ରୀତଦାସମାନଙ୍କୁ ନେଇ ଦଳ ସଫଳ ହୁଏ ନାହିଁ । ଏଥିସହ ନିଜ ନିର୍ବାଚନ ଲଢିବା ସମ୍ପର୍କରେ ତୁଣ୍ଡ ଖୋଲି ସୌମ୍ୟ କହିଛନ୍ତି ଯେ, ଘଷିପୁରା ଅଞ୍ଚଳରେ ଅନେକ ହିଂସା ହେଉଥିଲା ସେପରି ପରିସ୍ଥିତିରେ ମଧ୍ୟ ମୁଁ ସେଠାରୁ ନିର୍ବାଚନ ଲଢି ଅନେକ ଶିକ୍ଷା ପାଇଲି । ଘସିପୁରାରେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା ସମୟରେ ବୁଥ୍ କ୍ୟାପଚରିଂ ହୋଇନାହିଁ ବୋଲି ସୌମ୍ୟ କହିଛନ୍ତି । କେବଳ ସେତିକି ନୁହେଁ ନିର୍ବାଚନୀ ଚିହ୍ନ ସମ୍ପର୍କରେ ମତ ଦେଇ ସୌମ୍ୟ କହିଛନ୍ତି ଯେ, ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଏବଂ ଲୋକସଭା ପ୍ରାର୍ଥୀଙ୍କ ଚିହ୍ନ ଅଲଗା ହେବା ଆବଶ୍ୟକ । କାରଣ ୨ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ସମାନ ହୋଇଥିବା କାରଣରୁ ଅନେକ ଭୋଟରଙ୍କୁ ସମସ୍ୟା ହେଉଥିଲା ।

ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ସୌମ୍ୟ ଏହା କହିଛନ୍ତି ଯେ, ନୂଆ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସମ୍ଭବ ହୋଇପାରୁଥିଲା କିନ୍ତୁ ସମୟକାଳରେ ମୁଖ୍ୟମନ୍ତ୍ରୀ ଏକା ହୋଇଗଲେ । ତାଙ୍କଠାରୁ କୌଣସି ପରାମର୍ଶ ନେଇ ହେଲାନି କି ଦେଇ ହେଲାନି । ଯାହାର କୁ ପ୍ରଭାବ ଆଜି ନବୀନଙ୍କୁ ଭୋଗିବାକୁ ପଡୁଛି ।

Also Read- ଏବେ କ'ଣ କରିବେ ସୁରଙ୍କ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ?

Also Read- BSKY କାର୍ଡ ବନ୍ଦ ନେଇ ଏମିତି କହିଲେ ରାଜ୍ୟ BJP ସଭାପତି

Read More
{}{}