Hindi News >>Home >>Odisha Politics

ଏବେ କ'ଣ କରିବେ ସୁରଙ୍କ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ?

ସୁରଙ୍କ ୨ପୁଅ ସିଦ୍ଧାର୍ଥ ଏବଂ ମନ୍ମଥଙ୍କ ପରାଜୟକୁ ନେଇ ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଦୁଇ ପୁଅଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିବା ସମୟରେ କଂଗ୍ରେସ ସୁରଙ୍କୁ ୬ ବର୍ଷ ପାଇଁ ଦଳରୁ ବହିସ୍କାର କରିଥିଲା । ତେବେ ବର୍ତ୍ତମାନ ଦୁଇ ପୁଅଙ୍କ ପରାଜୟ ରାଉତରାୟ ପରିବାରକୁ ଶକ୍ତ ଝଟକା ଦେଇଛି ।

Advertisement
ଏବେ କ'ଣ କରିବେ ସୁରଙ୍କ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ?
Stop
Soubhagya Ranjan Mishra|Updated: Jun 05, 2024, 07:49 PM IST

ଭୁବନେଶ୍ୱର: ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ପରିବାର ପାଇଁ ଚଳିତ ନିର୍ବାଚନୀ ଗଣିତର ସବୁ ଅଙ୍କ ସତେ ଯେମିତି ଭୁଲ୍ ଭାଲ୍ ହୋଇଯାଇଛି । ସୁରଙ୍କ ୨ପୁଅ ସିଦ୍ଧାର୍ଥ ଏବଂ ମନ୍ମଥଙ୍କ ପରାଜୟକୁ ନେଇ ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଦୁଇ ପୁଅଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିବା ସମୟରେ କଂଗ୍ରେସ ସୁରଙ୍କୁ ୬ ବର୍ଷ ପାଇଁ ଦଳରୁ ବହିସ୍କାର କରିଥିଲା । ତେବେ ବର୍ତ୍ତମାନ ଦୁଇ ପୁଅଙ୍କ ପରାଜୟ ରାଉତରାୟ ପରିବାରକୁ ଶକ୍ତ ଝଟକା ଦେଇଛି ।

ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାରେ ଉଚ୍ଚ ବେତନର ଚାକିରୀ ଛାଡି ଚଳିତ ବିଧାନସଭା ନିର୍ବାଚନରେ ନିମାପଡାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ କିନ୍ତୁ ସେଠାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କୁ ଟକ୍କର ଦେବାରେ ଅସମର୍ଥ ହୋଇଛନ୍ତି । କେବଳ ସେତିକି ନୁହେଁ ଦ୍ୱିତୀୟ ସ୍ଥାନରେ ମଧ୍ୟ ସିଦ୍ଧାର୍ଥ ରହିପାରି ନାହାନ୍ତି । ବିଜେଡି ପ୍ରାଥୀ ଦିଲୀପ କୁମାର ନାୟକ ଦ୍ୱିତୀୟ ସ୍ଥାନରେ ହାସଲ କରିଛନ୍ତି । ନିମାପଡାରେ ସାଇକେଲ ଚଳାଇ ଜୋରଦାର ପ୍ରଚାର ପ୍ରସାର କରିଥିଲେ ମଧ୍ୟ ଏପରି ଶୌଚନୀୟ ପରାଜୟ ଘଟିବା ସିଦ୍ଧାର୍ଥଙ୍କ ରାଜନୈତିକ କ୍ୟାରିୟର ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେହିପରି ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱରରୁ ବିଜେଡି ଟିକେଟରେ ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତା କରୁଥିଲେ । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟକ୍କର ଦେଇ ବାଜିମାତ କରିବା ମନ୍ମଥଙ୍କ ପାଇଁ ସମ୍ଭବପର ହୋଇପାରିଲା ନାହିଁ । ଫଳରେ ସେ ପରାଜୟ ହାସଲ କରିଛନ୍ତି । ଦୀର୍ଘ ବର୍ଷ ଧରି ବିମାନରେ ପାଇଲଟ ଭାବେ କାର୍ଯ୍ୟ କରିବା ପରେ ରାଜନୀତି ମୈଦାନକୁ ଓହ୍ଲାଇବା ପାଇଁ ସେ ଚାକିରୀ ଛାଡିଥିଲେ । କିନ୍ତୁ ବର୍ତ୍ତମାନ ସିଦ୍ଧାର୍ଥଙ୍କର ପରବର୍ତ୍ତୀ ପଦକ୍ଷପ କଣ ହେବ ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ, ନିଜର ଦୁଇ ପୁଅଙ୍କ ସଫଳତା ପାଇଁ ଅଣ୍ଟା ଭିଡିଥିଲେ ସୁର କିନ୍ତୁ ଦୁଇ ପୁଅଙ୍କ ପରାଜୟ ପରେ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ରାଜନୈତିକ କ୍ୟାରିଅର ଆରମ୍ଭରୁ ଦୁଇ ଭାଈ ସିଦ୍ଧାର୍ଥ ଏବଂ ମନ୍ମଥ ପରସ୍ପରଙ୍କ ବିଷୟରେ ଅନେକ କଥା କହିଥିଲେ । ସିଦ୍ଧାର୍ଥ ଖୋଲାଖୋଲି କହିଥିଲେ ଯେ, ଭାଇଟାକୁ ଯେତେ ବୁଝେଇଲି ସେ ବୁଝିଲା ନାହିଁ ଫସିଗଲା । ତେବେ ଦୁହିଁ ଭାଈଙ୍କ ପରାଜୟ ଏବଂ ବାପାଙ୍କୁ କଂଗ୍ରେସ ପକ୍ଷରୁ ୬ ବର୍ଷ ପାଇଁ ନିଲମ୍ୱନ ପାରିବାରିକ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇଛି ।

Also Read- BSKY କାର୍ଡ ବନ୍ଦ ନେଇ ଏମିତି କହିଲେ ରାଜ୍ୟ BJP ସଭାପତି

Also Read- Shani Jayanti 2024: ଶନି ଜୟନ୍ତୀରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା ଏବଂ ସୁଖ

Read More
{}{}