Hindi News >>Home >>Odisha Politics

Boycott of BJP: ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରି ନିଜ ପାଦରେ କୁରାଢ଼ୀ ମାରିଲା ବିଜେପି!

Shrikant Tyagi campning against BJP: ଶ୍ରୀକାନ୍ତଙ୍କ ଗିରଫକୁ ନେଇ ନାଖୁସ ଥିବା ତ୍ୟାଗୀ ସମାଜ ଗତ ଅଗଷ୍ଟ ୨୧ରେ ମୁଜାଫରନଗରରେ ଏକ ମହାପଞ୍ଚାୟତ କରିଥିଲେ। ତ୍ୟାଗୀ ସମାଜର ସଦସ୍ୟ ଦୀପକ କୁମାର ତ୍ୟାଗୀଙ୍କ କହିବା ଅନୁସାରେ, ପୂର୍ବରୁ ବିଜେପିକୁ ତାଙ୍କ ସମାଜର ୯୯ ପ୍ରତିଶତ ଭୋଟ ଯାଉଥିଲା, କିନ୍ତୁ ଏବେ ତାହା ହେବ ନାହିଁ।

Advertisement
Boycott of BJP: ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରି ନିଜ ପାଦରେ କୁରାଢ଼ୀ ମାରିଲା ବିଜେପି!
Stop
Zee Odisha Desk|Updated: Nov 27, 2022, 06:00 PM IST

Khatauli by-poll, ଲକ୍ଷ୍ନୌ: ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରିବା ବିଜେପି ପାଇଁ ମହଙ୍ଗା ପଡିଛି। ଦିନେ ନିଜକୁ ବିଜେପି କର୍ମୀ ବୋଲି କହୁଥିବା ଶ୍ରୀକାନ୍ତ ଏବେ ବିଜେପି ବିରୋଧରେ ପ୍ରଚାର କରୁଛନ୍ତି। ଉତ୍ତର ପ୍ରଦେଶର ଖଟୌଲି ଉପନିର୍ବାଚନରେ ବିଜେପିକୁ ଭୋଟ ନ ଦେବା ପାଇଁ ସେ ରାଲି କରୁଛନ୍ତି। ଶ୍ରୀକାନ୍ତ ତ୍ୟାଗୀ ଶୁକ୍ରବାର ଏହି କ୍ୟାମ୍ପେନିଂ କରିଥିବା ସୂଚନା ମିଳିଛି। ଆସନ୍ତା ଡିସେମ୍ବର ୫ ତାରିଖରେ ଖଟୌଲି ଭୋଟ ପଡିବ। ତେଣୁ ତ୍ୟାଗୀ ସମ୍ପଦାୟରୁ ଆସୁଥିବା ଶ୍ରୀକାନ୍ତଙ୍କ ଏପରି ରାଲି ନିହାତି ଭାବେ ବିଜେପିର ଭୋଟ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। 

ନୋଏଡାର ଏକ ସୋସାଇଟିରେ ଜଣେ ମହିଳାଙ୍କୁ ଗାଳିଗୁଲଜ କରି ଶ୍ରୀକାନ୍ତ ତ୍ୟାଗୀ ଚର୍ଚ୍ଚାକୁ ଆସିଥିଲେ। ଶ୍ରୀକାନ୍ତଙ୍କ କାଣ୍ଡ କାରନାମାର ପୂରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ ଶ୍ରୀକାନ୍ତଙ୍କୁ ପୋଲିସ ଗିରଫ କରି ଜେଲ ମଧ୍ୟ ପଠାଇଥିଲା। ଶ୍ରୀକାନ୍ତଙ୍କ ଗିରଫକୁ ନେଇ ନାଖୁସ ଥିବା ତ୍ୟାଗୀ ସମାଜ ଗତ ଅଗଷ୍ଟ ୨୧ରେ ମୁଜାଫରନଗରରେ ଏକ ମହାପଞ୍ଚାୟତ କରିଥିଲେ। ଯେଉଁଥିରେ ବିଜେପି ବିରୋଧରେ ନାରାବାଜି କରାଯିବା ସହ ଦଳକୁ ସମର୍ଥନ ନ କରିବା ପାଇଁ ସଙ୍କଳ୍ପ ପାରିତ କରିଥିଲେ।

Also Read: Delhi: ବନ୍ଧା ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଆସିଫ ମହମ୍ମଦ ଖାନ, ଜାଣନ୍ତୁ କାରଣ

ତ୍ୟାଗୀ ସମାଜରେ ଶ୍ରୀକାନ୍ତ ତ୍ୟାଗୀଙ୍କ ଦବଦବା ରହିଛି। ଶ୍ରୀକାନ୍ତଙ୍କୁ ତ୍ୟାଗୀ ସମାଜର ଜଣେ ଶକ୍ତିଶାଳୀ ନେତା ଭାବେ ବିବେଚନା କରାଯାଏ। ଶ୍ରୀକାନ୍ତ ଜେଲରୁ ଜାମିନରେ ବାହାରିଲା ପରେ କହିଥିଲେ ଯେ, ତ୍ୟାଗୀ ସମାଜକୁ ଅପରାଧି କରିବା ପାଇଁ ବିଜେପି ବହୁତ ଚେଷ୍ଟା କରିଛି। ତ୍ୟାଗୀ ସମାଜର ସଦସ୍ୟ ଦୀପକ କୁମାର ତ୍ୟାଗୀଙ୍କ କହିବା ଅନୁସାରେ, ପୂର୍ବରୁ ବିଜେପିକୁ ତାଙ୍କ ସମାଜର ୯୯ ପ୍ରତିଶତ ଭୋଟ ଯାଉଥିଲା, କିନ୍ତୁ ଏବେ ତାହା ହେବ ନାହିଁ। ବର୍ତ୍ତମାନ ସେହି ନିଆଁରେ ଘିଅ ଢାଳିଲା ଭଳି ବିଜେପି ବିରୋଧରେ ପ୍ରଚାର କରିଛନ୍ତି। ମୁଜାଫରନଗରରେ ଲକ୍ଷେରୁ ଅଧିକ ତ୍ୟାଗୀ ଭୋଟର ଥିବା କୁହାଯାଉଛି।  

ସୂଚନାଯୋଗ୍ୟ, ୨୦୧୩ ମୁଜାଫରନଗର ଦଙ୍ଗା ମାମଲାରେ ବିଜେପି ବିଧାୟକ ବିକ୍ରମ ସିଂହ ସୈନି ଦୋଷୀ ସାବ୍ୟସ୍ତ ହେବା ପରେ ଖତୌଲି ବିଧାନସଭା ଆସନ ଫାଙ୍କା ପଡିଛି। ଆସନ୍ତା ଡିସେମ୍ବର ୫ରେ ଖତୌଲି ସହ ରାମପୁର ବିଧାନସଭା ଓ ମୈନପୁରୀ ଲୋକସଭା ଆସନରେ ଉପନିର୍ବାଚନ ହେବ। ଏହାପରେ ଡିସେମ୍ବର ୮ରେ ଭୋଟ ଗଣତି ହେବ। ସମାନ ସମୟରେ ଗୁଜରାଟ ଓ ହିମାଚଳପ୍ରଦେଶର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। 

 

 

{}{}