Hindi News >>Home >>Odisha Trending

Shocking News: ବିଶ୍ୱର ସେହି ୬ ଦେଶ, ଯେଉଁଠି ୨୪ ଘଣ୍ଟା ଦୃଶ୍ୟମାନ ହୋଇଥାଏ ସୂର୍ଯ୍ୟ

Country where Sun Never Sets:  ଦିନ ରାତି ମିଶି ହେଉଛି ୨୪ ଘଣ୍ଟା। ଏହା ମଧ୍ୟରୁ ୧୨ ଘଣ୍ଟା ହେଉଛି ଦିନ ଏବଂ ୧୨ ଘଣ୍ଟା ହେଉଛି ରାତି। ବିଶ୍ୱରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ। ଏହି ଦେଶରେ ୨୪ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାଏ ସୂର୍ଯ୍ୟ।

Advertisement
Shocking News: ବିଶ୍ୱର ସେହି ୬ ଦେଶ, ଯେଉଁଠି ୨୪ ଘଣ୍ଟା ଦୃଶ୍ୟମାନ ହୋଇଥାଏ ସୂର୍ଯ୍ୟ
Stop
Subhramjit Ray|Updated: Nov 23, 2022, 12:07 AM IST

Sunrise for 24 hours: ସକାଳର ସୂର୍ଯ୍ୟକିରଣ ଆମ ଜୀବନରେ ଏକ ନୂଆ ପ୍ରଭାତ ଆଣି ଆସିଥାଏ। ଅବଶ୍ୟ, ପ୍ରକୃତିର ନିୟମ ଅନୁଯାୟୀ ଏହା ମଧ୍ୟ ପ୍ରତି ଦିନ ଆଗକୁ ଗଡ଼ିଯାଏ। ଦିନ ରାତି ମିଶି ୨୪ ଘଣ୍ଟା ମଧ୍ୟରୁ ଆମେ ୧୨ ଘଣ୍ଟା ପାଇଁ ସୂର୍ଯ୍ୟଲୋକରେ ବସବାସ କରିଥାଉ। ବାକି ୧୨ ଘଣ୍ଟା ସମୟ ଅନ୍ଧକାରରେ ଅତିବାହିତ ହୋଇଥାଏ। ହେଲେ ବେଳେବେଳେ ଆମ ମନକୁ ଏଖଥା ଆସେ ଯେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତୁ ନାହିଁ। ବିଶେଷ କରି ଶୀତ ଦିନେ ସୂର୍ଯ୍ୟ କିରଣରେ ବସିବାକୁ ଆଗ୍ରହୀ ହୋଇ ଉଠିଥାନ୍ତି ସମସ୍ତେ। 

ହେଲେ କ'ଣ ଆପଣ ଜାଣଛନ୍ତି ବିଶ୍ୱରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ। ଏହି ଦେଶରେ ୨୪ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାଏ ସୂର୍ଯ୍ୟ। ଆପଣ ମନେ ମନେ କଳ୍ପନା କରନ୍ତୁ ଯେ ଏଠାରେ ରାତି ଆଉ ଦିନ କିପରି ଜଣାପଡ଼ିବ? ଯେଉଁଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ବସବାସ କିପରି ଜାଣିବେ ଯେ କେଉଁ ସମୟରେ ଜାଗ୍ରତ ରହିବାକୁ ହେବ ଏବଂ କେଉଁ ସମୟରେ ବିଶ୍ରାମ ନେବାକୁ ହେବ? ଜାଣନ୍ତୁ ବିଶ୍ୱର ସେହି ଦେଶ ବିଷୟରେ ଯେଉଁଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

୧.ନରୱେ (Norway): ୟୁରୋପୀୟ ଦେଶ ନରୱେ ମଧ୍ୟ ରାତ୍ରୀରେ ସୂର୍ଯ୍ୟୋଦୟ ଦେଶ (Land of Midnight Sun) ଭାବେ ଜଣାଶୁଣା। ଏହି ଦେଶରେ ମେ ମାସ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ଅସ୍ତ ହୁଅନ୍ତି ନାହିଁ। ଏଠାରେ ଦିନକୁ ପ୍ରାୟ ୨୦ ଘଣ୍ଟା ପାଇଁ ସୂର୍ଯ୍ୟ କିରଣ ଉପଲବ୍ଧ ହୋଇଥାଏ। ନରୱେସ୍ଥିତ ସ୍ୱାଲବର୍ଡ ଠାରେ ୧୦ ଅପ୍ରେଲରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟ କ୍ରମାଗତ ଭାବରେ ଆଲୋକିତ ରହିଥାଏ। କୁହାଯାଏ ଯେ ଏଠାରେ କେବଳ ୪୦ ମିନିଟ୍ ପାଇଁ ରାତି ହୋଇଥାଏ। ବାକି ସମୟ ଏଠାରେ ସୂର୍ଯ୍ୟ କିରଣ ଦୃଶ୍ୟମାନ ହୋଇଥାଏ। ଏଠାରେ ସୂର୍ଯ୍ୟ ୧୨ଟା ୪୩ ମିନିଟ ସମୟରେ ଅସ୍ତ ହୋଇ ମାତ୍ର ୪୦ ମିନିଟ୍ ପରେ ପୁଣି ଥରେ ଉଦୟ ହୋଇଥାଏ ସୂର୍ଯ୍ୟ। ଏଠାରେ ରାତି ୧ଟା ୩୦ ମିନିଟ ହେବା ମାତ୍ରେ ସକାଳ ହୋଇଯାଏ। ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ। ନରୱେ ଭଳି ଦେଶର ଆଉ ଏକ ବିଶେଷତ୍ୱ ରହିଛି। ଯାହା ହେଉଛି ଏହି ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ସୂର୍ଯ୍ୟ କିରଣ ୧୦୦ ବର୍ଷ ପର୍ଯ୍ୟନ୍ତ ପହଞ୍ଚି ନାହିଁ। 

୨.ଆଇସଲ୍ୟାଣ୍ଡ (Iceland): ଗ୍ରେଟ ବ୍ରିଟେନ ପରେ ଆଇସଲ୍ୟାଣ୍ଡ ହେଉଛି ୟୁରୋପ ମହାଦେଶର ଦ୍ୱିତୀୟ ବୃହତ୍ତମ ଦ୍ୱୀପ। ଏହି ଦେଶରେ ଜୁନ୍ ମାସରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ। ଏଠାରେ ଦିନକୁ ୨୪ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାଏ ସୂର୍ଯ୍ୟ। 

୩.କାନାଡ (Canada): ଆୟତନ ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ତ ଦେଶ ହେଉଛି କାନାଡା। ଏହି ଦେଶର ନୁନାବୁତ ସହର ହେଉଛି ବହୁତ ସୁନ୍ଦର। ଯେଉଁଠାରେ ସୂର୍ଯ୍ୟ ୨  ମାସ ପର୍ଯ୍ୟନ୍ତ ଅସ୍ତ ହୁଅନ୍ତି ନାହିଁ। କୁହାଯାଏ ଯେ ଏଠାକାର ଉତ୍ତର-ପଶ୍ଚିମ ଭାଗରେ ଗ୍ରୀଷ୍ମ ଋତୁରେ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ଚମକୁଥାଏ ସୂର୍ଯ୍ୟ।

୪. ସ୍ୱୀଡେନ (Sweden): ବିଶ୍ୱର ଏକ ସୁନ୍ଦର ଦେଶ ଭାବେ ଜଣାଶୁଣା ସ୍ୱୀଡେନ। କୁହାଯାଏ ଯେ ମେ ମାସ ଆରମ୍ଭରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଅସ୍ତ ହୁଅନ୍ତି। ଏଠାରେ ସକାଳ ୪ଟା ୩୦ ମିନିଟ ସମୟରେ ପୁଣି ଥରେ ସୂର୍ଯ୍ୟୋଦୟ ହୋଇଥାଏ। ବିଶ୍ୱରେ ସ୍ୱୀଡେନ ହେଉଛି ଏପରି ଏକ ଦେଶ ଯେଉଁଠାରେ ସକାଳ ୬ ମାସ ପର୍ଯ୍ୟନ୍ତ ରହିଥାଏ।

୫.ଆଲାସ୍କା (Alaska): ଆଲାସ୍କା କୌଣସି ଦେଶ ସ୍ୱତନ୍ତ୍ର ଦେଶ ନୁହେଁ। ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଏକ ରାଜ୍ୟ। ହେଲେ ଆଲାସ୍କା ହେଉଛି ସେହି ସ୍ଥାନ ମଧ୍ୟରୁ ଅନ୍ୟତମ ଯେଉଁଠାରେ ମେ ମାସ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏହା ପରେ ଶୀତ ଦିନେ ଅର୍ଥାତ୍ ନଭେମ୍ବର ଆରମ୍ଭରେ କେବଳ ମାସେ ରାତି ରହିଥାଏ। ଏହି ସମୟକୁ ପୋଲାର୍ ନାଇଟ୍ (Polar Night) କୁହାଯାଏ। 

୬.ଫିନଲ୍ୟାଣ୍ଡ (Finland): ବିଶ୍ୱରେ ହ୍ରଦ ଏବଂ ଦ୍ୱୀପପୁଞ୍ଜ ଦେଶ ଭାବେ ଜଣାଶୁଣା ଫିନଲ୍ୟାଣ୍ଡ। ଏହି ଦେଶର ଅଧିକାଂଶ ଭାଗରେ ଗ୍ରୀଷ୍ମ ଋତୁରେ କେବଳ ୭୩ ଦିନ ପାଇଁ ସୂର୍ଯ୍ୟ ସିଧାସଳଖ ଦୃଶ୍ୟମାନ ହୋଇଥାନ୍ତି। ଏହି ସମୟରେ ସୂର୍ଯ୍ୟ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ଆଲୋକିତ ହେଉଥିବାବେଳେ ଶୀତ ଋତୁରେ ସୂର୍ଯ୍ୟ ଦୃଶ୍ୟମାନ ହୋଇନଥାନ୍ତି। 

Read More
{}{}