Hindi News >>Home >>Odisha Politics

Madhya Pradesh: ଶିବରାଜ ସିଂହ ଚୌହ୍ୱାନ ପଚାରିଲେ କିଏ ହେବ ମୁଖ୍ୟମନ୍ତ୍ରୀ? ହାତ ଉଠାଇଦେଲେ ଦୁଇ ମନ୍ତ୍ରୀ

Shivraj Singh Chauhan: ସଦ୍ୟ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଏପରି କିଛି ଘଟଣା ଘଟିଯାଇଛି ଯାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। 

Advertisement
Madhya Pradesh: ଶିବରାଜ ସିଂହ ଚୌହ୍ୱାନ ପଚାରିଲେ କିଏ ହେବ ମୁଖ୍ୟମନ୍ତ୍ରୀ? ହାତ ଉଠାଇଦେଲେ ଦୁଇ ମନ୍ତ୍ରୀ
Stop
Subhramjit Ray|Updated: Oct 31, 2022, 06:58 PM IST

Madhya Pradesh Politics: ରାଜ୍ୟରେ ନିର୍ମାଣ ହେବାକୁ ଯାଉଥିବା ୬୮ ବିଦ୍ୟାଳୟର କୋଠା ନିର୍ମାଣ ପାଇଁ ଭର୍ଚୁଆଲ୍ ମାଧ୍ୟମରେ ଭୂମି ପୂଜନ କରିଥିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ କଥା ହେବା ସହ ସେମାନଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ଏପରି କିଛି ଘଟଣା ଘଟିଯାଇଛି ଯାହା ଏବେ ମଧ୍ୟ ପ୍ରଦେଶ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। 

ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Madhya Pradesh Chief Minister) ଶିବରାଜ ସିଂହ ଚୌହାନ (Shivraj Singh Chauhan) ଛାତ୍ରଛାତ୍ରୀଙ୍କ ସହ ହାଲୁକା ଫୁଲକା ଢଙ୍ଗରେ କଥା ହେଉଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ ଯେ ସେମାନଙ୍କ ମଧ୍ୟରୁ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ଶୁଣିବା ପରେ ଜବାବ ଦେବାକୁ ଯାଇ ହାତ ଉଠାଇ ଦେଇଥିଲେ ସ୍କୁଲ ପିଲା। ମାତ୍ର ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନ ଶୁଣିବା ପରେ ମଧ୍ୟ ପ୍ରଦେଶ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର (Madhya Pradesh Education Minister Inder Singh Parmar) ଏବଂ ଜଳ ସମ୍ପଦ ମନ୍ତ୍ରୀ ତୁଲସିରାମ ସିଲାବଟ (Madhya Pradesh Irrigation Minister Tulsiram Silawat) ମଧ୍ୟ ଛାତ୍ରଛାତ୍ରୀଙ୍କ ଭଳି ହାତ ଉଠାଇଥିଲେ। 

Also Read: Schocking News: ହେଲିପ୍ୟାଡ ଠାରେ ଜନସଭା କରି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ତାଙ୍କର ବିଦ୍ୟାଳୟ ଶିକ୍ଷାର ଅଭିଜ୍ଞତା ମଧ୍ୟ ବାଣ୍ଟିଥିଲେ। ସେ ଏକ ଗ୍ରାମରେ ଅବସ୍ଥିତ ଏକ ସରକାରୀ ବିଦ୍ୟାଳୟରୁ କିପରି ଅଧ୍ୟୟନ ଆରମ୍ଭ କରିଥିଲେ ତାହା କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଗୋଟିଏ ହାତରେ ଅଖା ଏବଂ ଅନ୍ୟ ହାତରେ ବ୍ୟାଗ ଧରି ସ୍କୁଲ ଯାଉଥିଲି। ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ଏପରି ବିଦ୍ୟାଳୟ ଖୋଲିବାକୁ ସ୍ଥିର କଲି ଯେଉଁଠାରେ ପ୍ରତ୍ୟେକ ବର୍ଗର ପିଲା ଅଧ୍ୟୟନ, କ୍ରୀଡା, କଳା ଏବଂ ଦକ୍ଷତା ବିକାଶ ପାଇଁ ସମ୍ପୂର୍ଣ୍ଣ ସୁଯୋଗ ପାଇପାରିବେ।

ମଧ୍ୟ ପ୍ରଦେଶରେ ଏହି ୬୮ ବିଦ୍ୟାଳୟର ନିର୍ମାଣ ସିଏ ରାଇଜ୍ ସ୍କୁଲ୍ ସ୍କିମ୍ (Madhya Pradesh CM Rise School Scheme) ଅଧୀନରେ କରାଯାଉଛି। ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୨୨-୨୩ ଶିକ୍ଷା ବର୍ଷରୁ 'ସିଏମ୍ ରାଇଜ୍ ସ୍କୁଲ୍' ଯୋଜନା ଆରମ୍ଭ କରିଛନ୍ତି ମଧ୍ୟ ପ୍ରଦେଶ ସରକାର (Madhya Pradesh Govt)। ଏହି ଯୋଜନା ଅଧିନରେ ନିର୍ମାଣ ହେଉଥିବା ବିଦ୍ୟାଳୟରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି, ପରିବହନ ସୁବିଧା, ସ୍ମାର୍ଟ କ୍ଲାସ୍, ଡିଜିଟାଲ୍ ଶିକ୍ଷା ସୁବିଧା ଉପଲବ୍ଧ ରହିବ।

Also Read: Shivraj Singh Chauhan: 'ମଧ୍ୟ ପ୍ରଦେଶ ହେଉଛି ମୋ ମନ୍ଦିର, ମୁଁ ଏହାର ପୂଜାରୀ'

ଏହି ବିଦ୍ୟାଳୟର କାର୍ଯ୍ୟକାରିତା ପାଇଁ ମନୋନୀତ ଶିକ୍ଷକ, ବିଦ୍ୟାଳୟର ମୁଖ୍ୟ, ଡେପୁଟି ପ୍ରିନ୍ସିପାଲ ଏବଂ ପ୍ରଧାନଶିକ୍ଷକଙ୍କୁ ପ୍ରଭାବଶାଳୀ ତାଲିମ ଦିଆଯାଇଛି। ଏହି ବିଦ୍ୟାଳୟରେ ମୂଲ୍ୟ ଭିତ୍ତିକ ଶିକ୍ଷା ବିଷୟରେ ସୂଚନା ପ୍ରଦାନ କରୁଥିବା ପେଣ୍ଟିଂ ଏବଂ ବୋର୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି ମଧ୍ୟ ପ୍ରଦେଶ ସରକାର।

Read More
{}{}