Hindi News >>Home >>Odisha Politics

Shivpal Yadav: ମୋ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ସମାଜବାଦୀ ପାର୍ଟି ନେତା

Presidential Election 2022: ପୁତୁରା ଅଖିଲେଶ ଯାଦବଙ୍କୁ ପରାମର୍ଶ ଦେଇ ଚାଚା ଶିବପାଲ ଯାଦବ କହିଛନ୍ତି ଯେ ଯଦି ସେ  ଆମର ପରାମର୍ଶ ମାନିଥାନ୍ତେ ତାହଲେ ଫଳାଫଳ ବର୍ତ୍ତମାନ ଭିନ୍ନ ହୋଇଥାନ୍ତା।

Advertisement
Shivpal Yadav: ମୋ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ସମାଜବାଦୀ ପାର୍ଟି ନେତା
Stop
Subhramjit Ray|Updated: Jul 25, 2022, 11:04 PM IST

Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରତିଦ୍ୱନ୍ଦ୍ୱୀ ଯଶୱନ୍ତ ସିହ୍ନାଙ୍କ ବିପକ୍ଷରେ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ​ ବିଜେପି ନେତୃତ୍ୱାଧିନ ​ଏନଡିଏ ମେଣ୍ଟ ବ୍ୟତୀତ ଅନେକ ବିରୋଧି ଦଳର ସାଂସଦ ଏବଂ ବିଧାୟକଙ୍କ କ୍ରସ ଭୋଟିଂ ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଏକ ଭୂମିକା ଗ୍ରହଣ କରିଥିଲା। ଉତ୍ତର ପ୍ରଦେଶରେ ବିରୋଧି ଦଳଙ୍କୁ ଏକାଠି କରିଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ  ଅଖିଳେଶ ଯାଦବଙ୍କୁ ତାଙ୍କ ଚାଚା ଶିବପାଲ ଯାଦବ ଏକ ବଡ ଝଟକା ଦେଇ ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ସମର୍ଥନରେ ମତଦାନ କରିଥିଲେ। ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ  ଶିବପାଲ ଯାଦବ ଦାବି କରିଛନ୍ତି ଯେ ସେ ଲେଖିଥିବା ଚିଠିର ପ୍ରଭାବ କାରଣରୁ ସମାଜବାଦୀ ପାର୍ଟି ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ  ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇ ତାଙ୍କ ସପକ୍ଷରେ ମତଦାନ କରିଥିଲେ। 

ଶିବପାଲ ଯାଦବ (Shivpal Yadav) କହିଛନ୍ତି ଯେ ମୋର ଚିଠିର ପ୍ରଭାବ କାରଣରୁ ରାଷ୍ଟ୍ରପତି ନିର୍ବାଚନରେ ସମାଦବାଦୀ ପାର୍ଟି (Samajwadi Party) ବିଧାୟକ ଦଳରେ କ୍ରସ ଭୋଟିଂ ହୋଇଥିଲା।  ମୋର ଚିଠି  ପାଇଁ ପ୍ରକୃତ ସମାଜବାଦୀ ଦ୍ରୌପଦୀ ମୁର୍ମୁଙ୍କୁ (NDA Candidate Draupadi Murmu) ଭୋଟ୍ ଦେଇଥିଲେ। ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ଉପରେ ଯଶବନ୍ତ ସିହ୍ନାଙ୍କ (Yashwant Sinha) ପୁରୁଣା ବିବୃତ୍ତି ସମ୍ପର୍କରେ ଶିବପାଲ ଯାଦବ ସମାଜବାଦୀ ପାର୍ଟି ବିଧାୟକଙ୍କୁ ଚିଠି ଲେଖି ସେମାନଙ୍କୁ ଭୋଟ୍ ନ ଦେବାକୁ ନିବେଦନ କରିଥିଲେ। ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ଶିବପାଲ ଯାଦବ କହିଛନ୍ତି ଯେ ସମୟ ନେଇ ତାଙ୍କୁ ଭେଟିବାକୁ ଯିବେ। ଦେଶର ମାନ୍ୟବର ରାଷ୍ଟ୍ରପତି ପଦ ପାଇଁ ଆଦିବାସୀ ସମାଜର ପ୍ରଥମ ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆପଣଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ତଥା ସର୍ବଭାରତୀୟ ଭାରତର ସ୍ୱପ୍ନ ପୂରଣ ହେବ। ଶୁଭେଚ୍ଛା।

ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ରାଜ୍ୟ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବଙ୍କ ବାବଦରେ ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ପୁରୁଣା ବିବୃତ୍ତି ସମ୍ପର୍କରେ ଶିବପାଲ ଯାଦବ ସମାଜବାଦୀ ପାର୍ଟି ବିଧାୟକଙ୍କୁ ନିବେଦନ କରିଥିଲେ। ଯେଉଁଥିରେ ଯଶବନ୍ତ ସିହ୍ନା ମୁଲାୟମ ସିଂହ ଯାଦବଙ୍କୁ ଆଇଏସଆଇ ଏଜେଣ୍ଟ ଦର୍ଶାଇଥିଲେ। ପୁତୁରା ଅଖିଲେଶ ଯାଦବଙ୍କୁ (Akhilesh Yadav) ପରାମର୍ଶ ଦେଇ ଚାଚା ଶିବପାଲ କହିଛନ୍ତି ଯେ ଯଦି ସେ ଆମର ପରାମର୍ଶ ମାନିଥାନ୍ତେ ତାହଲେ ଫଳାଫଳ ବର୍ତ୍ତମାନ ଭିନ୍ନ ହୋଇଥାନ୍ତା।

ଯେଉଁମାନେ ମୁଲାୟମ ଯାଦବଙ୍କ ବିଚାରଧାରାକୁ ମାନନ୍ତି ସେମାନେ ନେତାଜୀଙ୍କ ଅପମାନକୁ କଦାପି ସହ୍ୟ କରିପାରିବେ ନାହିଁ। ମୁଁ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ  ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛି। ସମାଜବାଦୀ ପାର୍ଟିର କିଛି ନେତା ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଶିବପାଲ ଯାଦବ ଯଶବନ୍ତ ସିହ୍ନାଙ୍କ ଏକ ପୁରୁଣା ବିବୃତ୍ତିକୁ ଉଦ୍ଧୃତ କରି କହିଛନ୍ତି ଯେ ଅଖିଳେଶ ଯାଦବ କାହିଁକି ମୁଲାୟମ ସିଂହଙ୍କୁ ଆଇଏସଆଇ ଏଜେଣ୍ଟ ଦର୍ଶାଇଥିବା ଲୋକକୁ କାହିଁକି ସମର୍ଥନ କରୁଛନ୍ତି। ସେ ଏହି ପ୍ରସଙ୍ଗ ନିଜେ ଲେଖିଥିବା ଚିଠିରେ ପ୍ରକାଶ କରିଛନ୍ତି।

Also Read: UP Assembly: ସମାଜବାଦୀ ପାର୍ଟି ବିଧାୟକଙ୍କ ପାଖରେ ବସିବେ ନାହିଁ ଶିବପାଲ ଯାଦବ

 

 

Read More
{}{}