Hindi News >>Home >>Odisha Politics

Hate Speech: ଏମିତି କ'ଣ କହିଲେ କି AIMIM ନେତା? ଜିଭ କାଟିବାକୁ ଧମକ ଦେଲା ଶିବସେନା

AIMIM leader Hate Speech: ଉତ୍ତର ପ୍ରଦେଶର ଶିବସେନା ୟୁନିଟ ମୁଖ୍ୟ ଅନିଲ ସିଂହ କହିଛନ୍ତି ଯେ, ସୌକାତ ଅଲି ସମସ୍ତ ସୀମା ଲଙ୍ଘିଛନ୍ତି। ହିନ୍ଦୁଙ୍କ ଉପରେ ସେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସୌକାତଙ୍କ ଭଳି ଲୋକଙ୍କ ପାଇଁ ରାଷ୍ଟ୍ରବାଦୀ ମୁସଲମାନମାନେ ସନ୍ଦେହ ଘେରରେ ଆସୁଛନ୍ତି।

Advertisement
Hate Speech: ଏମିତି କ'ଣ କହିଲେ କି AIMIM ନେତା? ଜିଭ କାଟିବାକୁ ଧମକ ଦେଲା ଶିବସେନା
Stop
Zee Odisha Desk|Updated: Oct 16, 2022, 05:28 PM IST

AIMIM leader Hate Speech, ଲକ୍ଷ୍ନୌ: ପୁଣି ଥରେ ବିବାଦରେ ଉତ୍ତର ପ୍ରଦେଶର AIMIM ପ୍ରଦେଶ ସଭାପତି ସୌକାତ ଅଲି। ହିନ୍ଦୁ ବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଶିବସେନା ତାଙ୍କ ଜିଭ କାଟିବାକୁ ଧମକ ଦେଇଛନ୍ତି।  ହିଂସାତ୍ମକ ଭାଷଣ ପାଇଁ AIMIM ନେତାଙ୍କୁ ପୋଲିସ ଅଟକ ରଖିଛି। ଉଦ୍ଧବ ଠାକରେଙ୍କ ସମର୍ଥିତ ଉତ୍ତର ପ୍ରଦେଶର ଶିବସେନା ୟୁନିଟ ଏହି ଧମକ ଦେଇଛି। ସେପଟେ ଏହି ମାମଲାରେ AIMIM ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସାଦ୍ଦୁଦିନ ଓୱେସୀଙ୍କ କୌଣସି ବୟାନ ଆସିନାହିଁ।

ଉତ୍ତର ପ୍ରଦେଶର ଶିବସେନା ୟୁନିଟ ମୁଖ୍ୟ ଅନିଲ ସିଂହ କହିଛନ୍ତି ଯେ, ସୌକାତ ଅଲି ସମସ୍ତ ସୀମା ଲଙ୍ଘିଛନ୍ତି। ହିନ୍ଦୁଙ୍କ ଉପରେ ସେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସୌକାତଙ୍କ ଭଳି ଲୋକଙ୍କ ପାଇଁ ରାଷ୍ଟ୍ରବାଦୀ ମୁସଲମାନମାନେ ସନ୍ଦେହ ଘେରରେ ଆସୁଛନ୍ତି। ସୌକାତଙ୍କୁ ଅନିଲ, “PFI agent” ବୋଲି କହିଛନ୍ତି। ଯଦି AIMIM ନେତା ଭାଷା ଉପରେ ନିୟନ୍ତ୍ରଣ ନ କରନ୍ତି ତେବେ ତାଙ୍କ ଜିଭ କାଟିଦିଆଯିବ। ଶିବସେନା ସମ୍ପାଦକ ବିଶ୍ୱଜୀତ ସିଂହ କହିଛନ୍ତି ଯେ, ସମସ୍ତଙ୍କର ଅଭିବ୍ୟକ୍ତି ଅଧିକାର ଅଛି, କିନ୍ତୁ ଏହାର ମାନେ ନୁହଁ ଯେ ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରାଯିବ।

Also Read: Contractual System Abolished: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ବାଦ୍ ପଡ଼ିଲେ ୧୩ ହଜାର

ବିଶ୍ୱଜୀତ ସିଂହ ପୁଣି କହିଛନ୍ତି ଯେ, AIMIM ହେଉଛି BJPର B ଟିମ୍। ଏହି ଦୁଇଟି ଦଳ ଭାରତରେ ହିଂସାପ ପ୍ରଚାର, ପ୍ରସାର କରୁଛନ୍ତି। AIMIM, ହିନ୍ଦୁ ବିରୋଧି ମନ୍ତବ୍ୟ ଠାରୁ ଦୂରେଇ ରହିବା ଉଚିତ। ଆଉ ବିଜେପି ଯେଉଁ ଭଳି ଭାବେ ସୌକାତ ଅଲିଙ୍କ ମାମଲାରେ ନୀରବ ଅଛି, ତାହା ଦଳର ଆଭିମୂଖ୍ୟକୁ ସ୍ପଷ୍ଟ କରୁଛି। ଯଦି ସୌକାତଙ୍କୁ ସପ୍ତାହେ ମଧ୍ୟରେ ଗିରଫ ନ କରାଯାଏ ତେବେ ରାସ୍ତାରେ ଆନ୍ଦୋଳନ ହେବ ବୋଲି ଶିବସେନା ଚେତାବନୀ ଦେଇଛି।

ସମ୍ବାଲର ଏକ କାର୍ଯ୍ୟକ୍ରମରେ ହିନ୍ଦୁଙ୍କୁ ନେଇ ସୌକାତ ଅଲି ବିବାଦୀୟ ବୟାନ ଦେଇଥିଲେ। ଏହାପରେ ତାଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା ଓ ଶନିବାର ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଉତ୍ତର ପ୍ରଦେଶ AIMIM ମୁଖ୍ୟଙ୍କ ବିବାଦୀୟ ବୟାନର ଭିଡିଓକୁ କଂଗ୍ରେସ ମଧ୍ୟ ସେୟାର କରିଛି। ସୌକାତ କହିଥିଲେ ଯେ, ମୁସଲମାନମାନେ ଦୁଇରୁ ଅଧିକ ସ୍ତ୍ରୀ ରଖନ୍ତି କନ୍ତୁ ସମସ୍ତଙ୍କୁ ସମାନ ସମ୍ମାନ ଦିଅନ୍ତି। ହିନ୍ଦୁମାନେ ଘରେ ଗୋଟିଏ ସ୍ତ୍ରୀ ରଖନ୍ତି ଆଉ ବାହାରେ ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖନ୍ତି। 

 

Read More
{}{}