Hindi News >>Home >>Odisha Politics

Sanjay Raut: 'ଚୀନ ଯେପରି ଭାରତରେ ପ୍ରବେଶ କରିଛି, ଆମେ କର୍ଣ୍ଣାଟକରେ ସେପରି ପ୍ରବେଶ କରିବୁ'

ଗୋଟିଏ ପଟେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ଭାରତ-ଚୀନ ସେନା ମୁହାମୁହିଁ ହୋଇଛନ୍ତି। ହେଲେ ଅନ୍ୟପଟେ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ଥମିବାର ନାଁ ଧରୁନାହିଁ। ଏହି ସୀମା ବିବାଦ ଉପରେ ପ୍ରତିକ୍ରିୟା ରଖି ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ

Advertisement
Sanjay Raut: 'ଚୀନ ଯେପରି ଭାରତରେ ପ୍ରବେଶ କରିଛି, ଆମେ କର୍ଣ୍ଣାଟକରେ ସେପରି ପ୍ରବେଶ କରିବୁ'
Stop
Zee Odisha Desk|Updated: Dec 21, 2022, 09:39 PM IST

Maharashtra Karnataka Border Dispute: ଗୋଟିଏ ପଟେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ଭାରତ-ଚୀନ ସେନା ମୁହାମୁହିଁ ହୋଇଛନ୍ତି। ହେଲେ ଅନ୍ୟପଟେ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ଥମିବାର ନାଁ ଧରୁନାହିଁ। ଏହି ସୀମା ବିବାଦ ଉପରେ ପ୍ରତିକ୍ରିୟା ରଖି ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ ଧମକ ଦେବା ଭଳି ବୟାନ ଦେଇଛନ୍ତି। ଏନେଇ ମତ ରଖି ଶିବସେନା ସାଂସଦ କହିଛନ୍ତି ଯେ ଚୀନ ଯେପରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛି ଆମ ସେପରି କର୍ଣ୍ଣାଟକରେ ପ୍ରବେଶ କରିବୁ।

ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ଉପରେ ପ୍ରତିକ୍ରିୟା ରଖି ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି "ଚୀନ ଯେପରି ଭାରତରେ ପ୍ରବେଶ କରିଛି, ଆମେ କର୍ଣ୍ଣାଟକରେ ସେପରି ପ୍ରବେଶ କରିବୁ।" ଏନେଇ ଆମକୁ କାହାର ଅନୁମତି ନେବାର ଆବଶ୍ୟକତା ନାହିଁ। ଆମେ ଏହି ସମସ୍ୟାର ସମାଧାନ କଥାବାର୍ତ୍ତା ମାଧ୍ୟମରେ କରିବାକୁ ଚାହୁଁଛି। ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିଆଁକୁ ଉସକାଉଛନ୍ତି।

Also Read: Border Dispute News: ରାଜ୍ୟର ୧୧ ଗ୍ରାମକୁ ନୋଟିସ ଜାରି କଲେ ମହାରାଷ୍ଟ୍ର ସରକାର, ଜାଣନ୍ତୁ କାରଣ

ଶିବସେନା ରାଜ୍ୟସଭା ସାଂସଦ ଅଭିଯୋଗ କରି କହିଛନ୍ତି ମହାରାଷ୍ଟ୍ରରେ ଏକ ଦୁର୍ବଳ ସରକାର ରହିଛି। ଯିଏ କୌଣସି ଆଭିମୁଖ୍ୟ ଗ୍ରହଣ କରୁନାହିଁ। ଏହି ସୀମାରେଖା ପ୍ରାୟ ୭୦ ବର୍ଷର ପୁରୁଣା। କର୍ଣ୍ଣାଟକ ଲୋକଙ୍କ ବିରୋଧରେ ଆମ ପାଖରେ କିଛି ନାହିଁ। ହେଲେ ଏହା ମାନବିକତାର ପ୍ରଶ୍ନ। ସାଂସଦ ସଞ୍ଜୟ ରାଉତ ଜାଣିବାକୁ ଚାହୁଁଛନ୍ତି ଯେ, ମହାରାଷ୍ଟ୍ର ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଗତ ସପ୍ତାହରେ ନୂଆଦିଲ୍ଲୀ ଯାତ୍ରା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ହେଲେ ଏହି ଭେଟଘାଟ ପରେ କ'ଣ ସେମାନଙ୍କ ଏହି ମାମଲାରେ ଚୁପ ରହିବାକୁ କୁହାଯାଇଛି।
 
ବିରୋଧୀ ମହାବିକାଶ ଅଘାଡ଼ି ସୀମା ବିବାଦ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ଆକ୍ରମଣାତ୍ମକ ମନୋଭାବ ବିରୋଧରେ କଠୋର ଆଭିମୁଖ୍ୟ ମହାରାଷ୍ଟ୍ର ସରକାର ନିକଟରେ ଦାବି କରିଆସିଛି। ସୀମା ବିବାଦକୁ ନେଇ ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ରାଜନୀତି ସରଗରମ ହେବାରେ ଲାଗିଛି। 

Also Read: Border Dispute: ସୀମା ବିବାଦ ବେଳେ ପରସ୍ପରକୁ ଭେଟିଲେ ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ସୀମା ବିବାଦର ହୋଇପାରେ ସମାଧାନ

 

୧୯୫୬ ମସିହାରେ ଯେତେବେଳେ ସଂସଦରେ ରାଜ୍ୟ ପୁନର୍ଗଠନ ଅଧିନିୟମ ପାରିତ ହୋଇଥିଲା, ସେତେବେଳେ ଉଭୟ କର୍ଣ୍ଣାଟକ-ମହାରାଷ୍ଟ୍ର ଦାବି କରିଆସୁଥିଲେ ଯେ ସେମାନଙ୍କ ସୀମାରେ ଅବସ୍ଥିତ କିଛି ଗ୍ରାମ ଭାଷା ଆଧାରରେ ସେମାନଙ୍କ ରାଜ୍ୟରେ ଅନ୍ତର୍ଭୂକ୍ତ କରାଯାଉ। ବେଲାଗାଭୀ, ଖାନାପୁର, ନିପ୍ପାନୀ, ନନ୍ଦଗାଡ ଏବଂ କରୱାରର ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ମତଭେଦ ରହିଛି। ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ  ବେଲାଗାଭୀ ଅଞ୍ଚଳ ସର୍ବାଧିକ ଚର୍ଚ୍ଚାରେ ରହିଛି।  

Also Read: Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ

 

ବେଲଗାମ ଜିଲ୍ଲାକୁ ନେଇ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ଚାଲିଛି। ଏହି କର୍ଣ୍ଣାଟକ କ୍ଷେତ୍ର ମଧ୍ୟରେ ଆସୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେଲଗାମ ଜିଲ୍ଲାରେ ଉଭୟ ମରାଠୀ ଏବଂ କନ୍ନଡ ଭାଷାଭାଷୀ ଲୋକ ଅଛନ୍ତି। ଅତୀତରେ ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ବେଲଗାମ ପାଇଁ ଲଢେଇ କରିଛନ୍ତି। ବ୍ରିଟିଶ ସମୟରୁ ଏହି ଅଞ୍ଚଳ ଅବିଭକ୍ତ ବମ୍ବେ ପ୍ରଦେଶର ଏକ ଅଂଶ ଥିଲା। ହେଲେ ୧୯୫୬ ମସିହାରେ ରାଜ୍ୟ ପୁନର୍ଗଠନ ଆଇନ କାର୍ଯ୍ୟକାରୀ ହେବା ପରେ ଏହାକୁ କର୍ଣ୍ଣାଟକରେ ଅନ୍ତର୍ଭୂକ୍ତ କରା ଦିଆଯାଇଥିଲା। ସେବେଠାରୁ ମହାରାଷ୍ଟ୍ର ଏହି ମରାଠୀ ଭାଷାଭାଷୀ ଅଞ୍ଚଳ ପାଇବାକୁ ଚେଷ୍ଟା କରୁଛି।

 

Read More
{}{}