Hindi News >>Home >>Odisha Politics

ଆସ୍ଥାଭୋଟ ପୂର୍ବରୁ ଗାଦି ଛାଡି଼ଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଆସିଛି ଏକ ବଡ଼ ଖବର। ଜୁନ ୩୦ ତାରିଖ ଗୁରୁବାର ରାଜ୍ୟ ବିଧାନସଭାରେ ହେବାକୁ ଯାଉଥିବା ଆସ୍ଥାଭୋଟ ପୂର୍ବରୁ ମୁ୍ଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବସେନା ଅଧ୍ୟକ୍ଷ  ଉଦ୍ଧବ ଠାକରେ।
 

Advertisement
ଆସ୍ଥାଭୋଟ ପୂର୍ବରୁ ଗାଦି ଛାଡି଼ଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
Stop
Subhramjit Ray|Updated: Jun 29, 2022, 10:32 PM IST

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଆସିଛି ଏକ ବଡ଼ ଖବର। ଜୁନ ୩୦ ତାରିଖ ଗୁରୁବାର ରାଜ୍ୟ ବିଧାନସଭାରେ ହେବାକୁ ଯାଉଥିବା ଆସ୍ଥାଭୋଟ ପୂର୍ବରୁ ମୁ୍ଖ୍ୟମନ୍ତ୍ରୀ ପଦରୁ ଇସ୍ତଫା
ଦେଇଛନ୍ତି ଶିବସେନା ଅଧ୍ୟକ୍ଷ  ଉଦ୍ଧବ ଠାକରେ। ମୁଖ୍ୟମନ୍ତ୍ରୀ ପଦ ସହିତ ସେ ବିଧାନ ପରିଷଦ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
  
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉଦ୍ଧବ ଠାକରେ କହିଛନ୍ତି ମୁଁ ଖୁସି ଯେ ଆମେ ଆନୁଷ୍ଠାନିକ ଭାବେ ଔରଙ୍ଗାବାଦ ସହରକୁ ସମ୍ଭାଜୀ ନଗର ଏବଂ ଉସମାନାବାଦ ସହରକୁ  ଧାରଶିବ ନାମରେ ନାମିତ କରିଛୁଛ। ପୂର୍ବରୁ ଏହି ସ୍ଥାନର ନାମକୁ  ପରିବର୍ତ୍ତନ କରିଥିଲେ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେ। ମୁଁ ସହଯୋଗୀ ଏନସିପି-କଂଗ୍ରେସ ନେତାଙ୍କୁ ମୋର କୃତଜ୍ଞତା ଜଣାଇବାକୁ ଚାହୁଁଛି ଯେ ସେମାନେ ମୋତେ ସମର୍ଥନ କରିଛନ୍ତି। ଶିବସେନା, ଅନିଲ ପରାବ, ସୁଭାଷ ଦେଶାଇ ଏବଂ ଆଦିତ୍ୟ ଠାକରେ କେବଳ ଏହି ଲୋକ ମୋ ସହ ଉପସ୍ଥିତ ରହିଥିଲେ। ଯେତେବେଳେ ଏହି ପ୍ରସ୍ତାବ ପାରିତ ହୋଇଥିଲାଷ। ସେତେବେଳେ ଏନସିପି-କଂଗ୍ରେସ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। 

ମୁଁ ଏକ ଅପ୍ରତ୍ୟାଶିତ ଢଙ୍ଗରେ କ୍ଷମତାକୁ ଆସିଥିଲି ଏବଂ ମୁଁ ସମାନ ଢଙ୍ଗରେ କ୍ଷମତାରୁ ବାହାରି ଯାଉଛି। ମୁଁ ସବୁଦିନ ପାଇଁ ଯିବି ନାହିଁ। ମୁଁ ଏଠାରେ ରହିବି ଏବଂ ମୁଁ ପୁଣି ଥରେ ଶିବସେନା ଭବନରେ ବସିବି। ମୁଁ ମୋର ସମସ୍ତ ଲୋକଙ୍କୁ ଏକାଠି କରିବି। 

ଜୁନ ୨୯ ତାରିଖ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶେଷ କ୍ୟାବିନେଟ ବୈଠକ କରିଥିଲେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ। ଏହି ବୈଠକରେ ରାଜ୍ୟର ଔରଙ୍ଗାବାଦ ସହରକୁ ସମ୍ଭାଜୀ ନଗର ଏବଂ ଉସମାନାବାଦ ସହରକୁ  ଧାରଶିବ ନାମରେ ନାମିତ କରିବା ଲାଗି ଆଗତ ହୋଇଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ମହାବିକାଶ ଅଘାଡ଼ି ସରକାରରେ ସାମିଲ ହେବା ପର ଠାରୁ ଶିବସେନା ବିରୋଧରେ ଅଭିଯୋଗ ଆସୁଥିଲା ​​ଯେ ଦଳ ହିନ୍ଦୁତ୍ୱ ଆଦର୍ଶରୁ ଦୂରେଇ ଯାଇଥିଲା। ହେଲେ ରାଜ୍ୟର ଏହି ସ୍ଥାନର ନାମ ପରିବର୍ତ୍ତନ କରି ଉଦ୍ଧବ ଠାକରେ ତାଙ୍କ ବିରୋଧିଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ ସେ ଏପର୍ଯ୍ୟନ୍ତ ହିନ୍ଦୁତ୍ୱ ସହ ଅଛନ୍ତି।

ବିଦ୍ରୋହୀ ଶିବସେନା ବିଧାୟକ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ବାରମ୍ବାର ଟାର୍ଗେଟ କରିବା ପରେ ଦଳ ଏହାର ପାରମ୍ପରିକ ବ୍ରହ୍ମାସ୍ତ୍ର ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଥିଲା। ଏନେଇ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ରାଜ୍ୟର ଔରଙ୍ଗାବାଦ ଜିଲ୍ଲା ସମ୍ଭାଜୀ ନଗର ଏବଂ ଉସମାନାବାଦ ସହର ଧାରଶିବ ନାମରେ ନାମିତ କରିବାକୁ ଆଗତ ହୋଇଥିବା ପ୍ରସ୍ତାବକୁ ମିଳିଥିଲା ସ୍ୱୀକୃତି। ଏହି ବୈଠକରେ ପୁଣେ ସହରର ନାମ ପରିବର୍ତ୍ତନ କରି ଏହାକୁ ଜିଜାଉ ନଗର ନାମରେ ନାମିତ କରିବାକୁ କଂଗ୍ରେସ ଦାବି ଉଠାଇଥିଲା। 

Also Read: Maharashtra Floor Test: ସୁପ୍ରିମକୋର୍ଟର ଉଦ୍ଧବ ଠାକରେଙ୍କୁ ମିଳିଲା ଝଟକା

Read More
{}{}