Hindi News >>Home >>Odisha Politics

Congress President Election: ନିର୍ବାଚନ ହାରିବା ପରେ ବଡ ସଫଳତା ହାସଲ କଲେ ଶଶୀ ଥରୁର

Congress President Election 2022: ଦଳର ଅଧ୍ୟକ୍ଷ ନିର୍ବାଚନ ହାରି ମଧ୍ୟ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ନିର୍ବାଚନ ହେତୁ ତାଙ୍କୁ ଏକ ଫାଇଦା ମଧ୍ୟ ମିଳିଛି। 

Advertisement
Congress President Election: ନିର୍ବାଚନ ହାରିବା ପରେ ବଡ ସଫଳତା ହାସଲ କଲେ ଶଶୀ ଥରୁର
Stop
Subhramjit Ray|Updated: Oct 20, 2022, 06:00 PM IST

Shashi Tharoor: ଦୀର୍ଘ ୨୨ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ନୂଆ ମଙ୍ଗୁଆଳ ପାଇଛି ଦଳ। ଏହି ନିର୍ବାଚନରେ ଶଶୀ ଥରୁରଙ୍କ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ମୋଟ ୯୩୮୫ ଭୋଟ ମଧ୍ୟରୁ ଖାର୍ଗେଙ୍କୁ ୭୮୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ଥରୁରଙ୍କ ସପକ୍ଷରେ ୧୦୭୨ ଖଣ୍ଡ ଭୋଟ ପଡି଼ଛି। ଖାର୍ଗେଙ୍କ ବିଜୟ ଗାନ୍ଧୀ ପରିବାରକୁ ଆଶ୍ୱସ୍ତି ବୋଲି କୁହାଯାଉଛି। ହେଲେ ଏବେ ଥରୁରଙ୍କ ପରାଜୟ ଚର୍ଚ୍ଚାରେ ରହିଛି। ଦଳର ଅଧ୍ୟକ୍ଷ ନିର୍ବାଚନ ହାରି ମଧ୍ୟ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ନିର୍ବାଚନ ହେତୁ ତାଙ୍କୁ ଏକ ଫାଇଦା ମଧ୍ୟ ମିଳିଛି। 

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ (Congress President Election) ​​ମଲ୍ଲିକାର୍ଜୁନ ଖାର୍ଗେ (Mallikarjun Kharge) ଶଶୀ ଥରୁରଙ୍କୁ (Shashi Tharoor) ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। ଭୋଟ୍ ଗଣନାରେ ଖାର୍ଗେଙ୍କୁ ୭୮୯୭ ଭୋଟ୍ ମିଳିଛି। ଅନ୍ୟପଟେ ଥରୁର ମାତ୍ର ୧୦୭୨ ଖଣ୍ଡ ଭୋଟ୍ ପାଇଛନ୍ତି। ହେଲେ ଏହା ସତ୍ତ୍ୱେ ଥରୁର ବିଗତ ୨୫ ବର୍ଷ ମଧ୍ୟରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଇତିହାସରେ ଏକ ସଫଳତା ହାସଲ ନିଜ ନାମରେ କରିଛନ୍ତି ଥରୁର।

Also Read: Congress President Election: ଜାରି ରହିଛି ମତଦାନ, ପ୍ରତିକ୍ରିୟା ରଖିଲେ ପ୍ରାର୍ଥୀ ଶଶୀ ଥରୁର

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଅକ୍ଟୋବର ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା ମତଦାନ। ଆଉ ୧୯ ଅକ୍ଟୋବରରେ ପ୍ରକାଶ ପାଇଥିଲା ନିର୍ବାଚନ ଫଳାଫଳ। ମତଦାନ ଲାଗି ଦେଶର ୪୦ କେନ୍ଦ୍ରରେ ୬୮ବୁଥ୍ ସ୍ଥାପନ କରାଯାଇଥିଲା। ଯେଉଁଠାରେ ଭୋଟିଂ ପ୍ରକ୍ରିୟା ସକାଳ ଦଶଟାରୁ ଆରମ୍ଭ ହୋଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲିଥିଲା। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାୟ ୯୮୦୦ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧି ମତଦାନ କରିଥିଲେ। 

ଏହି ନିର୍ବାଚନରେ ମୋଟ ୯୩୮୫ ଖଣ୍ଡ ଭୋଟ୍ ମିଳିଥିଲା। ଏହା ମଧ୍ୟରୁ ୪୧୬ ଖଣ୍ଡ ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା। ମୋଟ ୮୯୬୯ ଖଣ୍ଡ ବୈଧ ଭୋଟ୍ ମଧ୍ୟରୁ ଶଶୀ ଥରୁରଙ୍କୁ ୧୦୭୨ ଭୋଟ ମିଳିଥିଲା। ତାଙ୍କୁ ୧୧.୯୫% ଭୋଟ୍ ମିଳିଥିଲା। ଭୋଟ ପ୍ରତିଶତ ଅନୁଯାୟୀ ବିଗତ ୨୫ ବର୍ଷର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଇତିହାସରେ ହାରିଥିବା ପ୍ରାର୍ଥୀଙ୍କ ଏହା ହେଉଛି ସର୍ବୋତ୍ତମ ଭୋଟ୍ ପ୍ରତିଶତ। 

ଆଜକୁ ୨୨ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ସୋନିଆ ଗାନ୍ଧୀ (Sonia Gandhi) ଜିତିଥିଲେ। ସୋନିଆ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶର ଜିତେନ୍ଦ୍ର ପ୍ରସାଦ (Jitendra Prasada) ଚ୍ୟାଲେଞ୍ଜ କରିଥିଲେ। ହେଲେ ତାଙ୍କୁ ୧୦୦ ଖଣ୍ଡରୁ କମ୍ ଭୋଟ୍ ମିଳିଥିଲା। ତାଙ୍କର ଭୋଟ୍ ପ୍ରତିଶତ ପ୍ରାୟ ୧% ରହିଥିଲା। ସେତେବେଳେ ମୋଟ ୭୭୭୧ ଖଣ୍ଡ ଭୋଟ୍ ଦିଆଯାଇଥିଲା। ତାହା ମଧ୍ୟରୁ ୨୨୯ ଖଣ୍ଡ ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ସୋନିଆ ଗାନ୍ଧୀଙ୍କୁ ୭୪୪୮ ଭୋଟ୍ ମିଳିଥିଲା।

Also  Read: Congress President Election: ଦୌଡରୁ ଓହରି ଯିବେକି ଶଶୀ ଥରୁର?

ସେହିପରି ୧୯୯୭ ମସିହା ଅନୁଷ୍ଠିତ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ସୀତାରାମ କେଶରୀ (Sitaram Kesri) ୬୨୨୪ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିବା ଶରଦ ପାୱାର (Sharad Pawar) ୮୮୮ ଭୋଟ୍ ପାଇଥିଲେ ଏବଂ ତାଙ୍କୁ ୧୧.୯ ପ୍ରତିଶତ ଭୋଟ ମିଳିଥିଲା। ଏଥି ସହିତ ତୃତୀୟ ସ୍ଥାନରେ ଥିବା ରାଜେଶ ପାଇଲଟ (Rajesh Pilot) ମାତ୍ର ୩୫୪ ଭୋଟ୍ ପାଇଥିଲେ ଏବଂ ତାଙ୍କୁ ଏକ ପ୍ରତିଶତରୁ କମ ଭୋଟ ମିଳିଥିଲା।

 

 

Read More
{}{}