Hindi News >>Home >>Odisha Politics

Gujarat Politics: ଦଳ ଛାଡିଲେ ଏହି ୭ ପ୍ରମୁଖ ନେତା

Gujarat Politics: ଗୁଜୁରାଟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଝଟକା। ଗୁଜୁରାଟର ଭରୁଚରୁ ୭ ଜଣ କଂଗ୍ରେସ ନେତା ଦଳରୁ ଇସ୍ତଫା (Resign) ଦେଇଛନ୍ତି। 

Advertisement
ପ୍ରତୀକାତ୍ମକ
Stop
Zee Odisha Desk|Updated: Aug 19, 2022, 01:24 PM IST

Gujarat Politics: ଗୁଜୁରାଟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଝଟକା। ଗୁଜୁରାଟର ଭରୁଚରୁ ୭ ଜଣ କଂଗ୍ରେସ ନେତା ଦଳରୁ ଇସ୍ତଫା (Resign) ଦେଇଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଭାରୁଚ  ସହରର କଂଗ୍ରେସ ଅଧ୍ୟକ୍ଷ (Congress Chairman) ବିକ୍କି ସୋଖି, ରାଜ୍ୟ ଯୁବ ମହାସଚିବ ନିକୁଲ ମିସ୍ତ୍ରୀ, ଭାରୁଚ ସହରର କଂଗ୍ରେସ ଉପାଧ୍ୟକ୍ଷ କିରଣ ଚୌହାନ, କୋଷାଧ୍ୟକ୍ଷ କିରଣ ପରମାର, ଜିଲ୍ଲା ଯୁବ କଂଗ୍ରେସ ନେତା ରାଧେ ପଟେଲ, ଏବଂ ଦଳର କାର୍ଯ୍ୟକର୍ତ୍ତା କିଶୋର ସିଂ ଓ ରାକେଶ ଗୋହିଲ ସାମିଲ ଅଛନ୍ତି। ସେମାନେ ଏହି ନିଷ୍ପତ୍ତି ନେବାର କାରଣ ଗୁଜୁରାଟ କଂଗ୍ରେସ ଅଧ୍ୟକ୍ଷ ଜଗଦୀଶ ଠାକୋରଙ୍କୁ ଦର୍ଶାଇଛନ୍ତି। 

ବିକ୍କି ସୋଖୀ କହିଛନ୍ତି, ଆମେ ଗତ ୨୫ ବର୍ଷ ଧରି କଂଗ୍ରେସ ସହିତ ଅଛୁ ଏବଂ ସମସ୍ତେ ଜଟିଳ ପରିସ୍ଥିତିରେ ମଧ୍ୟ ଦଳ ନଛାଡି ତାସହିତ ଜଡିତ ରହିଥିଲୁ। ଗତ ବର୍ଷ ତାଲୁକା ପଞ୍ଚାୟତ ଏବଂ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ​​ଦଳ ବିରୋଧରେ କାର୍ଯ୍ୟ କରିଥିବା ନେତାଙ୍କ ସୂଚୀ ଅଧ୍ୟକ୍ଷକଙ୍କ ପାଖକୁ ପଠାଇଥିଲୁ। ଆଉ ଭାରୁଚ କିଛି କଂଗ୍ରେସ ନେତାଙ୍କ ନାମର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ, ଜଗଦୀଶ ଠାକୋର ଏବଂ ନେତାମାନେ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲେ। ହେଲେ ଯେତେବେଳେ ସେ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ ପଚାରିଥିଲେ ତାଙ୍କର ଉତ୍ତର ଅସନ୍ତୁଷ୍ଟ କଲା ଭଳି ଥିଲା। ରାଜ୍ୟ ସଭାପତି ଉତ୍ତରରେ କହିଥିଲେ, ଯେ ଯେଉଁମାନେ ଦଳରେ ରହିବାକୁ ଚାହୁଁଛନ୍ତି ସେମାନେ ରହିପାରିବେ ଏବଂ ଯେଉଁମାନେ ଯିବାକୁ ଚାହିଁବେ ସେମାନେ ଯାଇପାରିବେ। ଏହି ଉତ୍ତରରେ ବିକ୍କି କହିଥିଲେ, ଆମେ ଏହି ପ୍ରକାରର ଉତ୍ତର ଆଶା କରୁନଥିଲୁ ତେଣୁ ଆମେ ଆଜି ଇସ୍ତଫା ଦେବାକୁ ବାଧ୍ୟ ହେଲେ। ସେ କହିଛନ୍ତି ଯେ, ଆଗକୁ ରାଜନୀତି ଜାରି ରଖିବେ। କିନ୍ତୁ କେଉଁ ଦଳରେ ସେ ଯୋଗ ଦେବେ ତାକୁ ନେଇ ସେ କିଛି ମନ୍ତବ୍ୟ ଦେଇନାହାନ୍ତି। 

ବିକ୍କି ସୋଖି କହିଛନ୍ତି, ଆମେ କେଉଁ ଦଳରେ ଯୋଗ ଦେବୁ ତାହା ସ୍ଥିର କରିନାହୁଁ କିନ୍ତୁ, ଆମେ ଏହା ଉପରେ ଆଲୋଚନା କରିବୁ ଓ ପରେ ନିଷ୍ପତ୍ତି ନେବୁ। ଭରୁଚ ଜିଲ୍ଲା କଂଗ୍ରେସ ସଭାପତି ପରମଲ ସିଂହ ରାଣା କହିଛନ୍ତି, ଇସ୍ତଫା ନେଇ ଆମେ କ୍ଷୋଭ ପ୍ରାକାଶ କରୁଛୁ। ଆମେ ତାଙ୍କ ସହ ଯୋଗାଯୋଗ କରିବୁ ଏବଂ ତାଙ୍କ ଅସନ୍ତୋଷର କାରଣ ପଚାରି ବୁଝିବୁ ଓ ତାଙ୍କୁ ପାର୍ଟିରେ ଫେରାଇ ଆଣିବାକୁ ଚେଷ୍ଟା କରିବୁ।

ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବା ବେଳେ କଂଗ୍ରେସ ଦଳ ଭିତରେ ଲାଗି ରହିଥିବା କନ୍ଦଳ ଥମିବାର ନାଁ ନେଉନାହିଁ। ଆଜି ଦେଶର ଜଣେ ମୁଖ୍ୟ ବିରୋଧି ହିସାବରେ କଂଗ୍ରେସ ଶାସକ ହବିଜେପି ବିପକ୍ଷରେ ଲଢିବା ପରିବର୍ତ୍ତେ ନିଜ ଭିତରେ ଛନ୍ଦିହୋଇ ରହିଯାଇଛି। କିଛି ଦିନ ତଳେ ରାଜସ୍ଥାନ କଂଗ୍ରେସ (Rajasthan congress)ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚକାପଞ୍ଝା ଦେଖିବାକୁ ମିଳିଥିଲା। ଅତିତରେ ଏପରି ଅନେକ ଘଟଣା ରହିଛି, ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ(Ashok Gehlot) ଏବଂ ଶକ୍ତିଶାଳୀ ନେତା ସଚିନ ପାଇଲଟ (sachin pilot)ଙ୍କ ମଧ୍ୟରେ ବିଦ୍ରୋହ ଲାଗିରହେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ପରୋକ୍ଷରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ 'ପାର୍ଟି କର୍ମୀଙ୍କୁ ସମ୍ମାନ ଦେବା' ପ୍ରସଙ୍ଗରେ କହିଥିଲେ ଯେ, କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ମାନ ଦିଆଯିବା ଉଚିତ, ଏହା ଏକ ହାସ୍ୟାସ୍ପଦ ପ୍ରସଙ୍ଗ ପାଲଟି ଯାଇଛି। କାହାର ନାମ ନନେଇ ଗେହେଲତ ସେତେବେଳେ କହିଥିଲେ, କିଛି ନେତା କର୍ମଚାରୀଙ୍କର ସମ୍ମାନ(Respect to Worker) ଦେବା ଉଚିତ ବୋଲି କହି ସେମାନଙ୍କୁ ଉସକାଇଥାନ୍ତି । ଏହାକୁ ମଧ୍ୟ କଂଗ୍ରେସ ଭିତର କନ୍ଦଳ ବାହାରେ ପଡିଥିଲା। 

Read More
{}{}