Hindi News >>Home >>Odisha Politics

UP Politics: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ନେତା, ଆରମ୍ଭ ହୋଇଗଲା

Uttar Pradesh Politics: ଗତ ସୋମବାର ରାଜଧାନୀ ଲକ୍ଷ୍ନୌସ୍ଥିତ ସରକାରୀ ବାସଭବନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ। 

Advertisement
UP Politics: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ନେତା, ଆରମ୍ଭ ହୋଇଗଲା
Stop
Subhramjit Ray|Updated: Aug 02, 2022, 06:05 PM IST

Ram Gopal Yadav meets CM Yogi: ସଦ୍ୟ ଉତ୍ତର ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଏକ ନୂଆ ଘଟଣାକ୍ରମ। ଗତ ସୋମବାର ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ମହାସଚିବ ରାମ ଗୋପାଳ ଯାଦବ ହଠାତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ଏହି ଭେଟଘାଟ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଚାଚା ଶିବପାଲ ଯାଦବ  ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇସାରିଛନ୍ତି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ  ଯୋଗୀଙ୍କ ସହ ରାମଗୋପାଳ ଯାଦବଙ୍କ ଭେଟଘାଟକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 

ଗତ ସୋମବାର ରାଜଧାନୀ ଲକ୍ଷ୍ନୌସ୍ଥିତ ସରକାରୀ ବାସଭବନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥଙ୍କୁ (UP CM Yogi Adityanath) ଭେଟିଥିଲେ ସମାଜବାଦୀ ପାର୍ଟି (Samajwadi Party) ରାଷ୍ଟ୍ରୀୟ ମହାସଚିବ ତଥା ଅଖିଳେଶ ଯାଦବଙ୍କ (Akhilesh Yadav) ଚାଚା ରାମ ଗୋପାଳ ଯାଦବ (Akhilesh Yadav)। ଏହି ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ (Uttar Pradesh Politics) ଚର୍ଚ୍ଚା ଆରମ୍ଭ ହୋଇଯିବା ପରେ ଉଭୟ ନେତାଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ଉପରେ ସ୍ପଷ୍ଟୀକରଣ ରଖିଛି ସମାଜବାଦୀ ପାର୍ଟି। 

ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ (Samajwadi Party Rajya Sabha MP) ହେଉଛନ୍ତି ରାମ ଗୋପାଳ ଯାଦବ। ସେ ରାଜ୍ୟସଭାରେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାରଙ୍କ ନୀତିକୁ ନିରନ୍ତର ସମାଲୋଚନା କରୁଛନ୍ତି। ତାଙ୍କୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସବୁଠାରୁ ଘନିଷ୍ଠ ସହଯୋଗୀ ଭାବେ ବିବେଚନା କରାଯାଏ। ତାଙ୍କୁ ଦିଲ୍ଲୀ ଦରବାରରେ ସମାଜବାଦୀ ପାର୍ଟି ପ୍ରତିନିଧି ଭାବେ ଗଣାଯାଏ। ଏଭଳି ପରିସ୍ଥିତିରେ ହଠାତ୍ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ତାଙ୍କର ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଶ୍ନ ଉଠିଛି ପାର୍ଟି ପକ୍ଷରୁ ଯାହା କୁହାଯାଉଛି ତାହା ସତ ନା ଭିତରେ ଆଉ କିଛି କାର୍ଯ୍ୟ ହେଉଛି?

ମୁଖମନ୍ତ୍ରୀ ଯୋଗୀଙ୍କ ସହ ହୋଇଥିବା ଭେଟଘାଟ ସମୟରେ ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ ରାଜ୍ୟରେ ପଛୁଆ ତଥା ସଂଖ୍ୟାଲଘୁଙ୍କ ବିରୋଧରେ ମିଥ୍ୟା ମାମଲା ପଞ୍ଜୀକରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏଭଳି ମିଥ୍ୟା ସରକାର ପ୍ରତ୍ୟାହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ସେ। ଏହି ଭେଟଘାଟ ବେଳେ ଆଲିଗଞ୍ଜ ବିଧାନସଭା ଆସନର ପୂର୍ବତନ ସମାଜବାଦୀ ପାର୍ଟି ବିଧାୟକ ରାମେଶ୍ୱର ସିଂହ ଯାଦବ ଏବଂ  ତାଙ୍କ ଭାଇ ଯୁଗେନ୍ଦ୍ର ସିଂହଙ୍କ ବିରୋଧରେ ଦାଏର ହୋଇଥିବା ମାମଲା ଉପରେ ଆଲୋଚନା ହୋଇଛି। ଉଭୟ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୋଗୀ ସରକାର ସେମାନଙ୍କ ବେଆଇନ ସମ୍ପତ୍ତି ଜବତ କରିଥିଲେ।  ହେଲେ ଏହି କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି।

Also Read: ନିର୍ବାଚନ ପରେ ଏକଜୁଟତା ହୋଲି ଖେଳିଲା ଯାଦବ ପରିବାର

 

 

 

 

 

Read More
{}{}