Hindi News >>Home >>Odisha Politics

Lok Sabha Election 2024: ଶାହଜହାଁପୁର ଆସନରେ ନାକଚ ହୋଇଗଲା ବିରୋଧି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କ ନାମାଙ୍କନ


Uttar Pradesh Politics: ଉତ୍ତର ପ୍ରଦେଶର ଶାହଜହାଁପୁର ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟକୁ ଲାଗିଛି ଜବରଦସ୍ତ ଝଟକା।

Advertisement
Lok Sabha Election 2024: ଶାହଜହାଁପୁର ଆସନରେ ନାକଚ ହୋଇଗଲା ବିରୋଧି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କ ନାମାଙ୍କନ
Stop
Zee Odisha Desk|Updated: Apr 29, 2024, 03:54 PM IST

Shahjahanpur Lok Sabha Seat UP: ୨୦୨୪ ନିର୍ବାଚନ ବେଳେ ବିରୋଧି ଇଣ୍ଡିଆ ମେଣ୍ଟକୁ ଲାଗିଛି ଜବରଦସ୍ତ ଝଟକା। ଉତ୍ତର ପ୍ରଦେଶର ଶାହଜହାଁପୁର ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ରାଜେଶ କଶ୍ୟପଙ୍କ ନାମାଙ୍କନ ନାକଚ ହୋଇଯାଇଛି। ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜାତିଗତ ପ୍ରମାଣପତ୍ର ପ୍ରତ୍ୟାଖ୍ୟାନ କରାଯିବା ସହ ତାଙ୍କ ନାମାଙ୍କନ ମଧ୍ୟ ବାତିଲ ହୋଇଯାଇଛି। ନାମାଙ୍କନ ପତ୍ର ଯାଞ୍ଚ ସମୟରେ ତାଙ୍କ ପ୍ରମାଣପତ୍ର ଭୁଲ ବୋଲି ଜଣାପଡିଥିଲା। ଏହି ଆସନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ସମାଜବାଦୀ ପାର୍ଟି ପକ୍ଷରୁ ରାଜେଶ କଶ୍ୟପ ପ୍ରାର୍ଥୀ ହୋଇଥିଲେ। ହେଲେ ତାଙ୍କ ନାମଙ୍କନ ନାକଚ ହେବା ପରେ ସମାଜାବାଦୀ ପାର୍ଟି  ଏହାର ପ୍ରାର୍ଥୀ ଜ୍ୟୋତ୍ସନା ଗୌରଙ୍କ ନାମାଙ୍କନ ଦାଖଲ କରି ଦେଇଥିଲା। ଯିଏ ଏବେ ଶାହଜହାଁପୁର ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ଭାବେ ୨୦୨୪ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। 

ନିଜର ନାମାଙ୍କନ ଖାରଜ ହୋଇଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶାହଜହାଁପୁର ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ରାଜେଶ କଶ୍ୟପ। ଏନେଇ ସେ କହିଛନ୍ତି କ'ଣ ହୋଇଯାଇଛି ତାହା ମୁଁ ଜାଣେ ନାହିଁ। ହେଲେ ସମାଜବାଦୀ ପାର୍ଟି ପୂର୍ବତନ ବିଧାନ ପରିଷଦ ସଦସ୍ୟ ଜଣଙ୍କ ପ୍ରାୟ ୨ ଦିନ ପୂର୍ବେ ତାଙ୍କ ଦଳ ପକ୍ଷରୁ ଜ୍ୟୋତ୍ସନା ଗୌରଙ୍କ ନାମାଙ୍କନ ଦାଖଲ କରିଥିଲେ। ହେଲେ ଯାଞ୍ଚ କରାଯିବା ସମୟରେ ତାଙ୍କ ନାମାଙ୍କନ ନାକଚ ହୋଇଯାଇଥିଲା। 

ଏହା ସହିତ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ସମାଜବାଦୀ ପାର୍ଟି ସହ ରହିବେ ନାଁ ନାହିଁ, ଏହି ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ ଭବିଷ୍ୟତରେ ମୁଁ କେଉଁଠାରେ ରହିବି ଏବଂ କେଉଁଠାରେ ରହିବ ନାହିଁ ତାହା ଦେଖାଯିବ। ବର୍ତ୍ତମାନ ମୋର ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଛି। ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯିବା ପରେ ଦଳର ନେତାଙ୍କ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ସମାଜବାଦୀ ପାର୍ଟି ଏକ ଅନ୍ତର୍ଘାତୀ ଆକ୍ରମଣର ଶିକାର ହୋଇପାରେ।

ଉତ୍ତର ପ୍ରଦେଶର ଶାହଜହାଁପୁର ଲୋକସଭା ଆସନରେ ଆସନ୍ତା ମେ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏହି ଆସନରେ ବିଜେପି ଏହାର ବର୍ତ୍ତମାନର ସାଂସଦ ଅରୁଣ ସାଗରଙ୍କୁ ପୁନର୍ବାର  ପ୍ରାର୍ଥୀ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅରୁଣ ସାଗର ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଶାହଜହାଁପୁର ଆସନରୁ ବିଜୟୀ ହୋଇଥିଲେ। 

Read More
{}{}