Hindi News >>Home >>Odisha Politics

Bihar Politics: ପୁଣି ନୀତିଶ କୁମାରଙ୍କୁ କଟାକ୍ଷ କରି ଚର୍ଚ୍ଚାରେ ରୋହିଣୀ ଆଚାର୍ଯ୍ୟ

Rohini Acharya taking dig at Nitish Kumar: ପୁନର୍ବାର ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ କଟାକ୍ଷ କରି ଚର୍ଚ୍ଚାକୁ ଆସିଛନ୍ତି ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ।

Advertisement
Bihar Politics: ପୁଣି ନୀତିଶ କୁମାରଙ୍କୁ କଟାକ୍ଷ କରି ଚର୍ଚ୍ଚାରେ ରୋହିଣୀ ଆଚାର୍ଯ୍ୟ
Stop
Zee Odisha Desk|Updated: Jan 28, 2024, 08:53 PM IST

Rohini Acharya Targets Nitish Kumar: ବିହାର ରାଜନୀତିରେ ଘଟିଥିବା ନାଟକୀୟ ଘଟଣାକ୍ରମ ଉପରେ ପଡ଼ିସାରିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟ ରାଜନୀତିରେ ଜାରି ରହିଥିବା ହଟଚମଟ ମଧ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ। ଆଉ ବଦଳି ଯାଇଛି ସରକାର। ଆଉ ଏବେ ଏହି ପ୍ରସଙ୍ଗରେ ଜେଡି଼ୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ କଟାକ୍ଷ କରି ଚର୍ଚ୍ଚାକୁ ଆସିଛନ୍ତି ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ।

ବିଗତ କିଛି ଦିନ ହେବ ବିହାର ରାଜନୀତିରେ ଘଟିଥିବା ଘଟଣାକ୍ରମକୁ ନେଇ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ ରୋହିଣୀ ଆଚାର୍ଯ୍ୟ। କାହାର ନାମ ନ ନେଇ ସେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିଥିଲେ। ରୋହିଣୀ ଆଚାର୍ଯ୍ୟ କରିଥିବା ଟ୍ୱିଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୀତୀଶ କୁମାରଙ୍କୁ କଟାକ୍ଷ କରି ରୋହିଣୀ ଆଚାର୍ଯ୍ୟ କହିଥିଲେ ଯେ, "ଅଳିଆ ପୁଣି ଅଳିଆ ଗଦାକୁ ଫେରିଯାଇଛି। ଅଳିଆ ଆବର୍ଜନା ଦଳକୁ ଅଭିନନ୍ଦନ। "

ପୂର୍ବରୁ ରୋହିଣୀ ଆଚାର୍ଯ୍ୟ କରିଥିବା ଟ୍ୱିଟ ପାଇଁ ସରଗରମ ହୋଇ ଉଠିଥିଲା ବିହାର ରାଜନୀତି। ହେଲେ ରୋହିଣୀ ଆଚାର୍ଯ୍ୟଙ୍କ ଟ୍ୱିଟ ସମ୍ପର୍କରେ ନୀତୀଶ କୁମାର କଠୋର ଆଭିମୁଖ୍ୟ ଗ୍ରହଣ କରି ସମ୍ପୂର୍ଣ୍ଣ ସୂଚନା ମାଗିଥିଲେ। ଯାହାର ଫଳ ସ୍ୱରୂପ ମାମଲା ବଢୁଥିବା ଦେଖି ନିଜେ କରିଥିବା ଟ୍ୱିଟ ବିନା ଦ୍ୱିଧାରେ ଡିଲିଟ୍ କରି ଦେଇଥିଲେ ରୋହିଣୀ ଆଚାର୍ଯ୍ୟ। ସିଙ୍ଗାପୁର ଠାରେ ରହୁଥିବା ରୋହିଣୀ ଆଚାର୍ଯ୍ୟ ବିହାର ରାଜନୀତି ଉପରେ ସତର୍କ ନଜର ରଖିଥାନ୍ତି। ଯିଏ ରାଜ୍ୟ ରାଜନୀତିରେ ହେଉଥିବା ପ୍ରତ୍ୟେକ ଘଟଣାକ୍ରମ ଉପରେ ନିଜର ପ୍ରତିକ୍ରିୟା ରଖିଥାନ୍ତି।

ଯେତେବେଳେ ଜେଡିୟୁ ସୁପ୍ରିମୋ ନୀତିଶ କୁମାର ରାଜନୀତିରେ ପରିବାରବାଦର ଉପସ୍ଥିତିକୁ ନେଇ ସମାଲୋଚନା କରିଥିଲେ ସେତେବେଳେ ରୋହିଣୀ ଆଚାର୍ଯ୍ୟ ନିରାଶ ହୋଇ ଗୋଟିଏ ପରେ ଗୋଟିଏ ଏପରି ତିନୋଟି ଟ୍ୱିଟ୍ କରିଥିଲେ। ହେଲେ ତାଙ୍କ ଟ୍ୱିଟ୍ ପାଇଁ ଜେଡିୟୁ-ଆରଜେଡି଼ ମଧ୍ୟରେ ମୁହାଁମୁହିଁ ହେବାରୁ ରୋହିଣୀ ଆଚାର୍ଯ୍ୟ ନିଜର ଟ୍ୱିଟ ଡିଲିଟ୍ କରି ଦେଇଥିଲେ। ଗତ ବୁଧବାର (୨୪ ଜାନୁଆରୀ) ପାଳିତ ହୋଇଥିଲା ସମାଜିକ ନ୍ୟାୟର ପ୍ରତୀକ କୁହାଯାଉଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜନୀତିରେ ପରିବାରବାଦକୁ ନେଇ ସମାଲୋଚନା କରିଥିଲେ। ଏହାର ପର ଦିନ ଅର୍ଥାତ ଗତ ଗୁରୁବାର ରୋହିଣୀ ଆଚାର୍ଯ୍ୟ ଗୋଟିଏ ପରେ ଗୋଟିଏ ଟ୍ୱିଟ କରିଥିଲେ। ଯେଉଁଥିରେ କାହାର ନାମ ଲେଖାଯାଇ ନଥିଲା। ହେଲେ ଏହାର ବିଷୟବସ୍ତୁକୁ ଦେଖିଲେ ସ୍ପଷ୍ଟ ହୋଇ ଯାଇଥିଲା ଯେ ଏହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲାଗି ଉଦ୍ଦିଷ୍ଟ। ତାଙ୍କ ଟ୍ୱିଟ୍ ଏକଥା ସ୍ପଷ୍ଟ କରି ଦେଉଥିଲା ଯେ ଜେଡ଼ିୟୁ-ଆରଜେଡି ମଧ୍ୟରେ ସମ୍ପର୍କ ଠିକ୍ ନାହିଁ। ରୋହିଣୀ ଆଚାର୍ଯ୍ୟଙ୍କ ସମସ୍ତ ଟ୍ୱିଟ୍ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟରେ ପାଲଟିବା ସହ ସୋସିଆଲ ମିଡ଼ିଆ ଦୁନିଆରେ ଖୁବ ଭାଇରାଲ ହୋଇଥିଲା। 

ରୋହିଣୀ ଆଚାର୍ଯ୍ୟ ତାଙ୍କର ପ୍ରଥମ ଟ୍ୱିଟ୍ ମାଧ୍ୟମରେ କହିଥିଲେ ପ୍ରାୟତଃ ଏପରି କିଛି ଲୋକ ଅଛନ୍ତି ଯିଏ ନିଜର ଅଭାବ ଦେଖିବାକୁ ଅସମର୍ଥ ହୋଇଥାନ୍ତି ହେଲେ ସେମାନେ ଅନ୍ୟମାନଙ୍କ ଉପରକୁ କାଦୁଅ ଫିଙ୍ଗିବା ପାଇଁ ଚେଷ୍ଟ କରିଥାନ୍ତି। ପରବର୍ତ୍ତୀ ଟ୍ୱିଟ୍ ମାଧ୍ୟମରେ କହିଥିଲେ ଯଦି କାହାର ଆପଣର ଯୋଗ୍ୟ ହେବେ ନାହିଁ ତାହେଲେ କ’ଣ ହେବ? ଯେତେବେଳେ ନିଜର ଉଦ୍ଦେଶ୍ୟରେ ତ୍ରୁଟି ଥାଏ, ସେତେବେଳେ ବିଧିର ବିଧାନକୁ କିଏ ଅଣଦେଖା କରିପାରିବ? ତୃତୀୟ ଟ୍ୱିଟ ମାଧ୍ୟମରେ ରୋହିଣୀ ଆଚାର୍ଯ୍ୟ କହିଥିଲେ ଯେ ସେ (ନୀତିଶ କୁମାର) ନିଜକୁ ଜଣେ ସମାଜବାଦୀ ନେତା ବୋଲି ଦାବି କରିଥାନ୍ତି। ହେଲେ ତାଙ୍କ ଆଦର୍ଶ ପବନ ପରି ବଦଳିଥାଏ। ଯଦିଓ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ କରିବା ବେଳେ କାହାର ନାଁ ନେଇନଥିଲେ। ହେଲେ ଏହା ସ୍ପଷ୍ଟ ହୋଇ ଯାଉଥିଲା ଯେ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ରୋହିଣୀ ଆଚାର୍ଯ୍ୟ ଟ୍ୱିଟ କରିଥିଲେ। ମାତ୍ର ତାଙ୍କ ଟ୍ୱିଟ୍ ପାଇଁ ଜେଡିୟୁ-ଆରଜେଡି଼ ମଧ୍ୟରେ ମୁହାଁମୁହିଁ ହେବାରୁ ରୋହିଣୀ ଆଚାର୍ଯ୍ୟ ନିଜର ସମସ୍ତ ଟ୍ୱିଟ ଡିଲିଟ୍ କରି ଦେଇଥିଲେ।

Read More
{}{}