Hindi News >>Home >>Odisha Politics

Rajya Sabha Election 2022: ମତଦାନ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଭିନ୍ନ ଦଳର ପ୍ରାର୍ଥୀ

ରାଜ୍ୟସଭା  ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଜାତୀୟ ଦଳ ସହ ଆଞ୍ଚଳିକ ଦଳର ପ୍ରାର୍ଥୀ ରହିଛନ୍ତି। 

Advertisement
Rajya Sabha Election 2022: ମତଦାନ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଭିନ୍ନ ଦଳର ପ୍ରାର୍ଥୀ
Stop
Subhramjit Ray|Updated: Jun 09, 2022, 05:44 PM IST

Rajya Sabha Election 2022: ଦେଶର ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନରେ ଜୁନ୍ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ହେଲେ ଏହା ପୂର୍ବରୁ ବିଭିନ୍ନ ଦଳର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚିତ ପ୍ରାର୍ଥୀଙ୍କ ମଧ୍ୟରେ ଜାତୀୟ ଦଳ ସହ ଆଞ୍ଚଳିକ ଦଳର ପ୍ରାର୍ଥୀ ରହିଛନ୍ତି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶର ୧୧ ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ୮ ଆସନରେ ବିଜେପି ଏବଂ ୩ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଉଛନ୍ତି। ଏହି ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ହେଉଛନ୍ତି ଡକ୍ଟର ଲକ୍ଷ୍ମୀକାନ୍ତ ବାଜପେୟୀ, ସୁରେନ୍ଦ୍ର କୁମାର ନାଗର, ଡକ୍ଟର କେ.ଲକ୍ଷ୍ମଣ, ମିଥଲେଶ କୁମାର, ବାବୁ ରାମ ନିଷାଦ, ଡ.ରାଧା ମୋହନ ଦାସ ଅଗ୍ରୱାଲ, ଦର୍ଶନ ସିଂହ ଏବଂ ସଙ୍ଗୀତ ଯାଦବ। ସେହିପରି ସମାଜାବଦୀ ପାର୍ଟି ସମର୍ଥିତ ପ୍ରାର୍ଥୀ କପିଲ ଶିବଲ, ଆରଏଲଡି ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ, ଦଳୀୟ ଜାଭେଦ ଅଲି ଖାନ ବିନା ନିର୍ବାଚନରେ ​​ନିର୍ବାଚିତ ହୋଇଛନ୍ତି। 

ମଧ୍ୟ ପ୍ରଦେଶରୁ ବିଜେପି ପ୍ରାର୍ଥୀ କବିତା ପଟିଦାର ଓ ସୁମିତ୍ରା ବାଲ୍ମିକୀ ଏବଂ କଂଗ୍ରେସ ପ୍ରାର୍ଥୀ ବିବେକ ତନଖା ମଧ୍ୟ ​​ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଝାଡଖଣ୍ଡରୁ ବିଜେପି ପ୍ରାର୍ଥୀ ଆଦିତ୍ୟ ସାହୁ ଏବଂ ଜେଏମଏମ ପ୍ରାର୍ଥୀ ମହୁଆ ମାଜି ନିର୍ଦ୍ୱନ୍ଦ୍ୱରେ ​​ନିର୍ବାଚିତ ହୋଇଛନ୍ତି। ବିହାରରୁ ବିଜେପି ପ୍ରାର୍ଥୀ ସତୀଶ ଚନ୍ଦ୍ର ଦୁବେ ଏବଂ ଶମ୍ଭୁ ଶରଣ ପଟେଲ, ଜେଡିୟୁ ପ୍ରାର୍ଥୀ କ୍ଷୀରୁ ମାହତୋ, ଆରଜେଡି ପ୍ରାର୍ଥୀ ମିସା ଭାରତୀ ଏବଂ ଫୈୟଜ ଅହମ୍ମଦ ବିନା ନିର୍ବାଚନରେ ​​ନିର୍ବାଚିତ ହୋଇଛନ୍ତି।    

ଛତିଶଗଡରୁ କଂଗ୍ରେସ ପ୍ରାର୍ଥୀ ରାଜୀବ ଶୁକ୍ଳା ଏବଂ ରଞ୍ଜିତ ରଞ୍ଜନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଂଖ୍ୟା ବଳ କମ ହେବା କାରଣରୁ ବିଜେପି ଏଠାରେ ପ୍ରାର୍ଥୀ ଛିଡ଼ା କରିନଥିଲା।

ପଞ୍ଜାବରୁ ଆମ ଆଦମୀ ପାର୍ଟି ପ୍ରାର୍ଥୀ ସନ୍ତ ବଲବୀର ସିଂହ ସୀଚେୱାଲ ଏବଂ ବିକ୍ରମଜିତ ସିଂହ ସାହନି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଉତ୍ତରାଖଣ୍ଡ ବିଜେପି ପ୍ରାର୍ଥୀ କଳ୍ପନା ସୈନୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାରେ ପହଞ୍ଚିଛନ୍ତି।

ତାମିଲନାଡୁରୁ କଂଗ୍ରେସ ପ୍ରାର୍ଥୀ  ପି ଚିଦାମ୍ବରମ, ଡିଏମକେ ପ୍ରାର୍ଥୀ କେ.ଏସ୍ କଲ୍ୟାଣସୁନ୍ଦରମ୍, ଆର ଗିରିରାଜନ୍, କେଆରଏନ୍ ରାଜେଶ କୁମାର, ଏଆଇଏଡିଏମକେ ପ୍ରାର୍ଥୀ ସିଭି ଶାନମୁଗମ୍ ଏବଂ ଆର ଧର୍ମର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଆନ୍ଧ୍ର ପ୍ରଦେଶରୁ  ୱାଇଏସଆର କଂଗ୍ରେସ ପ୍ରାର୍ଥୀ ବି.ବିଜୟାସାଇ ରେଡ୍ଡି,  ମସ୍ତାନ୍ ରାଓ, ଆର କୃଷ୍ଣୈୟା, ଏସ୍ ନିରଞ୍ଜନ ରେଡ୍ଡୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାରେ ପହଞ୍ଚିଛନ୍ତି।

ଓଡିଶାରୁ ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। 

Also Read: Rajya Sabha Election ୨୦୨୨: କଂଗ୍ରେସ ପ୍ରାର୍ଥୀଙ୍କୁ ଚେକମେଟ ଦେବା ଲାଗି ପ୍ରସ୍ତୁତ ବିଜେପି

Also Read: Rajya Sabha Election 2022: ବିଜେପି ରଣନୀତିରେ ଫସିଗଲା କଂଗ୍ରେସ!

 

 

Read More
{}{}