Hindi News >>Home >>Odisha Politics

Rajasthan Elections 2023: ନିର୍ବାଚନରେ ମତଦାନ କରିବେ ରାଜ୍ୟପାଳ-ରାଷ୍ଟ୍ରପତି; କଲେକ୍ଟର ମଧ୍ୟ ପାଇବେ ସୁଯୋଗ

Assembly Elections 2023 Rajasthan: ଚଳିତ ବର୍ଷ  ନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି  ରାଜସ୍ଥାନ ବିଧାସଭା ନିର୍ବାଚନ ୨୦୨୩ ଲାଗି ମତଦାନ।

Advertisement
Rajasthan Elections 2023: ନିର୍ବାଚନରେ ମତଦାନ କରିବେ ରାଜ୍ୟପାଳ-ରାଷ୍ଟ୍ରପତି; କଲେକ୍ଟର ମଧ୍ୟ ପାଇବେ ସୁଯୋଗ
Stop
Updated: Oct 31, 2023, 04:20 PM IST

Rajasthan Assembly Elections 2023: ରାଜସ୍ଥାନ ବିଧାସଭା ନିର୍ବାଚନ ୨୦୨୩ ଲାଗି ଆସନ୍ତା ନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି ମତଦାନ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ନିର୍ବାଚନରେ ରାଜ୍ୟପାଳ, ରାଷ୍ଟ୍ରପତି ଏପରିକି କଲେକ୍ଟର ମଧ୍ୟ ମତଦାନ କରିବେ। ଆଜ୍ଞା ହିଁ ରାଜସ୍ଥାନର ବୁନ୍ଦି ଜିଲ୍ଲୀ ମୁଖ୍ୟାଳୟରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି ରାମ ନାଗର ନାମକ ଏକ ଗାଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାମନଗର ଗ୍ରାମ ମୋଟ ଜନସଂଖ୍ୟା ହେଉଛି ୫ ହଜାର। ଯେଉଁଥିରୁ ୨ ହଜାର ଭୋଟର କଞ୍ଜର ଆଦିବାସୀ ସମ୍ପ୍ରଦାୟରୁ ଆସୁଛନ୍ତି। ଏହି ସମ୍ପ୍ରଦାୟରେ କାହାର ନାମ ରାଜ୍ୟପାଳ ହୋଇଥିବା ବେଳେ ଆଉ କାହାର ନାମ ହେଉଛି ରାଷ୍ଟ୍ରପତି। ଏପରିକି କଲେକ୍ଟର ନାଁ ରହିଥିବା ଲୋକ ହେଉଛନ୍ତି ରାମ ନାଗର ଗ୍ରାମର ବାସିନ୍ଦା।  

ଯଦି ଆପଣଙ୍କୁ ରାମ ନଗର ଗ୍ରାମର ବାସିନ୍ଦାଙ୍କ ନାଁ ଆଶ୍ଚର୍ଯ୍ୟକର ଲାଗୁଛି, ତାହେଲେ ଏହା ପଛରେ ଏକ ଇତିହାସ ରହିଛି। ରିପୋର୍ଟ ଅନୁଯାୟୀ, ବ୍ରିଟିଶ ଶାସନ ସମୟରେ କଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଅପରାଧିକ ଜନଜାତି ଭାବରେ ଦେଖାଯାଉଥିଲା। ଦାସ ନାମକ ସ୍ଥାନୀୟ କଞ୍ଜର ବାଳକ କହିବା ଅନୁଯାୟୀ ତାଙ୍କ ସମ୍ପ୍ରଦାୟର କିଛି ଲୋକ ଅପରାଧିକ ତଥା ବେଆଇନ କାର୍ଯ୍ୟକଳାପରେ ଜଡ଼ିତ ରହିଥିଲେ।

ଦେଶ ସ୍ୱାଧିନ ହେବା ପରେ ମଧ୍ୟ ବଦଳିନାହିଁ ଗ୍ରାମର ପରିସ୍ଥିତି
ଦେଶ ସ୍ୱାଧିନ ହେବା ପରେ ମଧ୍ୟ ଭାରତ ସରକାର ବ୍ରିଟିଶ କାଳର ଆଇନ ପ୍ରତ୍ୟାହାର କରିନେଇଥିଲେ। ହେଲେ ଏହା ଦ୍ୱାରା ଗ୍ରାମର ପରିସ୍ଥିତିରେ ଅଧିକ ପରିବର୍ତ୍ତନ ହୋଇନଥିଲା। ସ୍ଥାନୀୟ ପର୍ଯ୍ୟବେକ୍ଷକଙ୍କ କହିବା କଥା ଯେ ଯଦି ସମ୍ପ୍ରଦାୟର କିଛି ସଦସ୍ୟ ନିୟମ ଭାଙ୍ଗନ୍ତି, ତାହେଲେ ସମଗ୍ର ସମ୍ପ୍ରଦାୟକୁ ଅପରାଧି ଭାବରେ ଦେଖାଯାଏ। ଏପରି ସାମାଜିକ ନିନ୍ଦାକୁ ଦୂରେଇବା ପାଇଁ କଞ୍ଜର ସମ୍ପ୍ରଦାୟର ଅନେକ ଲୋକ ଏପରି ନାମ ରଖିଥିଲେ। ଯାହାକୁ ଲୋକେ ସମ୍ମାନର ସହ ଦେଖୁଥିଲେ। ଗତ ନିର୍ବାଚନରେ ରାମ ନଗର ଗ୍ରାମରେ ​​ଆଇଜି, ଏସପି ଏବଂ ତହସିଲଦାର ନାମକ ଭୋଟର ମଧ୍ୟ ଭୋଟ୍ ଦେଇଥିଲେ। ଯଦିଓ ବର୍ତ୍ତମାନ ସେମାନଙ୍କର ଦେହାନ୍ତ ହୋଇସାରିଛି।

ଧିରେ ଧିରେ ବଦଳୁଛି କଞ୍ଜର ସମ୍ପ୍ରଦାୟର ପରିସ୍ଥିତି 
ଆରମ୍ଭରେ କଞ୍ଜର ସମ୍ପ୍ରଦାୟର ଲୋକ ଦୂରଦର୍ଶନ ଦେଖି ସେମାନଙ୍କର ପିଲାଙ୍କ ନାମକରଣ କରୁଥିଲେ। କାରଣ ସେହି ସମୟରେ ଦୂରଦର୍ଶନ ଲାଗି  ଟିଭି ମିଡିଆ ଏକମାତ୍ର ମାଧ୍ୟମ ରହିଥିଲା। ହେଲେ ବର୍ତ୍ତମାନ ଇଣ୍ଟରନେଟ ଏବଂ ବେସରକାରୀ ଚ୍ୟାନେଲ ମଧ୍ୟ ଏହି ଗ୍ରାମରେ ପହଞ୍ଚି ସାରିଛି। ଗ୍ରାମରେ ଏପରି ଏକ ବିଦ୍ୟାଳୟ ରହିଛି ଯେଉଁଠାରେ ପ୍ରାୟ ୬୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ରାମ ନଗର ଗ୍ରାମର ୭ ଜଣ ଲୋକ ମଧ୍ୟ ସରକାରୀ କର୍ମଚାରୀ ହୋଇଛନ୍ତି। କଞ୍ଜର ସମ୍ପ୍ରଦାୟର ଲୋକ ସେମାନଙ୍କ ପିଲାଙ୍କ ନାମ ରାଜୀବ ଗାନ୍ଧୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ନାମରେ ମଧ୍ୟ ନାମିତ କରିଛନ୍ତି। ଏଠାରେ ରାଜୀବ ଗାନ୍ଧୀ ନାମକ ଜଣେ ବ୍ୟକ୍ତି ମନରେଗା ଯୋଜନାରେ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ କଲେକ୍ଟର ନାମକ ଜଣେ ୫୭ ବର୍ଷ ବୟସ୍କ ଭୋଟର ଅଛନ୍ତି। ତାଙ୍କର ନାମ କଲେକ୍ଟର ଦ୍ୱାରା ପ୍ରଭାବିତ ହେବା ପରେ ନାମିତ ହୋଇଛି। ପୂର୍ବରୁ ତହସିଲଦାର ଏବଂ ଆଇଜି ମଧ୍ୟ ଗ୍ରାମରେ ରହୁଥିଲେ। ବିଶ୍ୱାସ କରାଯାଏ ଯେ ଆଗାମୀ ସମୟରେ ଲୋକମାନେ ନିଜ ପିଲାଙ୍କ ନାମ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ରଖିବେ ନାହିଁ।

Read More
{}{}