Hindi News >>Home >>Odisha Politics

Rajasthan Political Crisis: ପଞ୍ଜାବ ପରେ ରାଜସ୍ଥାନ ମଧ୍ୟ ଯିବ ହାତରୁ, ହାଇକମାଣ୍ଡଙ୍କୁ ଗେହଲୋଟଙ୍କ ମନ୍ତ୍ରୀ ଦେଲେ ଚେତାବନୀ!

Rajasthan Political Crisis: ଏହି ସମୟରେ ଧାରିୱାଲଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯାହା ତାଙ୍କ ଘରେ ଅନୁଷ୍ଠିତ ବୈଠକ ସମୟର ବୋଲି କୁହାଯାଉଛି । ଭାଇରାଲ ଭିଡିଓରେ ଧାରିୱାଲ ଗେହଲୋଟଙ୍କୁ ହଟାଇବା ପାଇଁ ହାଇକମାଣ୍ଡର ନିଷ୍ପତ୍ତି ଉପରେ ପ୍ରଶ୍ନ କରୁଥିବା ଦେଖାଯାଇଛି ।

Advertisement
Rajasthan Political Crisis: ପଞ୍ଜାବ ପରେ ରାଜସ୍ଥାନ ମଧ୍ୟ ଯିବ ହାତରୁ, ହାଇକମାଣ୍ଡଙ୍କୁ ଗେହଲୋଟଙ୍କ ମନ୍ତ୍ରୀ ଦେଲେ ଚେତାବନୀ!
Stop
Zee Odisha Desk|Updated: Sep 26, 2022, 04:20 PM IST

ନୂଆଦିଲ୍ଲୀ: Rajasthan Political Crisis: ରାଜସ୍ଥାନରେ ପୁଣି ଥରେ ରାଜନୈତିକ ସଙ୍କଟ ଦେଖାଦେଇଛି । କଂଗ୍ରେସ (Congress) ର ଗୋଷ୍ଠୀ କନ୍ଦଳ ରାଜ୍ୟ ରାଜନୀତିର ପାରା ବଢ଼ାଇଦେଇଛି । ରାଜସ୍ଥାନରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ (Rajasthan CM Candidate) ହେବେ, ତାହା ସମୟ ହିଁ କହିବ । କିନ୍ତୁ ରାଜ୍ୟ ରାଜନୀତିରେ ଯେଉଁ ଘଟଣାକ୍ରମ ଚାଲିଛି, ସେଥିରୁ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସକୁ ଅନେକ କ୍ଷତି ସହିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି । ଗେହଲୋଟ୍ କ୍ୟାମ୍ପର ବିଧାୟକମାନେ ହାଇକମାଣ୍ଡଙ୍କ ଆଗରେ ସ୍ପଷ୍ଟ କରିଛନ୍ତି ଯେ, ରାଜସ୍ଥାନରେ ଯାହା କିଛି ଘଟିବ, ତାହା ଅଶୋକ ଗେହଲୋଟ ହିଁ ସ୍ଥିର କରିବେ । ଜୟପୁରରେ ବିଧାୟକ ଦଳର ବୈଠକ ପୂର୍ବରୁ ଗେହଲୋଟ୍ ଗୋଷ୍ଠୀର ବିଧାୟକ ଶାନ୍ତି ଧାରିୱାଲ (Shanti Dhariwal) ଙ୍କ ଘରେ ଏକ ବୈଠକ ହୋଇଥିଲା । ପରେ ସେଠାରୁ ବାଚସ୍ପତି ସିପି ଯୋଶୀ (CP Joshi) ଙ୍କ ନିକଟରେ ଇସ୍ତଫା ଦେବା ପାଇଁ ୮୦ରୁ ଅଧିକ ବିଧାୟକ ପହଞ୍ଚିଥିଲେ ।

ଏହି ସମୟରେ ଧାରିୱାଲଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯାହା ତାଙ୍କ ଘରେ ଅନୁଷ୍ଠିତ ବୈଠକ ସମୟର ବୋଲି କୁହାଯାଉଛି । ଭାଇରାଲ ଭିଡିଓରେ ଧାରିୱାଲ ଗେହଲୋଟଙ୍କୁ ହଟାଇବା ପାଇଁ ହାଇକମାଣ୍ଡର ନିଷ୍ପତ୍ତି ଉପରେ ପ୍ରଶ୍ନ କରୁଥିବା ଦେଖାଯାଇଛି । ଏପରିକି ସେ କହିଛନ୍ତି ଯେ, "ପଞ୍ଜାବ ହରାଇ ସାରିଛନ୍ତି ଓ ବର୍ତ୍ତମାନ ରାଜସ୍ଥାନ ମଧ୍ୟ ଯିବ । ହାଇକମାଣ୍ଡରେ ବସିଥିବା କେହି ଜଣେ ବ୍ୟକ୍ତି କହିଦିଅନ୍ତୁ ଯେ  ଆଜି ଅଶୋକ ଗେହଲୋଟଙ୍କ ପାଖରେ କେଉଁ ଦୁଇଟି ପଦ ଅଛି, ଯାହାକୁ ଆପଣ ତାଙ୍କଠାରୁ ଇସ୍ତଫା ମାଗୁଛନ୍ତି । ମୋଟ ଉପରେ ମୁଖ୍ୟମନ୍ତ୍ରୀର ଗୋଟିଏ ପଦ ଅଛି, ଯେତେବେଳେ ଦ୍ୱିତୀୟ ପଦ ମିଳିବ, ସେତେବେଳେ ଏହି ପ୍ରସଙ୍ଗ ଉଠିବ । ଆଜି କଣ ଏପରି ଘଟିଛି କି ଆପଣ ଇସ୍ତଫା ମାଗୁଛନ୍ତି । ଏହି ସମସ୍ତ ହେଉଛି ଷଡଯନ୍ତ୍ର, ଯେଉଁ କାରଣ ପଞ୍ଜାବ ହରାଇଛନ୍ତି ଓ ରାଜସ୍ଥାନ ମଧ୍ୟ ହରାଇବାକୁ ଯାଉଛି । ଯଦି ଆମେ ସମସ୍ତେ ଏହାକୁ ସମ୍ଭାଳୁ, ତେବେ ଏହା ବଞ୍ଚି ଯିବ । ନଚେତ୍ ରାଜସ୍ଥାନ ମଧ୍ୟ ହାତରୁ ଯିବ ।"

ଅଧିକ ପଢ଼ନ୍ତୁ:-ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ସାରା ଦୁନିଆର ବଢ଼ାଇଲେ ଟେନସନ୍

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ୨୫୯ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-କିସମିସ ଓ ମହୁ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଶାନ୍ତି ଧାରିୱାଲ ଓ ପ୍ରତାପ ଖାଚରିଆବାସ ସେହି ମନ୍ତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନଙ୍କ ନେତୃତ୍ୱରେ ରବିବାର ରାତି ୫୦ରୁ ଅଧିକ ବିଧାୟକ ବସରେ ବସି ବାଚସ୍ପତିଙ୍କ ନିକଟକୁ ଯାଇ ନିଜର ଇସ୍ତଫା ପତ୍ର ଦାଖଲ କରିଥିଲେ । ସେମାନଙ୍କର ଦାବି ହେଉଛି ରାଜସ୍ଥାନର ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ହସ୍ତାନ୍ତର ନ କରାଯାଉ । ଏହା ବ୍ୟତୀତ ଗେହଲୋଟଙ୍କ ଗାଦିର ନିଷ୍ପତ୍ତି ତାଙ୍କ ଅଧ୍ୟକ୍ଷ ହେବା ପରେ ନିଆଯାଉ ।  ତେବେ ହାଇକମାଣ୍ଡ ମଧ୍ୟ ଗେହଲୋଟଙ୍କ ପ୍ରେସର ପଲିଟିକ୍ସ ଆଗରେ ନତମସ୍ତକ ହେବାକୁ ପ୍ରସ୍ତୁତ ନୁହଁନ୍ତି ।

Read More
{}{}