Hindi News >>Home >>Odisha Politics

Rahul Gandhi: ସ୍ୱଧୀନତା ପାଇଁ ଲଢିନାହାଁନ୍ତି ବିଜେପି-ଆରଏସଏସ, ସାବରକରଙ୍କୁ ମିଳିଥିଲା ଇଂରେଜ ସରକାରଙ୍କ ସହଯୋଗ

Rahul Gandhi on BJP RSS: ଦେଶର ସ୍ୱାଧୀନତା ସଂଗ୍ରାମରେ ବିଜେପି-ଆରଏସଏସ କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ।

Advertisement
Rahul Gandhi: ସ୍ୱଧୀନତା ପାଇଁ ଲଢିନାହାଁନ୍ତି ବିଜେପି-ଆରଏସଏସ, ସାବରକରଙ୍କୁ ମିଳିଥିଲା ଇଂରେଜ ସରକାରଙ୍କ ସହଯୋଗ
Stop
Subhramjit Ray|Updated: Oct 08, 2022, 05:58 PM IST

Rahul Gandhi targets BJP RSS: ଭାରତ ଯୋଡ଼ ଯାତ୍ରା ବେଳେ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିରୋଧରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ସଦ୍ୟ କଂଗ୍ରେସ ନେତା ତାଙ୍କର ତାଜା ବୟାନରେ କହିଛନ୍ତି, ମହାତ୍ମା ଗାନ୍ଧୀ ଏବଂ ଜବାହାରଲାଲ ନେହେରୁ ଦେଶକୁ ସ୍ୱାଧୀନ କରିଥିଲେ। ହେଲେ ମୋର ଚିନ୍ତାଧାରା କହୁଛି ଯେ ଆରଏସଏସ ଏବଂ ବିନାୟକ ଦାମୋଦର ସାବରକରଙ୍କ ଦେଶର ସ୍ୱାଧୀନତା ସଂଗ୍ରାମରେ କୌଣସି ଭୂମିକା ନଥିଲା।

ବିଜେପି (BJP) ବିରୋଧରେ ବର୍ଷି କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader Rahul Gandhi) କହିଛନ୍ତି, "ଘୃଣା ବିସ୍ତାର କରୁଥିବା ବ୍ୟକ୍ତି ଜଣକ କିଏ। ଘୃଣା ବିସ୍ତାର କରିବା ଭଳି ଲୋକ କେଉଁ ସମ୍ପ୍ରଦାୟରୁ ଆସିଛନ୍ତି। ସତ୍ୟ ଏହା ଯେ ଘୃଣା ଏବଂ ହିଂସା ବିସ୍ତାର କରିବା ଏକ ଦେଶ ବିରୋଧୀ କାର୍ଯ୍ୟ। ସେଥିପାଇଁ ଆମେ ଏପରି ଲୋକଙ୍କ ବିରୁଦ୍ଧରେ ଆମର ସମସ୍ତ ଶକ୍ତି ଲଗାଇ ଲଢିବୁ। " 

ସଂଘ ପରିବାରକୁ (Sangh Parivar) ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ମୋ ଜାଣିବାରେ ଆରଏସଏସ (RSS) ବ୍ରିଟିଶ ସରକାରଙ୍କୁ (British Govt) ସାହାଯ୍ୟ କରୁଥିଲା ଏବଂ ବିନାୟକ ଦାମୋଦର ସାବରକର (Vinayak Damodar Savarkar) ବ୍ରିଟିଶ ସରକାରଙ୍କ ଠାରୁ ସହଯୋଗ ପାଇଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ (Freedom Movement of India) ବିଜେପି କେଉଁଠି ନ ଥିଲା। ବିଜେପି ଏଭଳି ତଥ୍ୟ ଲୁଚାଇ ପାରିବ ନାହିଁ। କଂଗ୍ରେସ ଏବଂ ଏହାର ନେତା ଦେଶର ସ୍ୱାଧୀନତା ପାଇଁ ଲଢେଇ କରିଛନ୍ତି। ଏହା ହେଉଛି ସତ୍ୟ।

Also Read: Bharat Jodo Yatra: ଦଳୀୟ ପଦଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ

 

ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶକୁ ବିଭାଜନ କରିବା ପାଇଁ କେବଳ ବିଜେପି କାମ କରୁଛି। ଏହି କାରଣରୁ ଆମକୁ ଭାରତ ଯୋଡ ଯାତ୍ରା (Bharat Jodo Yatra) କରିବାକୁ ପଡିଲା। ମୁଁ କେବଳ ଏହି ଯାତ୍ରା ସହିତ ଜଡିତ ନୁହେଁ। ଆମର ଏହି ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ସାମିଲ ହେଉଛନ୍ତି। ଗତ ସେପ୍ଟମ୍ବର ୭ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି କଂଗ୍ରେସ। ଯାହା ବର୍ତ୍ତମାନର କର୍ଣ୍ଣାଟକରେ ପହଞ୍ଚିଛି। ଯାହାର ଫଟୋ ଭିଡ଼ିଓ ସୋସିଆଲ ମିଡି଼ଆ ରେ ଭାଇରାଲ ହେଉଛି।

ନିକଟରେ ବିନାୟକ ଦାମୋଦର ସାବରକରଙ୍କ ପାଇଁ ଚର୍ଚ୍ଚାକୁ ଆସିଥିଲା ଭାରତ ଯୋଡ଼ ଯାତ୍ରା। ଯେତେବେଳେ ସାବରକରଙ୍କ ଫଟୋ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଦଳୀୟ ପଦଯାତ୍ରାରେ ଦେଖିବାକୁ ମିଳିଥିଲା। କଂଗ୍ରେସ ପକ୍ଷରୁ ଜାରି ରଖିଥିବା ଭାରତ ଯୋଡ଼ ଯାତ୍ରା ଅକ୍ଟୋବର ୬ ତାରିଖରେ କର୍ଣ୍ଣାଟକ ମାଣ୍ଡ୍ୟ ଜିଲ୍ଲାରେ (Karnataka Mandya District) ପହଞ୍ଚିବା ପରେ ଏପରି ଘଟଣା ଦେଖିବାକୁ ମିଳିଥିଲା। ଏନେଇ କଂଗ୍ରେସ ପକ୍ଷରୁ ଲଗା ଯାଇଥିବା ପୋଷ୍ଟର ରେ ରାହୁଲ ଗାନ୍ଧୀଙ୍କ ସହ ସାବରକର ଫଟୋ ରହିଥିବାର ଦେଖିବାକୁ ମିଳିଥିଲା। ଏହି ପୋଷ୍ଟର ରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଏବଂ ରାଜ୍ୟର ବିରୋଧୀ ଦଳ ନେତା ସିଦ୍ଧରମୈୟାଙ୍କ ଫଟୋ ମଧ୍ୟ ରହିଛି। ଯାହା ଏବେ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେଉଥିବା ବେଳେ ଦଳ ପକ୍ଷରୁ ଏପରି କୌଣସି ପୋଷ୍ଟର ଲଗା ଯାଇ ନଥିବା କଂଗ୍ରସ କହିଛି।

Also Read: Rahul Gandhi: କାହିଁକି ଭାରତ ଯୋଡ଼ ଯାତ୍ରା ଆରମ୍ଭ କଲା କଂଗ୍ରେସ?

କେବଳ କର୍ଣ୍ଣାଟକ ନୁହେଁ ପୂ୍ର୍ବରୁ କେରଳରେ ମଧ୍ୟ ଘଟିଯାଇଛି ଏଭଳି ଘଟଣା। ଗତ ସେପ୍ଟେମ୍ବର ୨୧ ତାରିଖରେ କେରଳ ଏର୍ଣ୍ଣାକୁଲମ ଜିଲ୍ଲାରେ (Kerala Ernakulam District) ପହଞ୍ଚିଥିଲା ଭାରତ ଯୋଡ ଯାତ୍ରା। ଏଠାରେ ଯାତ୍ରା ପାଇଁ ଗୋଟିଏ ବିରାଟ ପୋଷ୍ଟର ଲଗା ଯାଇଥିଲା। ଯେଉଁଥିରେ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ରହିଥିଲା। ହେଲେ ସେମାନଙ୍କ ମଧ୍ୟରେ ସାବରକରଙ୍କ ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ମୁଦ୍ରଣରେ ତ୍ରୁଟି ରହିଥିବା କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲା କଂଗ୍ରେସ।

Read More
{}{}