Hindi News >>Home >>Odisha Politics

Prophet Muhammad Row: ହାତେ ମାପି ଚାଖଣ୍ଡେ ଚାଲୁଛି ବିଜେପି, ନଡ୍ଡାଙ୍କ ବୟାନ ପୂର୍ବରୁ ଏମିତି କହିଥିଲେ ଓୱେସି

ତେଲେଙ୍ଗାନାରେ ବିଜେପି ନେତାଙ୍କ ବିରୁଦ୍ଧରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଡା ନିନ୍ଦା କରିଛନ୍ତି। ସେ ବିଧାୟକ ରାଜା ସିଂହ (BJP MLA Raja Singh) କୁ ପୋଲିସ ଗିରଫ କରିବା ପ୍ରସଙ୍ଗରେ ନିରବ ରହିଛନ୍ତି।

Advertisement
Prophet Muhammad Row: ହାତେ ମାପି ଚାଖଣ୍ଡେ ଚାଲୁଛି ବିଜେପି, ନଡ୍ଡାଙ୍କ ବୟାନ ପୂର୍ବରୁ ଏମିତି କହିଥିଲେ ଓୱେସି
Stop
Shankarshan Bagh|Updated: Aug 23, 2022, 04:01 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଦୁଇ ବିଜେପି ନେତାଙ୍କୁ ପୋଲିସ ଅଟକ ମାମଲାରେ ବିଜେପିର ଦୁଇମୁହାଁ ନୀତି ଦେଖିବାକୁ ମିଳିଛି। ବିଧାୟକ ରାଜା ସିଂହଙ୍କ ଗିରଫକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିରବ ରହିଥିବା ବେଳେ ପ୍ରଦେଶ ଅଧ୍ୟକ୍ଷ ବନ୍ଦି ସଞ୍ଜୟ କୁମାରଙ୍କ ଗିରଫକୁ ବିରୋଧ କରିଛନ୍ତି। ସେପଟେ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ, ହାଇଦ୍ରାବାଦର ଶାନ୍ତିକୁ ବିଜେପି ବରଦାସ୍ତ କରିପାରୁ ନାହିଁ। ହିଂସାତ୍ମକ ଭାବେ ନୁହଁ ରାଜନୈତିକ ଲଢେଇ କର ବୋଲି ଓୱେସି ଆହ୍ୱାନ କରିଛନ୍ତି।

ତେଲେଙ୍ଗାନାରେ ବିଜେପି ନେତାଙ୍କ ବିରୁଦ୍ଧରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଡା ନିନ୍ଦା କରିଛନ୍ତି। ସେ ବିଧାୟକ ରାଜା ସିଂହ (BJP MLA Raja Singh) କୁ ପୋଲିସ ଗିରଫ କରିବା ପ୍ରସଙ୍ଗରେ ନିରବ ରହିଛନ୍ତି। କିନ୍ତୁ ବିଜେପି ଅଧ୍ୟକ୍ଷଙ୍କୁ ତେଲେଙ୍ଗାନା ପୋଲିସ ଉଠାଇନେବା ଘଟଣାକୁ ବିରୋଧ କରିଛନ୍ତି। ତେଲେଙ୍ଗାନା ସରକାର ବିଜେପିର ସମର୍ଥନକୁ ଦେଖି ଭୟଭୀତ ହେଉଛନ୍ତି ବୋଲି ବିଜେପି ଅଧ୍ୟକ୍ଷ କରିଛନ୍ତି।

Also Read: Prophet Muhammad row: ବିଜେପି ବିଧାୟକ ରାଜା ସିଂହ ଅଟକ, ଅନେକ ସମର୍ଥକଙ୍କୁ ବି ଉଠାଇନେଲା ପୋଲିସ

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) କହିଛନ୍ତି, 'ତେଲେଙ୍ଗାନାର ବିଜେପି ମୁଖ୍ୟ ବନ୍ଦି ସଞ୍ଜୟ କୁମାର (Bandi Sanjay Kumar) ଙ୍କୁ ଟିଆରଏସ୍ ସରକାର ଦ୍ୱାରା ବେଆଇନ ଭାବେ କରାଯାଇଥିବା ଗିରଫକୁ ମୁଁ କଡା ନିନ୍ଦା କରୁଛି। ରାଜ୍ୟରେ ବିଜେପିର ବିରାଟ ସମର୍ଥନକୁ କେସିଆର ଦେଖି ବିଚଳିତ ହେଉଛନ୍ତି। ତାଙ୍କର ପରିବାରବାଦ ଓ ଦୁର୍ନୀତିକୁ ଲୋକ ଜାଣିଲେଣି। ଆମେ ଗଣତାନ୍ତ୍ରୀକ ଉପାୟରେ ଲଢିବୁ। ଆସନ୍ତା ନିର୍ବାଚନରେ ରାଜ୍ୟରୁ କେସିଆର ଓ ଟିଏସଆର ସଫା ହୋଇଯିବେ।'

ଅନ୍ୟପଟେ, ବିଜେପି ବିଧାୟକ ରାଜା ସିଂହଙ୍କୁ ଗିରଫ ପରେ ଦଳରୁ ନିଲମ୍ବନ କରାଯାଇଛି। ପାର୍ଟିର ସେଣ୍ଟ୍ରାଲ ଡିସିପ୍ଲିନାରୀ ଆକ୍ସନ କମିଟିର ସଚିବ ଓମ ପାଠକ ତାଙ୍କ ବିବୃତିରେ କହିଛନ୍ତି ଯେ, ବିଭିନ୍ନ ମାମଲାରେ ଦଳ ସହ ରାଜା ସିଂହଙ୍କ ମତଭେଦ ରହିଛି। ଏହା ବିଜେପିର ସମ୍ୱିଧାନର ଉଲ୍ଲଙ୍ଘନ। ତେଣୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ରାଜା ସିଂହଙ୍କୁ ଦଳ ତଥା ତାଙ୍କ ଦାୟିତ୍ୱରୁ ତତ୍କାଳ ନିଲମ୍ବନ କରାଯାଇଥିବା ପାଠକ କହିଛନ୍ତି। ଏହା ସହ ତାଙ୍କୁ କାହିଁକି ଦଳରୁ ବହିଷ୍କାର କରାଯିବ ନାହିଁ ଏଥିପାଇଁ ଆସନ୍ତା ଦଶ ଦିନ ମଧ୍ୟରେ ଉତ୍ତର ରଖିବାକୁ ବିଜେପି କହିଛି।

ସେପଟେ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି (Asaduddin Owaisi) କହିଛନ୍ତି, 'ମୁଁ ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି। ବିଜେପି, ହାଇଦ୍ରାବାଦର ଶାନ୍ତିକୁ ଦେଖିବାକୁ ଚାହୁଁନାହିଁ। ବିଜେପି ପ୍ରଫେଟ ମହମ୍ମଦ ଓ ମୁସଲମାନଙ୍କୁ ଘୃଣାକରେ। ସେମାନେ ଭାରତର ସାମାଜିକ ଏକତାକୁ ଭଙ୍ଗ କରିବାକୁ ଚାହୁଁଛି। ଆମ ସହ ଏମିତି ନୁହଁ ରାଜନୈତିକ ଭାବେ ଲଢେଇ କର। ଯଦି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଜା ସିଂହଙ୍କ ମନ୍ତବ୍ୟକୁ ସମର୍ଥନ କରୁନାହାନ୍ତି ତେବେ ଏହା ଉପରେ ପ୍ରତିକ୍ରିୟା ଦେବା ଉଚିତ।' ଏହା ବ୍ୟତୀତ କିଛି ମୁସଲିମମାନେ ମୁଣ୍ଡକାଟ କରିବାକୁ ଦେଇଥିବା ଧମକକୁ ମଧ୍ୟ ନିନ୍ଦା କରୁଛି ବୋଲି ଓୱେସି କହିଛନ୍ତି।

Also Read: Bilkis Bano case: କାଳ କୋଠରୀକୁ ଫେରିବେ କି ୧୧ ଖଲାସ ଦୋଷୀ? ଜାଣନ୍ତୁ, କ'ଣ କହିଲେ SC

ସୂଚନାଯୋଗ୍ୟ, ଏକ ଭିଡିଓ ଜାରି କରି ନୂପୁର ଶର୍ମାଙ୍କ ପରି ତେଲେଙ୍ଗାନାର ବିଜେପି ବିଧାୟକ ରାଜା ସିଂହ, ପ୍ରଫେଟ ମହମ୍ମଦଙ୍କୁ ନେଇ ଆପତ୍ତିଜନକ ମନ୍ତ୍ରବ୍ୟ ଦେଇଥିବା ଅଭିଯୋଗ ହୋଇଛି। ମୁସଲିମ ସମ୍ପ୍ରଦାୟଙ୍କ ବିରୋଧ ପ୍ରଦର୍ଶନ ପରେ ମଙ୍ଗଳବାର ବିଜେପି ବିଧାୟକ ଓ ତାଙ୍କର କିଛି ସମର୍ଥକଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ବିଜେପି କର୍ମୀଙ୍କ ଗିରଫକୁ ବିରୋଧ କରି ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦି ସଞ୍ଜୟ କୁମାର, ଜନଗାଁ ଜିଲ୍ଲାରେ ଧାରଣାରେ ବସିଥିଲେ। ତେଲେଙ୍ଗାନା ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଛି। 

 

 

 

Read More
{}{}