Hindi News >>Home >>Odisha Politics

Presidential Elections 2022: ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ମତଦାନ, ସଂସଦରେ ବିଧାୟକ ଓ ବିଧାନସଭାରେ ସାଂସଦ ଦେବେ ଭୋଟ୍

ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ଅନ୍ୟପଟେ ବିରୋଧି ଦଳ ମିଳିତ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ମଇଦାନକୁ ଓହ୍ଲାଇଛି। ଆଜି ଉଭୟ ସଂସଦ ଓ ବିଧାନସଭାରେ ଜନପ୍ରତିନିଧିମାନେ ମତଦାନ କରିବେ। ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। 

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jul 18, 2022, 08:20 AM IST

Presidential Elections 2022: ଆଜି ଦେଶର ୧୬ତମ ରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ। ସକାଳ ୧୦ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ଅନ୍ୟପଟେ ବିରୋଧି ଦଳ ମିଳିତ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ମଇଦାନକୁ ଓହ୍ଲାଇଛି। ଆଜି ଉଭୟ ସଂସଦ ଓ ବିଧାନସଭାରେ ଜନପ୍ରତିନିଧିମାନେ ମତଦାନ କରିବେ। ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। 

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ। ଜୁଲାଇ ୨୧ରେ ଫଳାଫଳ ଘୋଷଣା ପରେ, ଜୁଲାଇ ୨୫ରେ ନୂତନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଗୃହର ୬୩ ନମ୍ବର ପ୍ରକୋଷ୍ଠରେ ୬ଟି ବୁଥ୍ ସ୍ଥାପନ କରାଯାଇଛି। ବିଭିନ୍ନ ରାଜ୍ୟରୁ ମୋଟ ୯ ଜଣ ବିଧାୟକ ସଂସଦ ଭବନରେ ଭୋଟ୍ ଦେବେ। ୟୁପିରୁ ୪, ତ୍ରିପୁରାରୁ ୨, ଆସାମରୁ, ଓଡିଶାରୁ, ହରିୟାଣାର ଜଣେ ଲେଖାଏଁ ବିଧାୟକ, ସଂସଦରେ ଭୋଟ ଦେବେ। ଅନ୍ୟପଟେ ୪୨ ଜଣ ସାଂସଦ ବିଭିନ୍ନ ରାଜ୍ୟର ବିଧାନସଭାରେ ଭୋଟ୍ ଦେବେ। ଏଥିପାଇଁ ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନର ବ୍ୟବସ୍ଥା କରାଯାଇଛି।

Also Read: ଜାଣନ୍ତୁ କିଏ ଏହି ମାର୍ଗରେଟ୍ ଆଲଭା? ଯାହାକୁ ବିରୋଧୀ ଉପରାଷ୍ଟ୍ରପତି ପଦ ପାଇଁ କରିଛି ପ୍ରାର୍ଥୀ

ସୋମବାର ସକାଳ ୧୦ରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ଅଟନ୍ତି। ସେ ଅନୁସୂଚିତ ଜନଜାତିର ଦ୍ୱିତୀୟ ବ୍ୟକ୍ତି ଯିଏକି ଭାରତର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି। ଯଦି ସେ ଜିତନ୍ତି ତେବେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ। ବିରୋଧୀ ଦଳ ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୮ରେ ଦଳ ଛାଡିବା ପୂର୍ବରୁ ସେ ଭାରତୀୟ ଜନତା ଦଳର ଜଣେ ବରିଷ୍ଠ ନେତା ଥିଲେ। ଏହା ପରେ ସେ ଟିଏମସିରେ ଯୋଗ ଦେଇଥିଲେ। 

କାହାକୁ କେତେ ଭୋଟ?

ପ୍ରାୟ ୪୮୦୦ ଜଣ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ନେଇ ରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ଗଠନ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟର ମୂଲ୍ୟ ୧୦ ଲକ୍ଷ ୮୬ ହଜାର ୪୩୧ ରହିଛି। ସେଥିମଧ୍ୟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୬୦ ପ୍ରତିଶତ ଭୋଟ ପଡିବ ବୋଲି ଅନୁମାନ କରାଯାଉଛି। ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲା ଭାରୀ ବୋଲି ଜଣାପଡିଛି। ତାଙ୍କୁ BJD, YSRCP, BSP, AIADMK, TDP, JD (S), ଶିରୋମଣି ଅକାଳୀ ଦଳ, ଶିବସେନା ଏବଂ ଜେଏମଏମ ଭଳି ଆଞ୍ଚଳିକ ଦଳର ସମର୍ଥନ ମିଳିଛି। 

Also Read: ମୁର୍ମୁଙ୍କ ସମ୍ମାନ, ଯଶୱନ୍ତଙ୍କୁ ଭୋଟ୍; ଜାଣନ୍ତୁ କ'ଣ ରହିଛି କେଜ୍ରିୱାଲଙ୍କ ପ୍ଲାନ୍

ସାଂସଦ ଏବଂ ବିଧାୟକଙ୍କ ଭୋଟର ମୂଲ୍ୟ କ’ଣ?

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ରୁ ୭୦୦ କରାଯାଇଛି। ଏଥି ସହିତ ବିଭିନ୍ନ ରାଜ୍ୟରେ ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଅଟେ। ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ଉତ୍ତର ପ୍ରଦେଶରେ ୨୦୬, ଝାଡଖଣ୍ଡ ଏବଂ ତାମିଲନାଡୁରେ ୧୭୬, ମହାରାଷ୍ଟ୍ରରେ ୧୭୫, ସିକ୍କିମରେ ସାତ, ନାଗାଲାଣ୍ଡରେ ନଅ ଏବଂ ମିଜୋରାମରେ ଆଠ ରହିଛି। ଭୋଟ୍ ପରେ ଜୁଲାଇ ୨୧ରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ସାଂସଦଙ୍କୁ ସବୁଜ ରଙ୍ଗର ବାଲାଟ ପେପର ଦିଆଯାଉଥିବା ବେଳେ ବିଧାୟକମାନେ ଗୋଲାପି ରଙ୍ଗର ବାଲାଟ ପେପରରେ ଭୋଟ ଦେବେ।

 

 

 

 

 

 

Read More
{}{}